“Sonali ମୋତେ ଛାଡିକି ଗଲା Saraswat ପାଇଁ, ମୁଁ ମୋ କର୍ମର ଫଳ…” ଦେଖନ୍ତୁ ନିଜ ସୁଇସାଇଡ ନୋଟରେ କଣ ସବୁ ଲେଖିଗଲେ Soumya Ranjan

“ଆଇ ଆମ ସରି ମମି ଡାଡି, ମୋତେ କ୍ଷମା କରିଦେବ । ସୋନାଲି ମୋ ସହ ବହୁତ ଖେଳିଲା, ଗୋଟେ ବର୍ଷ ହେଲା ଖେଳିଲା । ଟିକେ ଟିକେ ଭୁଲ ଲାଗି ମାସ ମାସ ତଡପେଇଲା । ମୁଁ ଆଉ ଦୁନିଆକୁ ଫେସ୍ କରି ପାରିବିନି, ମୁଁ ବଞ୍ଚିକି ନ ବଞ୍ଚିଲା ପରିକା । ତମେ ମମିକୁ ଭଲ ପାଅ । ତୁମେ ଦୁଇଜଣ ଖୁସିରେ ରୁହ । ଆୟାନକୁ ମୁଁ ବହୁତ ମିସ୍ କରିବି, ମୋର ଭଗବାନଙ୍କ ଉପରୁ ଭରସା ଉଠିଗଲା । ତାଙ୍କୁ ୩୦ ବର୍ଷ ହେଲା ଡାକୁଛି ସିଏ ଖାଲି ମୋ ମନରେ କଷ୍ଟ ହିଁ ଦେଇଛନ୍ତି ।

ଏ ସୋନାଲି ଲକିକୁ ଛାଡିକି ଆସିଲା ଅଜୟ ପାଇଁ । ଅଜୟ ଥିଲା ବେଳେ ମତେ ତା ସହ ଫସେଇଲା । ଅଜୟ ପାଢି ପ୍ଳିଜ ମୋତେ ମାଫ୍ କରିଦେବ, ତୁମକୁ ମୁଁ ବହୁତ କଷ୍ଟ ଦେଇଛି । ସୋନାଲି ଏବେ ସାରସ୍ଵତ ପାଇଁ ମତେ ଛାଡିକି ଗଲା । ମୁଁ ମୋ କର୍ମର ଫଳ ଭୋଗିବି । ପ୍ଳିଜ ଡାଡି ମମି ମତେ ମାଫ କରିଦେବ । ଏହାକୁ ମୋ ସୁଇସାଇଡ ହିସାବରେ ଗ୍ରହଣ କରନ୍ତୁ । ପୋଲିସକୁ ମୋର ଅନୁରୋଧ ସୋନାଲିର ପ୍ରପର ଇନଭେଷ୍ଟିଗେସନ ହେଉ । ୨୯ ଦିନ ମତେ ଧୋକା ଦେଇ ସାରସ୍ଵତ ପାଖକୁ ଯାଇଥିଲା ।

ସମସ୍ତଙ୍କ ଆଗରେ ଭଲ ହେଇକି ମୋତେ ଖରାପ କରିଦେଲା ।” ଇଏ ଥିଲା ମୃତ ସୌମ୍ଯରଞ୍ଜନଙ୍କ ଶେଷ ଚିଠି ବା ସୁ-ଇ-ସା-ଇ-ଡ ନୋଟ। ଯେଉଁଥିରେ ସେ ନିଜ ମୃତ୍ୟୁର କାରଣ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ସେ ଚିଠି ଲେଖିଥିବା ସମୟରେ ମାନସିକ ଚାପରେ ଥିବା ମଧ୍ୟ ସ୍ପଷ୍ଟ ବାରି ହେଉଛି । ଯାହାପଛର କାରଣ ସେ ସୋନାଲିଙ୍କୁ ହିଁ ଦର୍ଶାଇଛନ୍ତି । ଗତ ୨୯ ଦିନ ହେବ ସେ ଜାଣିବାକୁ ପାଇଥିଲେ କି ସାରସ୍ଵତ ନାମକ ଯୁବକଙ୍କ ସହ ସୋନାଲିଙ୍କର ସମ୍ପର୍କ ଅଛି ।

ଯାହାକୁ ନେଇ ସେ ମାନସିକ ଚାପର ବଶବର୍ତ୍ତୀ ହୋଇଥିଲେ । ଏହାସହ ସେ ନିଜ ପରିବାର ଲୋକଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି । ଏହି ଚିଠିରୁ ଜଣାପଡୁଛି କି ପ୍ରେମିକା ସୋନାଲିଙ୍କର ଅନ୍ୟମାନଙ୍କ ସହ ମଧ୍ୟ ସମ୍ପର୍କ ଥିଲା । ଯାହା ସବୁ ଜାଣି ପାରିଥିଲେ ସୌମ୍ଯ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଚାହାନ୍ତି କି ସୋନାଲିଙ୍କ ଉପରେ ତଦନ୍ତ ହେଉ । ତେବେ ଚିଠିରେ ଯାହା ଲେଖିବା କଥା ସୋନାଲି ଲେଖି ସାରିଛନ୍ତି ।

ଆଉ କଣ ଏମିତି ରହିଛି କି ଯାହାର ତଦନ୍ତ କରେଇବାକୁ ଚାହୁଁଛନ୍ତି ସୌମ୍ଯ ? ଏନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଛି । ତେବେ ଏହି ସୁଇସାଇଡ ନୋଟକୁ ନେଇ ପୋଲିସ ନିଜ ତଦନ୍ତ କେମିତି ଆଗକୁ ବଢାଉଛି ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।