ଗର୍ବ ଦେଖାଉଥିବା ଯୁବକକୁ ଏହି ପୋଲିସ ଅଫିସର ଏମିତି ଦେଲେ ଶିକ୍ଷା କି ଦେଖି ଆପଣ ବି କରିବେ ସଲାମ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘଟଣା ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ମାନେ ବିଶ୍ଵାସ କରିବେ ନାହି ଯେ ଆଜି ବି ଆମ ଦେଶରେ ପୋଲିସ ମାନେ ସଚୋଟତା ସହ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି । ଏହି ଘଟଣାଟି ରାଜସ୍ଥାନର ଯୋଦ୍ଧପୁରରେ ଘଇଟିଛି ଯେଉଁ ଠାରେ ପୋଲିସ ଜଣେ ଯୁବକଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି । ଜଣେ ଯୁବକ ରାସ୍ତାରେ ବିନା ହେଲମେଟରେ ଗାଡି ଚଳାଇ ଯାଉଥିବା ସମୟରେ ପୋଲିସ ତାଙ୍କର ଅବୋରୋଧ କରିଥିଲା ।

ଏହା ପରେ ଯୁବକ ଜଣକ ଅଧିକ ଆଡଭାନ୍ସ ହୋଇ ପୋଲିସ ସହ ଖରାପ ବ୍ୟବହାର କରିବାକୁ ଲାଗିଲେ । ଏହା ପରେ ପୋଲିସ ତାଙ୍କ ଗାଡି ସିଚ କରିଥିଲା । ଯୁବକ ଜଣକ ଅଫିସରୁ ଫେରୁଥିଲେ ଓ ଡେରି ହୋଇଯାଇଥିଲା ବୋଲି ହେଲମେଟ ଆଣି ନାହାନ୍ତି ବୋଲି ନିଜ ମତରେ କହିଥିଲେ । ଏହା ପରେ ଯୁବକ ଫୋନ ଲଗାଇ ପୋଲିସଙ୍କୁ କଥା ହେବା ପାଇଁ କହିଥିଲେ ।

ଯଦି ତାଙ୍କର ଚାଲାଣ କଟାଯାଏ ତେବେ ଏହା ବହୁତ ଭାରି ପଡିବ ଏଭଳି କିଛି ଶବ୍ଦର ପ୍ରୟୋଗ ଯୁବକ ପୋଲିସ ସହ କରିଥିଲେ । ଏହି କଥା ଶୁଣିବା ପରେ ପୋଲିସ ଯୁବକଙ୍କ ସହ କିଛି ଏପରି କରିଥିଲେ ଯେ ଯାହା ଅତି ପ୍ରଶଂସନୀୟ ଅଟେ । ପୋଲିସ ଯୁବକଙ୍କର ଫୋନରେ କାହା ସହ କଥା ନ ହୋଇ ନିଜର କର୍ତ୍ତବ୍ୟ ପାଳନ କରିଥିଲେ ଯାହା ଜଣେ ସଚୋଟ ପୋଲିସ ଅଫିସରର କାମ ଅଟେ । ପୋଲିସ ଯୁବକଙ୍କର ଏହି ଭଳି ଧମକରେ ନ ଡରି ତାଙ୍କର ନାଁ, ଠିକଣା, ଗାଡି ନମ୍ବର ଲେଖି ଚାଲାଣ କାଟିଥିଲେ ।

ଏହା ଛଡା ପୋଲିସ ନିଜର ଡିୟୁଟି କିପରି କରିବେ ତାହା ନ ଶିଖାଇବାକୁ ପୋଲିସ ଅଫିସର ଯୁବକଙ୍କୁ ରାଏ ଦେଇଥିଲେ । ଏହା ସହ ଚାଲାଣରେ ଏହା ମଧ୍ୟ ଲେଖା ଯାଇଛି ଯେ ଯୁବକ ସାଇନ କରିବାକୁ ମନ କରିଲେ ଓ ପୋଲିସ ସହ ଅମଜଯାଦା ଭାବେ କଥାବାରତା କରିଲେ । ଯୁବକ ନିଜର ନାଁ ଜୟନତା କହିଥିଲେ ଓ ବୟସ ୩୦ ବର୍ଷ ବୋଲି କହିଥିଲେ । ଯୁବକଙ୍କର ଲାଇସେନ୍ସ ଓ ଡିଏଲ ନ ଥିବାରୁ ମଧ୍ୟ ତାଙ୍କର ପୋଲିସ ଅଫିସରଙ୍କ ସହ ଖରାପ ଆଚରଣ କରିଥିଲେ ।

ଉତ୍ତରରେ ପୋଲିସ ଅଫିସର ଜଣକ କହିଥିଲେ ଯେ ଯଦି ଆପଣଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ  ନାହି ତେବେ ଆପଣଙ୍କୁ ଚାଲି ଚାଲି ଯିବାକୁ ପଡିବ । ଯୁବକ ନିଜ ରାଏରେ କହିଥିଲେ ଯେ ଏ ଗାଡି ତାଙ୍କର ନୁହେ ବରଂ ଆଉ କାହା ଅଟେ । ଏହା ଛଡା ତାଙ୍କର ଡିଏଲ ମଧ୍ୟ ସେ କରି ନାହାନ୍ତି ବୋଲି ଯୁବକ କହିଥିଲେ । ଏହା ବ୍ଯତୀତ ଅଫିସର ଜଣକ ଯୁବକଙ୍କର ଏଭଳି କଥା ଶୁଣିବ ପରେ କହିଥିଲେ ଯେ “ଏପରି କିଛି ଜରୁରିକାଳୀନ କାମରୁ ଆପଣ ଆସୁ ନାହାନ୍ତି ବରଂ ବମ୍ବେରୁ ଶୁଟିଙ୍ଗ ସାଋ ଫେରୁଛନ୍ତି” ।

ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ପୋଲିସ ଅଫିସର ଜଣକ ଏଠାରେ ଯେଉଁ ଭଳି ଯୁବକଙ୍କୁ ନିଜର ଗର୍ବ ପାଇଁ ଶିକ୍ଷା ଦେଇଛନ୍ତି ତାହା ଆମ ଦେଶର ପୋଲିସଙ୍କ ପାଇଁ ପ୍ରଶଂସନୀୟ ଅଟେ । ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।