ଏ ବର୍ଷ ଖୋଲିବ ତ ସ୍କୁଲ ? ଜାଣନ୍ତୁ ଏ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das

ବିଶ୍ଵ ବିଦ୍ୟାଳୟ, ମହା ବିଦ୍ୟାଳୟ, ଯୁକ୍ତ ଦୁଇ ଓ ନବମ ଏବଂ ଦଶମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ପରେ, ଏବେ ପ୍ରାଥମିକ ଏବଂ ମାଧ୍ଯମିକ ସ୍କୁଲ ଖୋଲିବାକୁ ନେଇ ସମସ୍ତଙ୍କ ମନରେ ଉଠୁଛି ପ୍ରଶ୍ନ । ପ୍ରଥମରୁ ଅଷ୍ଟମ ଯାଏଁ ଶ୍ରେଣୀଗୃହ ଶିକ୍ଷାକୁ ପୁଣି ଆରମ୍ଭ କରିବେ କି ରାଜ୍ୟ ସରକାର ? ଏନେଇ ସମସ୍ତେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ଦେଶରେ କରୋନାର ଦ୍ଵିତୀୟ ଲହର ଥମିବା ପରେ ନିକଟରେ ପୁଣି ଥରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ୫ଟି ରାଜ୍ୟ ।

ବିଶେଷ କରି ତେଲେଙ୍ଗାନା, ହରିୟାଣା ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ସେପ୍ଟେମ୍ବର ମାସରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ପୁନଃଆରମ୍ଭ ପରେ ଓଡିଶାରେ କେବେ ସ୍କୁଲ ଖୋଲିବ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ଏବଂ ଜନଜୀବନ ସ୍ଵାଭାବିକ ହେଉଥିବାରୁ ପିଲାଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ କରାଯିବା ଦରକାର ବୋଲି ମତ ଦେଉଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । କରୋନାର ଦୁଇ ଦୁଇଟି ଲହର ପରେ ଆଜିକୁ ପ୍ରାୟ ଦେଢ ବର୍ଷ ଧରି ବନ୍ଦ ରହିଛି ପିଲାଙ୍କ ଶ୍ରେଣୀଗୃହ ଶିକ୍ଷା ।

ଯାହାଫଳରେ ପିଲା ଶିକ୍ଷକଙ୍କ ସାମନାରେ ବସି ପ୍ରତ୍ଯକ୍ଷ ଭାବେ ପାଠପଢା ପ୍ରଣାଳୀକୁ ଏକ ପ୍ରକାର ଭୁଲିବାକୁ ବସିଲେଣି । ବିକଳ୍ପ ସ୍ୱରୂପ ଫୋନ ଓ କମ୍ପ୍ୟୁଟରରେ ଡିଜିଟାଲ ମୋଡରେ ଅନଲାଇନ ମାଧ୍ୟମରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଏହି ବ୍ୟବସ୍ଥାରେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡୁ ବୋଲି ଚାହୁଁଛନ୍ତି ଉଭୟ ପିଲା ଏବଂ ଅଭିଭାବକ ।

ତେବେ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ତୃତୀୟ ଲହର ଆଶଙ୍କା ଏବଂ ଏଥିରେ ପିଲାମାନେ ଅଧିକ ସଂକ୍ରମିତ ହେବା ଆକଳନ କରୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ । ଏହି ସବୁ ତଥ୍ୟ ମନରେ ଭୟ ମଧ୍ୟ ସୃଷ୍ଟି କରୁଛି । ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲାଯିବ କି ନାହିଁ, ସେନେଇ ରାଜ୍ୟ ସରକାର ଖୁବ ଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଶିଶୁ ରୋଗ ବିଶେସ୍ଜ୍ଞ ମଧ୍ୟ କହୁଛନ୍ତି କି, ଯେପର୍ଯ୍ୟନ୍ତ ପିଲାମାନଙ୍କୁ ଟୀକା ନ ଦିଆଯାଇଛି ସେ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ଉଚିତ ହେବ ନାହିଁ ।

କାରଣ ବଡ ପିଲାମାନେ ହୁଏତ କିଛି ନିୟମ ପାଳନ କରିବେ କିନ୍ତୁ ଛୋଟ ପିଲାଙ୍କୁ ସମ୍ଭାଳିବା ମୁସ୍କିଲ ହେବ । ପ୍ରଥମରୁ ଅଷ୍ଟମ ସ୍କୁଲ ଖୋଲିବା ନେଇ ସରକାର ଏପର୍ଯ୍ୟନ୍ତ କୌଣସି ନୀତିଗତ ନିଷ୍ପତ୍ତି ନେଇ ନାହାନ୍ତି । ଗଣେଶ ପୂଜା ପରେ ପ୍ରଥମରୁ ଅଷ୍ଟମ ପାଠପଢା ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।