ଅଟୋରେ ଛାଡି ଦେଇଥିଲେ ସୁନାଗହଣା ଓ ଟଙ୍କା, ଆଉ ତାପରେ ଅଟୋଚାଳକ ଯାହା କଲେ ଜାଣି ଆପଣ ବି ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ Video

ଦୁନିଆରେ ଆଜି ବି ବଞ୍ଚିଛି ମାନବିକତା ଏବଂ ସାଧୁତା । ଲୋଭ ମୋହମାୟା ଠାରୁ ଉପରେ ଅଛନ୍ତି ଅନେକ ମଣିଷ । ସ୍ଵାଭିମାନ ଆଗରେ ସୁନା ରୂପା ତୁଚ୍ଛ ବୋଲି ପରିଚୟ ଦେଇଛନ୍ତି ଜଣେ ଅଟୋଚାଳକ ଶ୍ରବଣ କୁମାର । ଯାହା ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଟୋଚାଳକ ଜଣକ ପୁରୀକୁ ଆସିଥିବା ପର୍ଯ୍ୟଟକଙ୍କୁ ଆତିଥ୍ୟତାର ସ୍ଵତନ୍ତ୍ର ପରିଚୟ ଦେଇ ତାଙ୍କର ସୁନାହାର ଓ ଅନେକ ସୁନା ଗହଣାକୁ ଫେରାଇ ଦେଇଛନ୍ତି । ଆଉ ସାଉଁଟିଛନ୍ତି ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ।

ଘ-ଟ-ଣା-ଟି ହେଉଛି ଗତ ୩୦ ତାରିଖରେ ଚକ୍ରତୀର୍ଥ ରୋଡ୍ କୁ ଏକ ନିର୍ବନ୍ଧ ପାଇଁ ଆସିଥିଲେ ବାଲେଶ୍ଵରର ପ୍ରମୋଦ କୁମାର ସିଂ ସାମନ୍ତଙ୍କ ବୋହୂ ଓ ତାଙ୍କ ପରିବାର ଲୋକ । ସେମାନଙ୍କୁ ନିଜ ଅଟୋରେ ନେଇ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ନୃସିଂହ ମନ୍ଦିରରେ ଛାଡିଥିଲେ ଶ୍ରବଣ କୁମାର । ସେମାନେ ତରବର ହୋଇ ଓହ୍ଲାଇ ନିର୍ବନ୍ଧରେ ଯୋଗଦାନ କରିବାକୁ ଚାଲି ଯାଇଥିଲେ । କିନ୍ତୁ ଗହଣା ବ୍ୟାଗଟି ଅଟୋ ଭିତରେ ଛାଡି ଦେଇଥିଲେ । ବହୁତ ଖୋଜାଖୋଜି କରିବା ପରେ ସେମାନେ ଗହଣା ବ୍ୟାଗଟି ଅଟୋରେ ଛାଡି ଦେଇଥିଲେ ବୋଲି ଜାଣିବାକୁ ପାଇଥିଲେ ।

ଯାହାକୁ ପାଇବା ପାଇଁ ସେମାନେ ସି ବିଚ୍ ଥା-ନା-କୁ ବାହାରିଥିଲେ । କିନ୍ତୁ ଏହା ପୂର୍ବରୁ ହିଁ ଅଟୋଚାଳକ ଜଣକ ସେମାନଙ୍କ ଗହଣା ବ୍ୟାଗକୁ ସି ବିଚ୍ ଥା-ନା-ରେ ଡିପୋଜିଟ କରି ଦେଇଥିଲେ । ଅଟୋଚାଳକ ଜଣକ ପ୍ରମୋଦଙ୍କ ବୋହୂଙ୍କୁ ମନ୍ଦିରରେ ଛାଡିବା ପରେ ଫେରି ଆସିଥିଲେ । କିନ୍ତୁ ପରେ ସେ ଦେଖିଥିଲେ କି ତାଙ୍କ ଅଟୋରେ ବ୍ୟାଗ ଟିଏ ଅଛି । ସେ ଜାଣି ପାରିଥିଲେ ଯେ ଶେଷରେ ସେ ଯେଉଁ ଯାତ୍ରୀଙ୍କୁ ଛାଡିଛନ୍ତି ଏହା ତାଙ୍କର ବୋଲି ।

ସେ ତାଙ୍କ ଅଟୋ ସଂଘର ସେକ୍ରେଟାରୀଙ୍କୁ ପ୍ରଥମେ ଏହି କଥା ଜଣାଇଥିଲେ ଓ ଏହାପରେ ବ୍ୟାଗକୁ ନେଇ ସି ବିଚ୍ ଥା-ନା-ରେ ଜମା କରି ଦେଇଥିଲେ । ଏହାପରେ ସେ ଉକ୍ତ ମହିଳାଙ୍କୁ ଛାଡିଥିବା ସ୍ଥାନ ଯାଇ ମଧ୍ୟ ପଚରା ପଚାରି କରିଥିଲେ । ସେଠାରେ ପ୍ରମୋଦ କୁମାର ସିଂ ସାମନ୍ତଙ୍କ କାନରେ କଥା ପଡିବାରୁ ସେ ଆସି ଶ୍ରବଣଙ୍କ ସହ କଥା ହୋଇଥିଲେ ଓ ସେ ତାଙ୍କୁ ସବୁକଥା କହିବା ସହ ଗହଣା ବ୍ୟାଗକୁ ଥା-ନା-ରେ ଜମା କରି ଦେଇଛନ୍ତି ବୋଲି କହିଥିଲେ ।

ଥା-ନା-କୁ ଯାଇ ଶ୍ରବଣ ସମସ୍ତ ସୁନା ଆଣିବା ପରେ ଶ୍ରବଣଙ୍କୁ କୁଣ୍ଢାଇ ପକାଇଥିଲେ ଓ ତାଙ୍କର ସାଧୁତା ପାଇଁ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ତେବେ ପୂର୍ବରୁ ବି ଅନେକ ଥର ପର୍ଯ୍ୟଟକଙ୍କ ଜିନିଷ ଫେରାଇଛନ୍ତି ଶ୍ରବଣ କୁମାର । ସେପଟେ ଅତିଥିର ସହର ପୁରୀରେ ଆତିଥ୍ୟତାର ସ୍ଵତନ୍ତ୍ର ପରିଚୟ ଦେଇଥିବାରୁ ତାଙ୍କ ସାଧୁତା ପାଇଁ ସମ୍ମାନିତ କରାଯିବ ଓ ତାଙ୍କ ପାଇଁ ପର୍ଯ୍ୟଟନ ସହର ପୁରୀ ଗର୍ବିତ ବୋଲି କୁହନ୍ତି ସମାଜସେବୀ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।