Vastu Tips- ଘରକୁ ଦରିଦ୍ରତା ଆସିବାର ଏହା ଅଟେ 5 ଟି କାରଣ, ଚେକ କରନ୍ତୁ ଆପଣଙ୍କ ଘରେ ଏମିତି ହେଉ ନାହିଁ ତ ?

ବନ୍ଧୁଗଣ, ଆପଣଙ୍କ ଘରେ ହେଉଥିବା ଛୋଟ ଛୋଟ ବିଷୟ ବସ୍ତୁ ଗୁଡିକରେ କେତେକ ସଙ୍କେତ ମାନ ଲୁଚି ରହିଥାଏ । ଏହି ସଙ୍କେତ ଗୁଡିକୁ ଯଦି ଆମ୍ଭେ ଜାଣି ନେବା ତେବେ ଆମ ଭବିଷ୍ୟତରେ ଆସୁଥିବା ସମୟ ସବୁ କିଭଳି ହେବ ?

ଏହା ସହିତ ଆମେ କିଭଳି ଆସୁଥିବା ସମସ୍ୟା ଗୁଡିକ ମଧ୍ୟରୁ ସତର୍କ ରହି ପାରିବା ? ଏହି ସବୁ ବିଷୟ ଉପରେ ଅତି ସହଜରେ ବୁଝିପାରିବା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ଦାରିଦ୍ର୍ୟତା ବଢିବାର ସମ୍ଭାବନା ହୋଇଥାଏ, ତେବେ ଆମ ଘରେ ଛୋଟ ଛୋଟ ଲକ୍ଷଣ ମାନ ଇସାରା କରି ଜଣାଇ ଥାଏ । ଆଜି ଆମ୍ଭେ କହିବାକୁ ଯାଉଅଛୁ ଗରିବୀ ବଢିବାର କେଉଁ କେଉଁ ସଂକେତ ମାନ ପରିଲକ୍ଷିତ ହୋଇଥାଏ । ଆସନ୍ତୁ ତେବେ ଜାଣିବା ସେ ସବୁ ଲକ୍ଷଣ ସମ୍ବନ୍ଧରେ କିଛି ବିଶେଷ କଥା ।

୧- ଯଦି ଘରେ କୌଣସି ପ୍ରକାରର ସମସ୍ୟା ଆସିବାକୁ ଥାଏ, ତେବେ ତାହାର ପ୍ରଭାବ ଘରେ ଥିବା ତୁଳସୀ ଗଛ ମଧ୍ୟରେ ପ୍ରଥମେ ପରିଲକ୍ଷିତ ହୋଇଥାଏ । ତୁଳସୀ ପତ୍ର ସଂପୂର୍ଣ୍ଣ ଭାବରେ ଶୁଖିଯାଇଥାଏ । ଏହା ଫଳରେ ଘରେ ନାନା ପ୍ରକାରର ସମସ୍ୟା ସହିତ ଦାରିଦ୍ର୍ୟତା ଆସିବାର ସମ୍ଭାବନା ରହିଥାଏ ।

୨- ଘରେ ଥିବା ଖାଦ୍ୟ ପଦାର୍ଥ ରେ କଳା ପିମ୍ପୁଡି ଲାଗିଯିବା, ଏହା ଆସୁଥିବା ଖରାପ ସମୟ ପ୍ରତି ଇସାରା କରିଥାଏ ।

୩- ଯଦି ଆପଣଙ୍କ ଘରେ ଲାଗିଥିବା ଗଛ ପତ୍ର ଶୁଖିବାକୁ ଲାଗିଥାଏ ତେବେ ଏହାକୁ ତୁରନ୍ତ କା-ଟି ଦିଅନ୍ତୁ । ଘରେ ଲାଗିଥିବା ଗଛପତ୍ର ସର୍ବଦା ସବୁଜ ହେବା ଆବଶ୍ୟକ । ଘରେ ଥିବା ଗଛ ଆଦୌ ଶୁଖିବା କଥା ନୁହେଁ । ଏହା ଦ୍ଵାରା ବୁଧ ଗ୍ରହ ଖରାପ ହୋଇଥାଏ । ଆପଣଙ୍କ ଉପରେ କରଜ ମଧ୍ୟ ବଢିଥାଏ । ଏଣୁ ଆପଣ ଲଗାଇଥିବା ଗଛରେ ସର୍ବଦା ପାଣି ଦିଅନ୍ତୁ । ଏହାକୁ କେବେ ମଧ୍ୟ ଶୁଖିବାକୁ ଦିଅନ୍ତୁ ନାହିଁ ।

୪- ଘରେ ଝାଡୁ ମାତା ଲକ୍ଷ୍ମୀ ଙ୍କର ସୂଚକ ଅଟେ । କାରଣ ଏହା ଦାରିଦ୍ର୍ୟତାକୁ ଘରୁ ବାହାରକୁ କାଢି ଦେଇଥାଏ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ତଥା ଦାରିଦ୍ରତା ଆସିଥାଏ । ଝାଡୁ ଉପରେ ନିଜ ପାଦ ଆଦୌ ରଖିବା କଥା ନୁହେଁ । ଏହାଦ୍ୱାରା ଲକ୍ଷ୍ମୀ ଙ୍କର ନିରାଦର ହୋଇଥାଏ । ଆପଣ ଙ୍କ ଘରର ଛୋଟ ଛୁଆ ଯଦି ଝାଡୁ ଦ୍ଵାରା ଘର ଓଳାଇବା ଆରମ୍ଭ କରିଦେଇଥାଏ, ତେବେ ଆପଣଙ୍କ ଘରେ କୌଣସି ଅଜଣା ଅତିଥି ଙ୍କର ପ୍ରବେଶ ହେବାକୁ ଯାଇଥାଏ ।

୫- ସୂର୍ଯ୍ୟାସ୍ଥ ପରେ ଘରେ ଝାଡୁ କରିବା କଥା ନୁହେଁ । କାରଣ ଏହା ବ୍ୟକ୍ତି ଙ୍କର ଦୁର୍ଭାଗ୍ୟ କୁ ଆମନ୍ତ୍ରଣ ଦେଇଥାଏ । ଖାଦ୍ୟ ଖାଇବା ପୂର୍ବରୁ ଘରକୁ ଝାଡୁ ଦ୍ଵାରା ସଫା ଅବଶ୍ୟ କରି ନିଅନ୍ତୁ ଏହା ଶୁଭ ହୋଇଥାଏ । ଝାଡୁକୁ ସର୍ବଦା ଶୁଆଇ ରଖିବା ଆବଶ୍ୟକ । ଏହାକୁ ଛିଡା କରାଇ ରଖିଲେ ଘରେ କଳିକଜିଆ ହୋଇଥାଏ । ବନ୍ଧୁଗଣ ବାସ୍ତୁ ସମ୍ବନ୍ଧୀୟ ଏହି ବିବରଣୀ ଟି ଆପଣଙ୍କୁ କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