ଓଲ୍ଡ ଏଜ ହୋମରେ ସେନାକୁ ମିଳିଛି ୧୯ ଟି ଶବ, ମାତା ପିତାଙ୍କୁ ମରିବା ପାଇଁ ଛାଡି ଦେଲେ ପିଲାମାନେ

ସ୍ପେନର ସମସ୍ତ ବଡ ବଡ ସହର କରୋନା ଭାଇରସ ସଂକ୍ରମଣ ଦ୍ଵାରା ପୂରାପୂରି ପ୍ରଭାବିତ ହୋଇ ଯାଇଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦେଶରେ ୨୬୦୦ ରୁ ବି ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଏଥିପାଇଁ ଏହି ଦେଶରେ କରୋନା ସମସ୍ୟାର ସମାଧାନ ପାଇଁ ଦେଶରେ ସେନାକୁ ନିଯୁକ୍ତ କରାଯାଇଛି । ଏହା ମଧ୍ୟରେ ସେନାକୁ ଗତ ଶନିବାର ଦିନ ଏକ ଓଲ୍ଡ ଏଜ ହୋମ (Retirement Homes)ରୁ ୧୯ ଜଣ ବୃଦ୍ଧ ବ୍ୟକ୍ତିଙ୍କ ଶବ ମିଳିଛି । ଯେଉଁମାନଙ୍କୁ ଲକଡାଉନ ସମୟରେ ମରିବା ପାଇଁ ଛାଡି ଦିଆ ଯାଇଥିଲା ।

ବର୍ତ୍ତମାନ ସରକାର ଏହି ମାମଲାକୁ ଯାଞ୍ଚ କରିବା ପାଇଁ ଆଦେଶ ଦେଇଛନ୍ତି । ସ୍ଟ୍ରେଟ୍ସ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ମ୍ୟାଡ୍ରିଡର ମୋଂଟେ ହର୍ମେସୋ ଓଲ୍ଡ ଏଜ ହୋମ ରୁ ଶବ ମିଳିବା ପରେ ସ୍ପେନ ରେ ଥିବା ଅନ୍ୟ ଓଲ୍ଡ ଏଜ ହୋମର ଅବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି । ଏହି ଓଲ୍ଡ ଏଜ ହୋମରେ ୧୩୦ରୁ ଇ ଅଧିକ ଲୋକ ରହୁଛନ୍ତି ।

ଯେଉଁଥିରେ ୭୦ ଜଣ ଲୋକ କରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇ ଯାଇଛନ୍ତି । କୁହାଯାଉଛି କି ମିଳିଥିବା ଶବରେ ୧୫ ଜଣଙ୍କ ମୃତ୍ୟୁ କରୋନା ଦ୍ଵାରା ହୋଇଛି ଓ ବର୍ତ୍ତମାନ ଅନ୍ୟ ବ୍ୟକ୍ତିମାନଙ୍କ ଯାଞ୍ଚ ମଧ୍ୟ କରାଯାଉଛି । ସ୍ପେନରେ ବଡ ନ୍ୟୁଜ ଖବର El Paisରେ ଦେଶର ଅନ୍ୟ ଓଲ୍ଡ ଏଜ ହୋମର ଅବସ୍ଥା ଖରାପ ହେବା ଓ ବୃଦ୍ଧ ଲୋକମାନଙ୍କ ମରିବା ଖବର ବି ପ୍ରକାଶିତ ହୋଇଛି ।

କ୍ରିମିନଲ କେସ ଦିଆ ଯାଇଛି

ମ୍ୟାଡ୍ରିଡର ପବ୍ଲିକ ପ୍ରୋସିକ୍ୟୁଟରଙ୍କ ଅନୁସାରେ ଏହିଭଳି ଆରୋପ ଶୁଣିବାକୁ ମିଳିଛି କି ଓଲ୍ଡ ଏଜ ହୋମକୁ ପ୍ରଚଳିତ କମ୍ପାନୀର ନଜର ଅନ୍ଦାଜ କାରଣରୁ ଏହି ଲୋକମାନଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଏହା ଉପରେ ଯାଞ୍ଚ ଆରମ୍ଭ ହୋଇ ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରେ ଜଣା ପଡିଛି କି ଲୋକମାନଙ୍କ ମୃତ୍ୟୁର କାରଣ ଏହି ସମସ୍ତ ସ୍ଥାନର ସୁରକ୍ଷା ପ୍ରତି ନଜର ଅନ୍ଦାଜ, ପରିଷ୍କାର ନ ରଖିବା ଓ ଦେଖା ଶୁଣା ନ କରିବା କଥା ସାମ୍ନାକୁ ଆସିଛି ।

ଏହା ଛଡା ସ୍ପେନ ର ପ୍ରୋଭିଂସ କସ୍ତିୟା ଲା ମାଂଚା ର ତୋମେଲୋସୋ ସହରରେ ବି ଏକ ଓଲ୍ଡ ଏଜ ହୋମରେ କରୋନା ଦ୍ଵାରା ୧୫ ଜଣ ଲୋକଙ୍କ ମୃତ୍ୟୁର ମାମଲା ସାମ୍ନାକୁ ଆସିଛି । ଏହା ପରେ ବର୍ତ୍ତମାନ ସ୍ପେନର ସରକାର ଏହି ମାମଲାକୁ ନେଇ ବହୁତ କଡା ପଦକ୍ଷେପ ନେଉଛନ୍ତି ଓ କହିବାକୁ ଗଲେ ସେହି ସମସ୍ତ ବୃଦ୍ଧ ବ୍ୟକ୍ତିଙ୍କ ଶବକୁ ଚିହ୍ନଟ କରାଯାଇ ତାଙ୍କର ସମ୍ପର୍କୀୟ ଲୋକଙ୍କୁ ବି ପଚରା ଉଚରା କରାଯିବ ।

କେତେକ ମଲ୍ସକୁ ଶବଗୃହରେ ବଦଳାଇ ଦିଆ ଯାଇଛି

ସ୍ପେନରେ କରୋନା ଭାଇରସର ମହାମାରୀ ବଢିବା କାରଣରୁ ମ୍ୟାଡ୍ରିଡର ଏକ ସପିଂଗ ମଲର ଆଇସ ରିଂକକୁ ଅସ୍ଥାୟି ଶବଗୃହରେ ବଦଳାଇ ଦିଆ ଯାଇଛି । ସ୍ପେନର ସେନାକୁ ସେବାନିବୃତ ଗୃହକୁ ସଂକ୍ରମଣ ମୁକ୍ତ କରିବା ପାଇଁ ସାହାର୍ଯ୍ୟ କରିବାର ଦାୟିତ୍ଵ ବି ଦିଆ ଯାଇଛି ।