ଘୋଡା ବଦଳରେ ଜେସିବି ମେସିନ ଉପରେ ବସି ବରଯାତ୍ରୀ ନେଇ ପହଞ୍ଚିଲା ବର, ଜାଣନ୍ତୁ କଣ ଥିଲା କାରଣ

ବାହାଘର ସମସ୍ତଙ୍କ ପାଇଁ ଖାସ ହୋଇଥାଏ । ପୁଅ ହେଉ କିମ୍ବା ଝିଅ ଦୁଇ ଜଣ ଏହି ସମୟକୁ ଅପେକ୍ଷା କରିଥାନ୍ତି । ସମସ୍ତେ ଚାହାନ୍ତି କି ତାଙ୍କର ଏହି ଖାସ ଦିନଟି ସବୁଠୁ ଅଲଗା ଏବଂ କିଛି ସ୍ପେଶଲ ହେଉ । ନିଜ ବାହଘରକୁ ସ୍ପେଶଲ କରିବା ପାଇଁ ବିଭନ୍ନ ପ୍ରକାର ଜିନିଷ ବି କରନ୍ତି । ଖାସ କରି ଭାରତରେ ବାହାଘର ଦିନ ଲୋକମାନେ ବହୁତ ଶୋ ଅଫ କରିବାର ଚେଷ୍ଟା କରନ୍ତି । ସମସ୍ତେ ନିଜ ବାହାଘରକୁ ଅନ୍ୟ ଠାରୁ ଅଲଗା କରିବା ପାଇଁ ଚେଷ୍ଟା କରନ୍ତି ।

ବର୍ତ୍ତମାନ ଏମିତି ହିଁ କିଛି ହୋଇଛି ଛତ୍ତୀସଗର କସଡୋଲରେ । ଯେଉଁଠି ବର ଜେସିବି ମେସିନ ଉପରେ ବସି ବରଯାତ୍ରୀ ନେଇ ଆସିଥିଲା । କହିବାକୁ ଗଲେ ବର ଘୋଡା କିମ୍ବା ଗାଡିରେ ବସିଥାଏ । କିନ୍ତୁ କସଡୋଲର ରହୁଥିବା ଏହି ବ୍ୟକ୍ତିର ଇଚ୍ଛା ଥିଲା କି ସେ ଜେସିବି ମେସିନ ଉପରେ ବସି ବରଯାତ୍ରୀ ଆଣିବେ । କହିବାକୁ ଗଲେ ଅମୀଶ କୁମାର ଡହରିୟା ନିଜ ଗ୍ରାମର ଏକାମାତ୍ର ଯୁବକ ଅଟନ୍ତି ଯିଏକି ଇଞ୍ଜିନିୟର ଅଟନ୍ତି । ଏହି କାରଣରୁ ତାଙ୍କ ମୁଣ୍ଡରେ ଘୋଡାରେ ବସିଯିବା ବଦଳରେ ଜେସିବି ମେସିନରେ ବସି ଯିବା ପାଇଁ ଆଇଡିଆ ଆସିଲା ।

ଅମୀଶଙ୍କର କହିବା ଅଟେ କି ସେ ନିଜ ବାହାଘରକୁ ମନେ ରହିବା ଭଳି କିଛି କାମ କରିବା ପାଇଁ ଚାହୁଁଥିଲେ । ଏହା ଛଡା ଅମୀଶ ଯେତେବେଳେ ଜେସିବି ମେସିନ ସହ ବରଯାତ୍ରୀ ନେଇ ପହଞ୍ଚିଲେ ତେବେ ସେ ମେସିନର ଫ୍ରଂଟ ଲୋଡର ଉପରେ ସିବିଲ ଇଞ୍ଜିନିୟରର ଡିଗ୍ରୀ ବି ଲଗାଇ ଦେଇଥିଲେ । ଏହା ପରେ ଯେତେବେଳେ ଏହି ବରଯାତ୍ରୀ ରାସ୍ତାରେ ଯାଉଥିଲା ସେତେବେଲେ ସମସ୍ତଙ୍କର ନଜର ଏହି ବରଯାତ୍ରୀ ଉପରେ ହିଁ ଥିଲା । ଅମୀଶ ଯେଉଁ ଯୁବତୀ ସହ ବିବାହ କରିଲେ ତାଙ୍କର ନାମ ମନୀଷା ଅଟେ । ମନୀଷା ଗୋଟିଏ ବ୍ୟାଙ୍କର ଅସିସ୍ଟେଂ ମ୍ୟାନେଜର ପଦରେ କାର୍ଯ୍ୟରତ ଅଛନ୍ତି ।

ଆପଣମାନେ ଜାଣି ଖୁସି ହେବେ କି ଅମୀଶ ନିଯ ବାହାଘରରେ କିଛି ବି ଯୌତୁକ ନେଇ ନାହାନ୍ତି । ଓଲଟା ସେ ବାହାଘର ପାଇଁ କିଛି ଜିନିଷ କିଣି ଝିଅ ଘର ବାଲାଙ୍କୁ ଦେଇଛନ୍ତି । ଏହା ଦ୍ଵାରା ଆପଣ ଅମୀଶଙ୍କର ଭଲ ଚିନ୍ତାଧାର ବିଷୟରେ ଜାଣି ପାରୁଥିବେ । ଅନ୍ୟ ପଟେ ଏହି ଜେସିବି ମେସିନ ବାଲା ବରଯାତ୍ରୀ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।