ସୁସ୍ଥ ତ୍ଵଚା ଓ ସୁସ୍ଥ କେଶ ପାଇଁ କ’ଣ ଖାଇବେ ? ଚାଲନ୍ତୁ ଜାଣିବା ସିନିୟର ଡାଏଟିସିଆନ Anmayee Nanda ଙ୍କ ଠାରୁ

ସୁସ୍ଥ, ସୁନ୍ଦର, ଘନ, କଳା ଓ ଲମ୍ବା କେଶ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଏଥିପାଇଁ ଉଭୟ ପୁରଷ ଏବଂ ମହିଳା ଘଣ୍ଟା ଘଣ୍ଟା ଧରି ପାର୍ଲରରେ ସମୟ ବିତାଇଥାନ୍ତି । କିନ୍ତୁ ଉପଯୁକ୍ତ ଜୀବନଶୈଳୀ ସହ ସୁସ୍ଥ ତ୍ଵଚା ଓ କେଶ ପାଇଁ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ନିଜ ତ୍ଵଚା ଓ କେଶକୁ ସୁସ୍ଥ ରଖିବା ପାଇଁ କେଉଁ ଭଳି ଖାଦ୍ଯ ଖାଇବା ଉଚିତ ତାହା ଆସନ୍ତୁ ଜାଣିବା ସିନିୟର ଡାଏଟିସିଆନ ଅନ୍ମୟୀ ନନ୍ଦଙ୍କ ଠାରୁ ।

ଉପଯୁକ୍ତ ଜୀବନଶୈଳୀ ପାଇଁ ଆମକୁ ଶରୀରର ଫିଟନେସ ଏବଂ ସୁସ୍ଥ ତ୍ଵଚା ଓ କେଶ ଉପରେ ଧ୍ୟାନ ଦେବାକୁ ହେବ । ତେବେ ଏହି ସବୁ କେମିତି ସୁସ୍ଥ ରଖିବେ ? ବିଶେଷ କରି ସୁସ୍ଥ ତ୍ଵଚା ଓ କେଶ ପାଇଁ ଆମକୁ କେବଳ ବାହାରି ଭାଗରୁ ଯତ୍ନ ନେବା ଯଥେଷ୍ଟ ନୁହେଁ । ଏଥିପାଇଁ ଆପଣଙ୍କୁ ଆଭ୍ଯନ୍ତରୀଣ ଭାବେ ମଧ୍ୟ ପୋଷଣର ଆବଶ୍ୟକ ରହିଛି । ଆମ ଶରୀର କାର୍ଯ୍ୟ କରିବା ପାଇଁ ସେହିଭଳି କାର୍ଯ୍ୟକାରୀ ପୋଷାକତତ୍ତ୍ଵ ର ଆବଶ୍ୟକତା ରହିଛି ।

ଏଥିପାଇଁ ଆମକୁ ଉପଯୁକ୍ତ ପ୍ରୋଟିନ, କାର୍ବୋ ହାଇଡ୍ରେଡ, ଫ୍ୟାଟ୍ସ। ଭିଟାମିନ୍ସ ଓ ମିନେରାଲ୍ସ ଆଦି ସମସ୍ତ ଜାତୀୟ ଖାଦ୍ଯ ଖାଇବା ଆବଶ୍ୟକ ରହିଛି । କିନ୍ତୁ ଆମେ ସେପରି ନକରି ନିଜ ପସନ୍ଦର ଖାଦ୍ଯ କେବଳ ଖାଇଥାଉ । ଯାହା ଦ୍ଵାରା ଆମ ଖାଦ୍ୟରେ ସନ୍ତୁଳନ ରହିପାରେ ନାହିଁ । ତେଣୁ ତ୍ଵଚା, କେଶ ଓ ଶରୀରର ଓଜନ ଠିକ ରଖିବା ପାଇଁ ଆମକୁ ସନ୍ତୁଳିତ ଡାଏଟ ଖାଇବାର ଆବଶ୍ୟକ ରହିଛି ।

ତ୍ଵଚା ଓ କେଶ କିପରି ଭଲ ରହିବ ଏହା ଆଜିର ଯୁବପିଢିଙ୍କ ସବୁଠାରୁ ବଡ ସମସ୍ଯା । ତେବେ ଏଥିପାଇଁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଉଛି ପାଣି । ପ୍ରତିଦିନ ତିନିରୁ ଚାରି ଲିଟର ପାଣି ପିଇବାକୁ ଚେଷ୍ଟା କରନ୍ତୁ ଓ ତେଲଜାତୀୟ ଖାଦ୍ଯ ଯଥାସମ୍ଭବ ଆଭୋଏଡ କରନ୍ତୁ । ପେଟ ଯେମିତି ଖାଲି ନ ରହିବ ଏବଂ ଗ୍ଯାସ ନହେବ ସେଥିପ୍ରତି ଧ୍ୟାନ ଦେବେ । ପ୍ରଚୁର ପରିମାଣରେ ନଟ୍ସ, ପନିପରିବା ଓ ଫଳମୂଳ ଜାତୀୟ ଖାଦ୍ଯ ଖାଆନ୍ତୁ । ବାହାର ଖାଦ୍ଯ ଏକଦମ ଖାଇବା ବନ୍ଦ କରିବା ଆମ ପକ୍ଷେ ସହଜ ହୁଏନାହିଁ ।

ତେଣୁ ବାହାରେ ଖାଇବା ସଂପୂର୍ଣ୍ଣ ବନ୍ଦ କରି ନପାରିଲେ ମଧ୍ୟ ଯଥାସମ୍ଭବ କମ୍ ଖାଇବାକୁ ଚେଷ୍ଟା କରନ୍ତୁ । ଆମ ତ୍ଵଚା, କେଶ ଓ ନଖ ବାୟୋଟିନ ତଥା ପ୍ରୋଟିନ ଉପରେ ନିର୍ଭର କରେ । ସେଥିପାଇଁ ଅଣ୍ଡା, ଚିନାବାଦାମ, ନଟ୍ସ, କଞ୍ଚା ପିଆଜ, ସଲାଡ, ଦହି ଓ ଡାଲି ଆଦି ପ୍ରୋଟିନ ଜାତୀୟ ଖାଦ୍ଯ ଯଥେଷ୍ଟ ପରିମାଣରେ ଖାଆନ୍ତୁ ।

ଯଦି ଆପଣ ସନ୍ତୁଳିତ ଖାଦ୍ଯ ଖାଇବା ସହ ପ୍ରତିଦିନ ଏକ୍ସରସାଇଜ କରିବେ ଓ ହାଲୁକା ସୂର୍ଯ୍ୟକିରଣ ନେବେ ତେବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ସଠିକ ରହିବା ସହ ଆପଣଙ୍କ ଶରୀର ଫିଟନେସ ଏବଂ ତ୍ଵଚା, କେଶ ଆଦି ସୁସ୍ଥ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।