ଏହି ଗଛ ଚୁମ୍ବକ ପରି ଟାଣିଥାଏ ଟଙ୍କାକୁ, ଆଜି ହିଁ ଲଗାନ୍ତୁ ଘରେ

ଧନବାନ ହେବା ପାଇଁ ପ୍ରତ୍ୟେକ ଲୋକର ଇଛା ଥାଏ । ସେଥିପାଇଁ ସେମାନେ ରାତି ଦିନ ଏକ କରି କଷ୍ଟ କରିଥାନ୍ତି । ଏତେ କଷ୍ଟ କରି ମଧ୍ୟ କେତେକ ଲୋକ ବିଫଳ ହୋଇଯାନ୍ତି । କୁହାଯାଏ କି ଘରେ କିଛି ଗଛ ଲଗାଇଲେ ଧନ ବୃଦ୍ଧି ହୋଇଥାଏ, ଆଜ୍ଞା ହଁ ଏହା ସତ । ଆଜି ଆମେ ଆପଣଙ୍କୁ ସେହି ଗଛଟି ବିଷୟରେ କହିବୁ, ତେବେ ଆସନ୍ତୁ ଜାଣିବା ସେହି ଗଛ ବିଷୟରେ ।

ଗଛ ଲଗାଇଲେ ଧନ ବୃଦ୍ଧି ହୋଇଥାଏ, ଏହି ଗଛଟି ହେଉଛି କ୍ରସୁଲା । କ୍ରସୁଲାକୁ ମନି ପ୍ଲାଣ୍ଟ ନାମରେ ମଧ୍ୟ ଜଣାଯାଏ । ଏହି ଗଛ ଗୁଡିକ ଛୋଟ ଓ ଗଭୀର ସବୁଜ ରଙ୍ଗର ହୋଇଥାଏ । ଏହାର ପତ୍ର ଗୁଡିକ ବହୁତ ଚଉଡା ହୋଇଥାଏ ଓ ଏହା ଘାସ ଭଳି ବହୁତ ବଢିଥାଏ ।

ଏହାକୁ ଲଗାଇବା ପାଇଁ ଅଧିକ କଷ୍ଟ ମଧ୍ୟ କରିବାକୁ ପଡେ ନାହିଁ । ଆପଣଙ୍କୁ ଏହି ଗଛ ମାର୍କେଟରେ ସହଜରେ ମିଳିଯିବ । ଆପଣ ଏହି ଗଛକୁ କେବଳ କିଣିବେ ଓ ଏହାକୁ କିଛି ମାଟି ଓ କୁଣ୍ଡ ମାଧ୍ୟମରେ ନିଜ ଘରେ ଲଗାଇଦେବେ ।

ଏହା ଆପେ ଆପେ ବଢି ଯିବ । ଏହାକୁ ଉଭୟ ଖରା ଓ ଛାଇ ସ୍ଥାନରେ ଲଗାଇପାରିବେ । ଏହି ଗଛ ଘର ମଧ୍ୟରେ ସକରାତ୍ମକ ଊର୍ଜା ଆଣିଥାଏ । ଏହାକୁ ଆପଣ ଘରର ମୁଖ୍ୟ ଦ୍ଵାର ପାଖରେ ବା ଅଗଣାରେ ଲଗାଇ ପାରିବେ । ଏହି ଗଛର ଅଧିକ ଯତ୍ନ ନେବାର କୌଣସି ଆବଶ୍ୟକତା ନାହିଁ । ଏହି ଗଛକୁ ସବୁବେଳେ ପାଣି ଦେବାର ମଧ୍ୟ ଆବଶ୍ୟକତା ନାହିଁ ।

ଆପଣ ୨-୩ ଦିନରେ ଥରେ ଗଛରେ ପାଣି ଦେଇପାରିବେ । ଫେଙ୍ଗସୁଇ ଅନୁସାରେ ଏହାର ଫୁଲ ଶୁଦ୍ଧତା ଓ ନୈତିକ ଶକ୍ତି ର ପ୍ରତୀକ ହୋଇଥାଏ । ଏହାକୁ ଆପଣ ଘରର ଅଗଣାରେ ଲଗାଇପାରିବେ । ଏହା ଘରେ ସକରାତ୍ମକ ବାତାବରଣ ଆଣିଥାଏ ।