70 ପ୍ରଶ୍ନରେ ପାଣି ପିଇ ପକାଇଲେ ବିଦ୍ୟାଭାରତୀ, ସାଢେ ଛଅ ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ, ସାମ୍ନାକୁ ଆସିଲା ଏମିତି ତଥ୍ୟ

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACFO ସୌମ୍ଯା ରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଆରମ୍ଭରୁ ହିଁ ସୌମ୍ୟଙ୍କ ପତ୍ନୀ ତଥା ବୋହୂ ବିଦ୍ୟାଭାରତୀଙ୍କ ଉପରେ ସନ୍ଦେହ କରି ଆରୋପ ଲଗାଇଥିଲେ ପରିବାର ଲୋକେ । ବିଦ୍ୟାଭାରତୀ, DFO ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଉପରେ ଲାଗିଥିଲା ଦଫା ୩୦୨ ଏବଂ ୧୨୦ । ତଥାପି ପୋଲିସ ସେମାନଙ୍କୁ ଗିରଫ କରି ନଥିଲା କି ସଠିକ ଭାବେ ଜେରା ମଧ୍ୟ କରି ନଥିଲା ।

ଅନେକ ତ୍ରୁଟିପୂର୍ଣ୍ଣ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ସୌମ୍ୟଙ୍କ ଘରଲୋକ । ସେମାନଙ୍କ ଅନୁରୋଧ କ୍ରମେ ପୋଲିସ ହାତରୁ ତଦନ୍ତ ଯାଇ ପହଞ୍ଚିଛି କ୍ରା-ଇ-ମ-ବ୍ରା-ଞ୍ଚ ହାତରେ । ଜୋରାସାର ତଦନ୍ତ ଚଳେଇଛି କ୍ରା-ଇ-ମ-ବ୍ରା-ଞ୍ଚ । ଆଉ ଏବେ ମୁଖ୍ୟ ଆ-ରୋ-ପୀ ବିଦ୍ୟାଭାରତୀଙ୍କୁ ଜେରା କରିଛି । ବିଦ୍ୟାଭାରତୀଙ୍କୁ ୭୦ ରୁ ଅଧିକ ପ୍ରଶ୍ନ ପଚାରିଥିଲେ କ୍ରା-ଇ-ମ-ବ୍ରା-ଞ୍ଚ ଟିମ । କ୍ରା-ଇ-ମ-ବ୍ରା-ଞ୍ଚ-ଙ୍କ ପ୍ରଶ୍ନବାଣରେ ପାଣି ପିଇ ପକାଇଥିଲେ ବିଦ୍ୟାଭାରତୀ ।

ତେବେ ଦରକାର ପଡିଲେ ବିଦ୍ୟାଭାରତୀଙ୍କୁ ପୁଣି ଠାରେ ଜେରା କରାଯିବା ବୋଲି କହିଛନ୍ତି ତଦନ୍ତକାରୀ ଟିମ୍। ବିଦ୍ୟାଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଜେରା କରିଛନ୍ତି କ୍ରା-ଇ-ମ-ବ୍ରା-ଞ୍ଚ ଟିମ । ତେବେ ଏହା କୋର୍ଟ ମାମଲା ହୋଇଥିବାରୁ ବିଦ୍ୟାଭାରତୀଙ୍କୁ କେଉଁ କେଉଁ ପ୍ରଶ୍ନ ପଚରା ଯାଇଛି ତାହା ସିଧାସଳଖ ସେମାନେ ଜଣେଇ ପାରିବେ ନାହିଁ ବୋଲି କହିଛନ୍ତି କ୍ରା-ଇ-ମ-ବ୍ରା-ଞ୍ଚ ଟିମ୍ ।

ସେମାନେ ଠିକ ଭାବେ ତଦନ୍ତ କରିଛନ୍ତି ଓ ଉଚିତ ପ୍ରଶ୍ନ ସବୁ ପଚାରିଛନ୍ତି ବୋଲି କହିଛନ୍ତି । ବିଦ୍ୟାଭାରତୀ ଓ ତାଙ୍କ ପରିବାରକୁ ପ୍ରଶ୍ନ ପଚାରିବା ସହ ସେମାନଙ୍କ ବ-ୟା-ନ ମଧ୍ୟ ରେକର୍ଡ କରିଛି କ୍ରା-ଇ-ମ-ବ୍ରା-ଞ୍ଚ । ଯାହା ସେମାନେ କୋର୍ଟର ଉପସ୍ଥାପନ କରିବେ । ତେବେ ସୌମ୍ୟଙ୍କ ମୃ-ତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ପ୍ରାୟ ସାଢେ ଛଅ ଘଣ୍ଟା ଧରି ପ୍ରାୟ ୭୦ ପ୍ରଶ୍ନ ପଚାରିଛନ୍ତି କ୍ରା-ଇ-ମ-ବ୍ରା-ଞ୍ଚ । ବିଦ୍ୟାଭାରତୀଙ୍କ ଠାରୁ ସନ୍ତୋଷଜନକ ଉତ୍ତର ମିଳିଥିବା କହିଛନ୍ତି ତଦନ୍ତକାରୀ ଟିମ୍ ।

ବିଦ୍ୟା କଣ ସବୁ ଉତ୍ତର ଦେଉଛନ୍ତି ତାହା ବର୍ତ୍ତମାନ ସାମନାକୁ ଆସିନାହିଁ । ଅନୁମାନ କରାଯାଉଛି କି ପୋଲିସକୁ ଯାହା କହିଥିଲେ ସମାନ କଥା କ୍ରା-ଇ-ମ-ବ୍ରା-ଞ୍ଚକୁ ମଧ୍ୟ କହିଥିବେ ବିଦ୍ୟାଭାରତୀ । ପ୍ରଶ୍ନ ଉଠୁଛି ବିଦ୍ୟାଙ୍କୁ ପଚରା ଯାଇଥିବା ଏହି ୭୦ ପ୍ରଶ୍ନ ପ୍ରକୃତ ହ-ତ୍ୟା-କା-ରୀ-ଙ୍କ ପାଖେ କ୍ରା-ଇ-ମ-ବ୍ରା-ଞ୍ଚ-ଙ୍କୁ ପହଞ୍ଚାଇ ପାରିବ ତ ?

ଏତିକି ହିଁ ଯଥେଷ୍ଟ ନା ଆହୁରି ଖୋଳତାଡ ବାକି ଅଛି ତାହା କେବଳ ସମୟ କହିବ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।