ବର୍ତ୍ତମାନ ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା । ତେବେ ଆଜି ତାହା ଅବପାତରେ ପରିଣତ ହେବା ପରେ ଯାଇ ଚିତ୍ର ସ୍ପଷ୍ଟ ହେବ କି ବାତ୍ୟା କେଉଁ ଦିଗରେ ଗତି କରିବା, ଏହାର ତୀବ୍ରତା କେତେ ରହିବ ଓ ବର୍ଷାର ପରିମାଣ କେତେ ରହିବ । ଏହାସହ ଏହା କେଉଁଠାରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଅଧିକ ରହିବ ଏବଂ କେଉଁ ସ୍ଥାନ ମାନଙ୍କରେ ଏହାର ପ୍ରଭାବ ଅଧିକ ରହିବ ତାହା ମଧ୍ୟ ସ୍ପଷ୍ଟ ହେବ । ତେବେ ଏହାକୁ ନେଇ ଏବେ ରାଜ୍ୟର ବିଭିନ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।
ଓଡିଶାର ଜଗତସିଂପୁର ଜିଲ୍ଲା ରେଡ୍ ଆଲର୍ଟରେ ରହିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂପୁର ଜିଲ୍ଲା ପ୍ରଶାସନ ଏକ ବୈଠକ କରିଥିଲା । ଭି-ଡି-ଓ କନ୍ଫରେନ୍ସି॰ ମାଧ୍ୟମରେ ଜଗତସିଙ୍ଘ୍ପୁର ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଏହି ବୈଠକ ବସିଥିଲା । ଏହି ବୈଠକରେ ଜିଲ୍ଲାର ସମସ୍ତ ବିଡିଓ ଏବଂ ତହସିଲଦାର ଯୋଗ ଦେଇଥିଲେ । ସମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି ଚାଷୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଶାସନ ଓ ଏହାହା ଫସଲ ମଧ୍ୟ ସୁରକ୍ଷିତ ସ୍ଥାନକୁ ଆଣିବାକୁ ମଧ୍ୟ ସତର୍କ କରାଇଛନ୍ତି ।
ଏହାସହ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ତଳିଆ ଅଞ୍ଚଳର ଲୋକ କିପରି ନିରାପଦ ସ୍ଥାନକୁ ଆସିବେ ସେନେଇ ପଦକ୍ଷେପ ନେବାକୁ ତହସିଲଦାର ଏବଂ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବାତ୍ୟା ଯୋଗୁଁ ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଉଥିବା ବେଳେ ଜଗତସିଂପୁର ଜିଲ୍ଲାକୁ ଅଧିକ ସତର୍କ ରହିବାକୁ କୁହାଯାଇଛି । ବାତ୍ୟା ପୂର୍ବରୁ ସମସ୍ତ ଉଚ୍ଚ ଅଧିକାରୀ ମାନଙ୍କୁ ନିଜ ନିଜ ଅଞ୍ଚଳରେ ସତର୍କ ରହିବାକୁ ଓ ଉଚିତ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି ।
ଯାହା ସେମାନେ ପ୍ରସ୍ତୁତି ଆରମ୍ଭ ମଧ୍ୟ କରି ସାରିଲେଣି । ଜଗତସିଂପୁର ଜିଲ୍ଲାରେ ପ୍ରାୟ ୮୪ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଉଛି । ତେଣୁ ଧାନ ଅମଳ ସମୟ ପ୍ରାୟ ହୋଇ ଯାଇଥିବାରୁ ଚାଷୀଙ୍କୁ ପାଚି ଯାଇଥିବା ଧାନ ତୋଳି ଆଣିବାକୁ ପ୍ରଶାସନ କହିଛନ୍ତି । ୧୯୮୧ ମସିହାରୁ ୨୦୨୦ ମଧ୍ୟରେ ଡିସେମ୍ବର ମାସରେ ଓଡିଶାରେ କୌଣସି ବାତ୍ୟା ମା-ଡ ହୋଇ ନଥିବା ରେକର୍ଡ ରହିଛି ।
କାରଣ ଏହି ସମୟରେ ଯଦ୍ୟପି ବାତ୍ୟା ଆସେ ତାହା ସବୁବେଳେ ଓଡିଶାରେ ୱେଷ୍ଟର୍ଣ୍ଣ ୱିଣ୍ଡ ଯୋଗୁଁ ପଶ୍ଚିମବଙ୍ଗ ମୁହାଁ ହୋଇଯାଏ । ତେବେ ଏଥର ବାତ୍ୟା ଯୋଗୁଁ ଓଡିଶା ପ୍ରଭାବିତ ହେବ ବୋଲି ପାଣିପାଗ ବିଜ୍ଞାନୀ ମାନେ ଅନୁମାନ କରୁଥିବା ବେଳେ ଆଉ କିଛି ଘଣ୍ଟା ମଧ୍ୟରେ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇଯିବ । ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।