ଆଜିର ରାଶିଫଳ 20 ମେ 2019, ସୋମବାର – ଆଜି ମହାଦେବ ଏହି ୪ଟି ରାଶି ର ସବୁ ଇଚ୍ଛା ପୂରଣ କରିବେ

ମେଷ

ବନ୍ଧୁଙ୍କ ସାହାଯ୍ୟରେ ଉପକୃତ ହେବେ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ନୂତନ ଉଦ୍ୟୋଗରେ ପଇସା ଖଟେଇବେ । ପାରିବାରିକ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ । ଖଣିଜ ବ୍ୟବସାୟ, ଯାନବାହନ ବ୍ୟବସାୟ, ଯାତାୟତ ବ୍ୟବସାୟ, ବାୟୁଯାନ, ରେଳ ବିଭାଗର ଟିକେଟ ବିକ୍ରି, ଭୂ-ଜାତ ଦ୍ରବ୍ୟ ବ୍ୟବସାୟ, ସାନିଟାରୀ, ଇଟା, କୋଇଲା, ହାର୍ଡୱାର, ମହମବତୀ, ପେଟ୍ରୋଲିୟମ୍, କବାଡ଼ି, ଗାଈ, କୁକୁଡ଼ା, ଛେଳିଫାର୍ମ ଇତ୍ୟାଦିରେ କର୍ମରତ ବ୍ୟକ୍ତି ଓ ବ୍ୟବସାୟରେ ଅତ୍ୟଧିକ ଲାଭ ପାଇବେ । ରାଜନୀତି ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ ।

ବୃଷ

ପ୍ରତିଯୋଗିତା ପରୀକ୍ଷାରେ ଶୁଭଫଳ ମିଳିବ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ଆର୍ଥିକସ୍ଥିତି ଭଲ ରହିବ କିଛି ଅସୁବିଧା ହେବ ନାହିଁ । ମିତ୍ରମାନେ ପରାମର୍ଶ ଦେଇ ସମସ୍ତ ଆଶା ପୂରଣ କରିବେ । ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ । ପୁରାତନ ରୋଗ ପୀଡ଼ାରୁ ଉପସମ ପାଇବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ସ୍ଥଗିତଥିବା କର୍ମଟି ପୂରଣ ହେବ । କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ ।

ମିଥୁନ

ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ । ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ବ୍ୟବସାୟ କ୍ଷେତ୍ରରେ ଟେନସନ ଦୂର ହେବ । ବନ୍ଧୁଙ୍କ ସାହାଯ୍ୟ ଏବଂ ଅବଦାନ ଅବିସ୍ମରଣୀୟ ରହିବ । ମହିଳାଙ୍କ ମାନସିକ ସ୍ଥିତି ଭଲ ରହିବ ଓ ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ବିନ୍ଧୁମିଳନ ହେତୁ ନୂଆ ଉତ୍ସାହନେଇ କାମ କରିଚାଲିବେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । କେତେକ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଲାଗି ରହିବ ।

କର୍କଟ

ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ । ଦୀର୍ଘଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କର ସୌଜନ୍ୟରୁ ହୋଇଯିବ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ଆଡୁ ଲାଭ ପାଇବେ । ସତସଙ୍ଗ, ମନୋରଞ୍ଜନ ଓ କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସିତହେବେ । ମହିଳାମାନେ ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ପ୍ରଯତ୍ନ କରିବେ । ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ ।

ସିଂହ

ଆର୍ଥିକସ୍ଥିତିରେ ସୁଧାର ଆସିବ । କୌଣସି ଦରକାରୀ ମୂଲ୍ୟବାନ ଜିନିଷ ଖରିଦ କରିବାକୁ ମନ ବଳାଇବେ । ସମସ୍ୟାଗୁଡ଼ିକ ଆପଣାଛାଏ ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ । ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ବ୍ୟବସାୟରେ ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ ଓ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ । ଆବଶ୍ୟକତା ପୂରଣ ଦିଗରେ ଖର୍ଚ୍ଚାନ୍ତ ହେବେ । ମହିଳାମାନେ ମନପସନ୍ଦ ଜିନିଷପାଇ ଖୁସି ହେବେ ଓ ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ ।

