CRPF ଯବାନଙ୍କ ପୁଅ ଏବେ ଇଣ୍ଡିଆ କ୍ରିକେଟ ଟିମ୍ ର ହିରୋ, ପୁଅର ସଫଳତାକୁ ନେଇ ବାପା ଯାହା କହୁଛନ୍ତି ଶୁଣିଲେ ଆପଣ ଭାବୁକ ହୋଇଯିବେ

ବାପା ସିଆରପିଏଫ ଯବାନ ଆଉ ପୁଅ ଟିମ୍ ଇଣ୍ଡିଆର ହିରୋ । ଗୋଟିଏ ପଟେ ବାପା ସୀମାରେ ଦେଶର ସୁରକ୍ଷା କରୁଥିବା ବେଳେ ଅନ୍ୟପଟେ ପୁଅ ଦେଶ ପାଇଁ ଖେଳି ନାଁ କମାଇଚି । ଆମେ କହୁଛୁ ଅଣ୍ଡର-୧୯ ବିଶ୍ଵକପରେ ନିଜ ଜଲୱା ଦେଖାଇଥିବା ବାମହାତୀ ପେସ୍ ବୋଲର ରବି କୁମାରଙ୍କ କଥା । ବାଂଲାଦେଶର ଟପ୍ ଅର୍ଡରକୁ ଧ୍ଵଂସ କରି ଏବେ ଚର୍ଚ୍ଚାରେ ରହିଛନ୍ତି ଏହି ଯୁବ ଖେଳାଳୀ । ବାଂଲାଦେଶକୁ ହରାଇ ଏବେ ଅଣ୍ଡର-୧୯ ବିଶ୍ଵକପର ସେମି ଫାଇନାଲରେ ପ୍ରବେଶ କରି ସାରିଛି ଟିମ୍ ଇଣ୍ଡିଆ ।

ତେବେ ଭାରତକୁ ସେମି ଫାଇନାଲରେ ପହଞ୍ଚାଇବାରେ ବାମହାତୀ ପେସ୍ ବୋଲର ରବି କୁମାରଙ୍କ ବଡ ହାତ ରହିଛି । ସେ ବାଂଲାଦେଶ ବିପକ୍ଷରେ ବୋଲିଂ କରି ୭ ଓଭରରେ ମାତ୍ର ୧୪ ରନ୍ ଦେଇ ୩ଟି ୱିକେଟ ନେଇଥିଲେ । ଆଉ ଏହି ମ୍ଯାଚରେ ଭାରତ ବାଂଲାଦେଶକୁ ୫ ୱିକେଟରେ ପରାସ୍ତ କରିଥିଲା । ଭାରତ ବିଜୟୀ ହେଲା । କିନ୍ତୁ ଏହି ବିଜର ଉତ୍ସବ ପାଳନ ହୋଇଛି ଓଡିଶାର ନକ୍ସଲ ପ୍ରଭାବିତ ଜିଲ୍ଲା ଓଡିଶାର ସିଆରପିଏଫ କ୍ୟାମ୍ପରେ ।

କାରଣ ରବୀନ୍ଦରଙ୍କ ବାପା ହେଉଛନ୍ତି  ରାଜୀନ୍ଦର ସିଂହ ଜଣେ ସିଆରପିଏଫ ଯବାନ । ଯିଏ କି ଏବେ ରାୟଗଡା ଜିଲ୍ଲାର ସିଆରପିଏଫ କ୍ୟାମ୍ପରେ ନିୟୋଜିତ ଅଛନ୍ତି । ଦୁଇ ଦିନ ପୂର୍ବରୁ ରବି କୁମାରଙ୍କ ବାପାଙ୍କୁ ଏହି କ୍ୟାମ୍ପରେ ଖୁବ କମ୍ ଲୋକ ଜାଣିଥିଲେ, ହେଲେ ଅଣ୍ଡର-୧୯ ବିଶ୍ଵକପ୍ ରେ ପୁଅର କମାଲ ପରେ ଏବେ ବାପାଙ୍କୁ ଏହି କ୍ୟାମ୍ପରେ ସମସ୍ତେ ଚିହ୍ନି ସାରିଲେଣି । ଏନେଇ ରବି କୁମାରଙ୍କ ବାପା କହିଛନ୍ତି କି ଏବେ ପୁରା ସିଆରପିଏଫ କ୍ୟାମ୍ପରେ ରବି ଏବଂ ତାଙ୍କ ବିଷୟରେ ଆଲୋଚନା ହେଉଛି । ସ

ବୁ ଅଫିସର ମାନେ ଏବେ ତାଙ୍କୁ ଚିହ୍ନି ସାରିଲେଣି ଓ ତାଙ୍କୁ ଫୋନ କରି ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି । ଆଉ ଏଥିପାଇଁ ଖୁସି ବ୍ୟକ୍ତ କରିବା ପାଇଁ ତାଙ୍କ ପାଖରେ କିଛି ଶବ୍ଦ ନାହିଁ ବୋଲି ସେ କହିଛନ୍ତି । ରବିଙ୍କୁ ଏହି କ୍ରିକେଟ ଖେଳିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ୧୩ ବର୍ଷ ବୟସରେ ସେ ଉତ୍ତରପ୍ରଦେଶ ଛାଡି ପଶ୍ଚିମବଙ୍ଗ ଚାଲି ଯାଇଥିଲେ । ଧୀରେ ଧୀରେ କରି ଦ୍ଵିତୀୟରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ ।

ହେଲେ ବୋନ ଟେଷ୍ଟ ଆଧାରରେ ତାଙ୍କୁ ୧୬ ବର୍ଷରୁ କମ୍ ବୟସ ଟିମ୍ ରୁ ବାହାର ହେବାକୁ ପଡିଥିଲା । ତଥାପି ହାରି ନଥିଲେ ରବି ଆଉ ତାଙ୍କ ସଂଘର୍ଷ ଜାରି ରଖିଥିଲେ । ଫଳରେ ଆଜି ସେ ଏହି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।