କ୍ରାଇମବ୍ରାଞ୍ଚ ପ୍ରଶ୍ନବାଣରେ ଶୁଖିଗଲା ବିଦ୍ୟାଙ୍କ ତଣ୍ଟି, ଏବେ ଧରାପଡିବେ ପ୍ରକୃତ ଅପରାଧୀ ?

ଦୀର୍ଘ ପ୍ରତୀକ୍ଷା ପରେ ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACFO ସୌମ୍ଯଙ୍କ ମୃ-ତ୍ୟୁ ମାମଲାରେ ଗତକାଲି ମୁଖ୍ୟ ଆରୋପୀ ତଥା ସୌମ୍ଯଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେ-ରା କରିଛି କ୍ରା-ଇ-ମ-ବ୍ରା-ଞ୍ଚ । କ୍ରାଇମବ୍ରାଞ୍ଚର ପ୍ରଶ୍ନ ଶୁଣି ଘଣ୍ଟାକୁ ଘଣ୍ଟା ଶୁଖି ଯାଉଥିଲା ବିଦ୍ୟାଙ୍କ ତଣ୍ଟି । କ୍ରାଇମବ୍ରାଞ୍ଚ ତାଙ୍କୁ ପ୍ରାୟ ୬୦ ରୁ ୭୦ ପ୍ରଶ୍ନ ପଚାରିଥିଲା । ଆଉ ସେତିକି ପ୍ରଶ୍ନରେ ପାଣି ପିଇ ପକାଇଲେ ବିଦ୍ୟାଭାରତୀ । ସେ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ ଓ ଆଉ କିଛି ପ୍ରଶ୍ନରେ ନୀରବ ରହିଥିଲେ ।

ବିଦ୍ୟାଭାରତୀଙ୍କୁ ଦୀର୍ଘ ସାଢେ ଛଅ ଘଣ୍ଟା ଧରି ବୁଲେଇ ବଙ୍କେଇ ଅନେକ ପ୍ରଶ୍ନ କରିଥିଲା କ୍ରା-ଇ-ମ-ବ୍ରା-ଞ୍ଚ । ତେବେ ସମ୍ଭବତଃ ଆଜି ମଧ୍ୟ ବିଦ୍ୟାଭାରତୀଙ୍କୁ ଜେରା କରିପାରେ କ୍ରା-ଇ-ମ-ବ୍ରା-ଞ୍ଚ । ଗତକାଲି ଦୀର୍ଘ ସାଢେ ଛଅ ଘଣ୍ଟା ଧରି କପ୍ତିପଦାର ଗଉଡ ଗାଁ ରେ ଡେରା ପକେଇଥିଲା କ୍ରା-ଇ-ମ-ବ୍ରା-ଞ୍ଚ । ଏହି ଜେରାରେ କ୍ରା-ଇ-ମ-ବ୍ରା-ଞ୍ଚ ଡ଼ିଏସପି ଜ୍ଞାନ ରଞ୍ଜନ ମିଶ୍ରଙ୍କ ସମେତ କ୍ରା-ଇ-ମ ଏଗନେଷ୍ଟ ୱମେନ ସେଲ ର ଦୁଇଜଣ ମହିଳା ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ ।

ଏହାପୂର୍ବରୁ କ୍ରା-ଇ-ମ-ବ୍ରା-ଞ୍ଚ ମୃ-ତ ସୌମ୍ୟଙ୍କ ବାପା, ମା, ବଡ ଭାଇ, ମାମୁଁ ଓ ମାଇଁଙ୍କ ସମେତ ୧୯ ଜଣଙ୍କ ବୟାନ ରେକର୍ଡ କରିସାରିଛି । ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଓ ସୂଚନା ଅଭିଯୋଗକୁ ଆଧାର କରି ବିଦ୍ୟାଭାରତୀଙ୍କ ଠାରୁ ଉତ୍ତର ଖୋଜିଥିଲା କ୍ରାଇମବ୍ରାଞ୍ଚ ।

ସୌମ୍ୟଙ୍କ ସହ କାହିଁକି ନଥିଲା ସ୍ଵାମୀ-ସ୍ତ୍ରୀର ସମ୍ପର୍କ ? ମୃ-ତ୍ୟୁ ପୂର୍ବରୁ କାହିଁକି କରାଯାଇଥିଲା ଏଗ୍ରୀମେଣ୍ଟ ? ଉଭୟଙ୍କ ଡାଏରୀରୁ ମିଳିଥିବା ଲେଖାରେ କାହିଁକି ଥିଲା ତିକ୍ତତା ? କେଉଁ କାରଣରୁ ବଲାଙ୍ଗୀରରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ? ସୌମ୍ୟଙ୍କୁ ନିୟମିତ ଫୋନ କରୁଥିବା ଯୁବତୀ ଜଣକ କିଏ ? ଏହିପରି ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଣରେ ବିଦ୍ୟାଙ୍କୁ ଛନ୍ଦି ପକାଇଥିଲା କ୍ରା-ଇ-ମ-ବ୍ରା-ଞ୍ଚ ତ-ଦ-ନ୍ତ-କା-ରୀ ଟିମ୍ । ବିଦ୍ୟାଭାରତୀ କ୍ରା-ଇ-ମ-ବ୍ରା-ଞ୍ଚ-ଙ୍କ କିଛି ପ୍ରଶ୍ନର ଉତ୍ତର ଦେବା ସହ ଆଉ କିଛି ପ୍ରଶ୍ନରେ ଚୁପ୍ ରହିଥିଲେ ।

ସେହିପରି ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା ଓ ମା ବିଦ୍ୟୁଲତା ପଣ୍ଡାଙ୍କୁ ମଧ୍ୟ ଜେ-ରା କରିଥିଲା କ୍ରା-ଇ-ମ-ବ୍ରାଞ୍ଚ । ବିଦ୍ୟାଭାରତୀ ଓ ସୌମ୍ୟଙ୍କ ସମ୍ପର୍କରେ କାହିଁକି ଆସିଥିଲା ତିକ୍ତତା ? କେଉଁ କାରଣରୁ ବିଦ୍ୟାଭାରତୀ ବାରମ୍ବାର ବାପଘରକୁ ଚାଲି ଆସୁଥିଲେ ? ସେମାନଙ୍କ ମଧ୍ୟରେ ଆପଣ ବୁଝାମଣା କରୁଥିଲେ ନା ଆଉ କିଛି କହୁଥିଲେ ? ବିଦ୍ୟାଙ୍କ ପିତାମାତାଙ୍କୁ ଏହିପରି ଏକାଧିକ ପ୍ରଶ୍ନ କରିଥିଲେ ତ-ଦ-ନ୍ତ-କା-ରୀ ଟିମ୍ ।

ତେବେ ବିଦ୍ୟାଙ୍କୁ ଜେ-ରା କରିବା ପରେ ଧରାପଡିବେ ପ୍ରକୃତ ଅ-ପ-ରା-ଧୀ ବୋଲି ଅପେକ୍ଷା କରି ରହିଛନ୍ତି ମୃ-ତ ସୌମ୍ୟଙ୍କ ପରିବାର ଲୋକେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।