କନ୍ୟା

ରାଜନୀତିକ୍ଷେତ୍ରରେ ଖୁବ୍ ଆଶାବାଦୀ ହେବେ ଓ ସାଧାରଣ ଘଟଣାଯୋଗୁ ବନ୍ଧୁଙ୍କ ସହ ସମ୍ପର୍କ ନିବିଡ ହେବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ପରିବହନ ଓ ବ୍ୟବସାୟିକ ସ୍ଥିତି ସୁଦୃଢ ହେବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ମହିଳାମାନେ ପିଲାଙ୍କ ଆଚରଣରେ ଖୁସି ରହିବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ପରିବାରରେ ସୁସମ୍ପର୍କ ବୃଦ୍ଧି ପାଇବ ଓ କାମଗୁଡ଼ିକ ସହଜରେ ହୋଇଯିବ । ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲହେବ ।

ତୁଳା

ନୂତନ ଜାଗା ଜମି ଗୃହ, ବାହନ ଆଦି କ୍ରୟ କରିବାର ଯୋଜନା କରିବେ । ସ୍ଥଗିତଥିବା କର୍ମଟି ପୂରଣ ହେବ । ମହିଳାମାନଙ୍କପାଇଁ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦ ପଦବୀର ପଦାଧିକାରୀ ହୋଇପାରିବେ । ଉଚ୍ଚଶିକ୍ଷା ଲାଭକରି ଥିଲେ ସମସ୍ତ ପ୍ରକାର ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । କେତେକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ପାରିବାରିକ ପରିସ୍ଥିତି ଯୋଗୁ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ ।

ବିଛା

ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିଯିବ । ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ନୂତନ ଦ୍ରବ୍ୟ କ୍ରୟ କରିବେ । ମହିଳାମାନଙ୍କର ବୁଦ୍ଧିମତା କାରଣରୁ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ଜଣେ ସତ୍ ପରାମର୍ଶ ଦାତା, କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, କବି, ସୁବକ୍ତା, ଧାର୍ମିକ, ବନ୍ଧୁ-ବାନ୍ଧବ ପ୍ରିୟ, ଗୁରୁଦେବତାରେ ଭକ୍ତି ଭଳି ନିଷ୍କଳଙ୍କ ଗୁଣଗୁଡିକରେ ଭୂଷିତ ହେବେ ।

ଧନୁ

ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବ । ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ । ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଚିନ୍ତା କରିବେ ।

ମକର

ଶାରୀରିକସୁସ୍ଥତା ଅନୁଭବ କରିବେ । କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ଉପୁଜିଥିବା ବିବାଦ ମେଣ୍ଟିଯିବ । ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ପରିବାରରେ କାହାର ସ୍ଵାସ୍ଥ୍ୟସମସ୍ୟା ନେଇ ମାନସିକ ଚିନ୍ତା ବୃଦ୍ଧି ପାଇବ । ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇବେ । ଭଲଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

କୁମ୍ଭ

ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆଶାକରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ସଭାସମିତି ଓ ଆମଦାନୀ ରପ୍ତାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ପରିବାରର କେତେକ ଅକୁହା କଥା ଚିନ୍ତା କରି ଅନ୍ୟମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବେ ।

ମୀନ

ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ ଓ ରାଜକୀୟ ସମ୍ମାନ ମିଳିବ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ । ପାରିବାରିକ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥ ଲାଭର ସୁଯୋଗ ପାଇବେ । ଯେଉଁ କାମରେ ହାତଦେବେ ତାହା ନିର୍ବିଘ୍ନରେ ସମାପନ ହେବ । ଏପରିକି ଆନୁଷ୍ଠାନିକ କାମ, ଗୃହସୀମା, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ ।