ନିଜ ନିଜ ଭିତରେ ଝଗଡାକୁ ଭୁଲି କରୋନା ଭାଇରସ ସହ ମିଶି ଲଢନ୍ତୁ ସବୁ ଦେଶ – ସଂଯୁକ୍ତ ରାଷ୍ଟ୍ର

ସଂୟୁକ୍ତ ରାଷ୍ଟ୍ରର (United Nations) ମହାସଚିବ ଏଂତୋନିୟୋ ଗୁତାରେସ (Antonio Guterres) ସୋମବାର ଦିନ ଦୁନିଆକୁ ‘ତତ୍କାଳ ବିଶ୍ଵ ସ୍ତରୀୟ ସଂଘର୍ଷବିରାମ’ର ଆହ୍ୱାନ ଦେଇଛନ୍ତି । ସେ ଏହି କଥା ଉପରେ ଜୋର ଦେଇ କହିଛନ୍ତି କି ବର୍ତ୍ତମାନ ସମୟରେ ସଶସ୍ତ୍ର ଯୁଦ୍ଧକୁ ପୁରା ପୁରାପୁରି ରୋକିବା ଓ କରୋନା ଭାଇରସ ମହାମାରୀ ବିରୁଦ୍ଧରେ ଲଢିବା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ।

କରୋନା ଭାଇରସ କାରଣରୁ ମୃତ୍ୟୁର ବିଶ୍ବସ୍ତରୀୟ ସଂଖ୍ୟା ୧୫୦୦୦ ପହଞ୍ଚିବା ପରେ ତାଙ୍କର ଏହି ଅପିଲ ସାମ୍ନାକୁ ଆସିଛି । ଚିନରେ ଡିସେମ୍ବର ମାସରେ ବ୍ୟାପିବା ପରେ ଏହି ଭାଇରସ ୧୭୪ ଦେଶରେ ୩୮୨,୪୧୭ ଲୋକଙ୍କୁ ନିଜ ଶିକାର ବନେଇଛି ।

ମିଡିଆକୁ ଦେଇଥିବା ବୟାନରେ ଏଂତୋନିୟୋ ଗୁତାରେସ କହିଲେ କି, ‘ ଆଜି ପୁରା ବିଶ୍ଵ ଗୋଟିଏ ଶତୃ ସହ ଲଢୁଛି । କରୋନା ଭାଇରସ ନାଗରିକତା, ଜାତୀୟତା, ଇତ୍ୟାଦି ଉପରେ ବିଶ୍ଵାସ କରେ ନାହିଁ । ଏହା ସମସ୍ତଙ୍କ ଉପରେ ଏକ ସମାନ ପ୍ରଭାବ ପକାଇ ଥାଏ । ଭାଇରସର ପ୍ରକୋପ ଯୁଦ୍ଧର ମୂର୍ଖତାକୁ ଦର୍ଶାଇ ଥାଏ । ସେଥିପାଇଁ ଆଜି ମୁଁ ଦୁନିଆର ସମସ୍ତ କୋଣ ଅନୁକୋଣକୁ ବିଶ୍ଵସ୍ତରୀୟ ସଂଘର୍ଷବିରାମର ଆହ୍ୱାନ ଦେଉଛି ।‘

କହିଦେଉଛୁ କି ପୁରା ଦୁନିଆରେ କରୋନା ଭାଇରସ ମାମଲାର ସଂଖ୍ୟା ୩ ଲକ୍ଷ ୮୦ ହଜାରରୁ ବି ଅଧିକ ଅଟେ ଓ ପୁରା ଦୁନିଆରେ ଏହି ସଂକ୍ରମଣ ଦ୍ଵାରା ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୧୬,୫୬୯ରେ ପହଞ୍ଚି ଯାଇଛି । ସବୁଠୁ ଅଧିକ ସଂକ୍ରମିତ ମମାଲା ଯେଉଁ ଦେଶରୁ ଆସୁଛି ସେଥିରୁ ପ୍ରାୟତଃ ଚୀନର (୮୧,୧୭୧) ଓ ଇଟାଲୀର (୬୩୯୨୭) ଅଟେ ।

ୟୁରୋପ ଦେଶରେ ଲଗାତାର ନାଗରିକଙ୍କ ସଂଖ୍ୟା କମ ହେବାକୁ ଲାଗିଛି । ଇଟାଲୀ, ସ୍ପେନ ଓ ଫ୍ରାନ୍ସକୁ ଦେଖି ବର୍ତ୍ତମାନ ଗ୍ରୀସ ବି ରାଷ୍ଟ୍ରବ୍ୟାପୀ ଲକଡାଉନର ଘୋଷଣା କରି ଦେଇଛି ।