ସାରା ଦୁନିଆରେ ଭାଇରାଲ ହେଉଛି ଏହି ଡାକ୍ତର ନର୍ସଙ୍କ ଫଟୋ, କଷ୍ଟ ଓ ଯନ୍ତ୍ରଣାରେ ବି ଲାଗିଛନ୍ତି ସେବାରେ

ବର୍ତ୍ତମାନ ସମୟରେ ଦୁନିଆରେ ସମସ୍ତ ସୋସିଆଲ ମିଡିଆରେ କିଛି ଡାକ୍ତର ଓ ନର୍ସମାନଙ୍କ ଫଟୋ ଭାଇରାଲ ହେଉଛି, ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଘଣ୍ଟା ଘଣ୍ଟା ଧରି କାମ କରୁଛନ୍ତି । ସେମାନେ କ୍ଳାନ୍ତ ଓ କଷ୍ଟ ଲାଗିବା ସତ୍ତ୍ୱେ ବି କରୋନା ଭାଇରସର ରୋଗୀମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସମୟରେ ତାଙ୍କୁ ମାସ୍କ ଓ ବଞ୍ଚିବା ପାଇଁ ପ୍ରୋଟେକ୍ଟର୍ସ ବି ପିନ୍ଧିବାକୁ ପଡିଥାଏ ।

ଯାହା ତାଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଦେଖନ୍ତୁ ଏହି ଫଟୋ ଗୁଡିକ, ଯେତେବେଳେ ଆମେ ଘରେ ବସିଛୁ ସେହି ସମୟରେ ମେଡିକାଲ ସହ ଜଡିତ ଲୋକମାନେ କେତେ ବଡ କାମ କରୁଛନ୍ତି ।

ଆମେରିକାର ଜଣେ ଡାକ୍ତର ୧୩ ଘଣ୍ଟା ଆଇସିୟୁରେ ଡିୟୁଟି କରିବା ପରେ ଲେଖିଲେ, ‘ସାଧାରଣତଃ ମୁଁ ସେଲ୍ଫି ନେବାକୁ ପସନ୍ଦ କରେ ନାହିଁ । କିନ୍ତୁ କାଲି ମୁଁ ଏହି ଫଟୋ ଉଠାଇଛି । ଯାହାକୁ ମୁଁ ଆଇସିୟୁରେ ୧୩ ଘଣ୍ଟା ରହିବା ପରେ ନେଇଥିଲି । ମୁଁ ହିରୋ ନୁହେଁ । ଏକ ସାଧାରଣ ବ୍ୟକ୍ତି ଅଟେ ।’

ଏହି ଚେହେରା ସେହି ଡାକ୍ତରଙ୍କର ଅଟେ ଯିଏ ଏକ ଲମ୍ବା ସିଫ୍ଟରେ କରୋନା ଭାଇରସର ରୋଗୀମାନଙ୍କ ଚିକିତ୍ସା କରୁଛନ୍ତି । ତାଙ୍କର କହିବା ଅଟେ କି ଅବସ୍ଥା ଏମିତି ହୋଇ ଯାଇଛି କି ନା ଆମେ ଶୋଇ ପାରୁଛୁ ଓ ନା ଆମେ ଖାଇ ପାରୁଛୁ ।

ଆମେରିକାର ଏକ ନର୍ସ ଲେଖିଲେ କି ୧୩ ବର୍ଷ ହେବ ମୁଁ କ୍ରିଟିକଲ କେୟାର ନର୍ସ ଅଟେ । କିନ୍ତୁ ମୁଁ ଏହିଭଳି ଅବସ୍ଥା କେବେ ବି ଦେଖି ନାହିଁ । ଆମେ ଗର୍ବ ଅନୁଭବ କରୁ କି ଆମେ ବଞ୍ଚାଇବା କାମରେ ଅଛୁ ଓ କରୋନା କବଳରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ଆମେ ଚେଷ୍ଟା କରୁଛୁ । କିନ୍ତୁ ଆମ ପାଖରେ ବି କିଛି ଜିନିଷର ଅଭାବ ଅଛି ।

ଏହି ଫଟୋ ସେହି ନର୍ସର ଅଟେ ଯିଏ ଘଣ୍ଟା ଘଣ୍ଟା ଧରି କେୟାର ୟୁନିଟରେ ସମୟ ବିତାଇଛନ୍ତି । ବର୍ତ୍ତମାନ ହିଁ ସେ ମାସ୍କ ଓ ଦ୍ଵିତୀୟ ଉପକରଣକୁ ନିଜ ଚେହରାରୁ ହଟାଇଛନ୍ତି ।

ଯଦି ଆପଣ ଦିନସାରା N95 Mask ପିନ୍ଧି ରହିବେ ତେବ ଚେହେରା ଏମିତି ହୋଇଯିବ ।

ଅନ୍ୟ ଜଣେ ନର୍ସ ଯେତେବେଳେ ମାସ୍କ ଓଲ୍ହାଇଲେ ତେବେ ତାଙ୍କୁ ଆଲର୍ଜୀ ହୋଇ ଯାଇଥିଲା । କେତେକ ସ୍ଥାନରୁ ତ ରକ୍ତ ବି ବାହାରୁଥିଲା । ଏହାକୁ ଦେଖି ତାଙ୍କ ମୁହଁରେ ବ୍ୟାଣ୍ଡେଜ ଲଗାଇବାକୁ ପଡିଲା ।

ଆମେରିକାର ଏକ ମହିଳା ଟ୍ୱୀଟ କରିଲେ କି, ଏହି ମହିଳା ଜଣକ ମୋର ମା ଅଟନ୍ତି । ଯିଏକି ୭୧ ବର୍ଷର ଅଟନ୍ତି । ଯିଏ ସବୁଦିନ ଦ୍ଵିପହର ଠାରୁ ନେଇ ଅଧ ରାତି ପର୍ଯ୍ୟନ୍ତ ଲୋକମାନଙ୍କ ଯାଞ୍ଚ କରୁଛନ୍ତି । ଏହିଭଳି ଲୋକମାନେ ବହୁତ ଅଦ୍ଭୁତ ହୋଇଥାନ୍ତି, ଯେଉଁମାନେ ନିଜକୁ ସଙ୍କଟରେ ପକାଇ ଅନ୍ୟମାନଙ୍କୁ ବଞ୍ଚାଇଥାନ୍ତି ।