ଆସନ୍ତା ଦୁଇ ବର୍ଷ ମଧ୍ୟରେ ଭାରତରେ ମିଶିଯିବ POK ! ଏନେଇ କିଛି ଏମିତି ମନ୍ତବ୍ୟ ଦେଲେ କେନ୍ଦ୍ରମନ୍ତ୍ରୀ Kapil Patil, ଦେଖନ୍ତୁ କଣ କହିଲେ ସେ ?

ଏଥର ଭାରତରେ ମିଶିଯିବ ପିଓକେ । ଆଗାମୀ ଦୁଇ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେ ଭାରତର ଏକ ଅଂଶ ହୋଇଯିବ । ଏମିତି ଏକ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ କପିଲ ପାଟିଲ । ଏହାସହ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପାଇଁ ଯେମିତି କାମ କରୁଛନ୍ତି ତାହା ପ୍ରଶଂସାଯୋଗ୍ୟ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ମହାରାଷ୍ଟ୍ରର ଥାନେ ସ୍ଥିତ କଲ୍ୟାଣ ସହରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହିଭଳି ମନ୍ତବ୍ୟ ଦେଇଛନ୍ତି କପିଲ ।

କେବଳ ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦି କେବଳ ଆଳୁ ଓ ପିଆଜ ଦାମ୍ କମାଇବା ପାଇଁ ପ୍ରଧାନ ମନ୍ତ୍ରୀ ହୋଇ ନାହାନ୍ତି । ପିଆଜ ଦାମ୍ ଅଧିକ ହେଲେ ଲୋକେ ଅଭିଯୋଗ କରୁଛନ୍ତି ହେଲେ ସେମାନେ ମଟନ କିମ୍ବା ପିଜାକୁ ଅଧିକ ଦାମ ଦେଇ କିଣିବା ପାଇଁ ସଙ୍କୋଚ କରନ୍ତି ନାହିଁ । ଜରୁରୀ ସାମଗ୍ରୀର ମୂଲ୍ୟ ବଢିଲେ କେହି ସମର୍ଥନ କରନ୍ତି ନାହିଁ । ଏହାସହ ସେ କହିଛନ୍ତି ଯେ, ଦେଶର ନାଗରିକ ସଂଶୋଧନ ଅଧିନିୟମ ଜାମୁ କାଶ୍ମୀରରୁ ଧାରା ୩୭୦ ଓ ୩୫A ଉଚ୍ଛେଦ ଭଳି ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦି ସରକାର ।

ଆସନ୍ତା ୨୦୨୪ରୁ ପାକିସ୍ତାନ ଅଧିକୃତ କାଶ୍ମୀର ମଧ୍ୟ ସମ୍ଭବତଃ ଭାରତର ଅଂଶ ହୋଇଯିବ । ପାକ୍ ଅଧିକୃତ କାଶ୍ମୀରକୁ ନେଇ କେନ୍ଦ୍ର ମନ୍ତ୍ରୀ ଦେଇଥିବା ଏହି ବୟାନ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଭାଇରାଲ ହେବାରେ ଲାଗିଛି । ଏହାସହ ସେ କହିଛନ୍ତି ଯେ ଲୋକମାନେ ୭୦୦ ଟଙ୍କା ଦର ଦେଇ କେଜିଏ ମାଂସ ଓ ୬୦୦ ରୁ ୭୦୦ ଟଙ୍କା ଦେଇ ପିଜା କିଣୁଛନ୍ତି । ହେଲେ ୧୦ ଟଙ୍କାରେ ପିଆଜ ଓ ୪୦ ଟଙ୍କାରେ ବିଲାତି କିଣିବା ଆମକୁ ମହଙ୍ଗା ପଡି ଯାଉଛି ।

ଯଦି କୌଣସି ଜିନିଷର ମୂଲ୍ୟ ବୃଦ୍ଧି ପଛର କାରଣ ଜାଣି ନଥାନ୍ତି ତେବେ ଏଥିପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ଦାୟୀ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ କପିଲ ପାଟିଲ । ଏହାସହ ପିଓକେ ଭାରତ ସହ ମିଶିଯିବା କଥାକୁ କେନ୍ଦ୍ର ମନ୍ତ୍ରୀ ବାରମ୍ବାର ଦୋହରାଇ ଥିଲେ । ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ବୟାନରୁ ସ୍ପଷ୍ଟ ଜଣାପଡୁଛି ଯେ ପିଓକେ କୁ ନେଇ ନିଶ୍ଚୟ କିଛି ରଣନୀତି ପ୍ରସ୍ତୁତ କରୁଛନ୍ତି ମୋଦି ସରକାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।