ରାମାୟଣର ଜ୍ଞାନ: ଏହି ସବୁ କାରଣରୁ ଆସିଥାଏ ପତି-ପତ୍ନୀଙ୍କ ସମ୍ପର୍କରେ ଫାଟ, ଜାଣନ୍ତୁ ଏଥିରୁ କେମିତି ବଞ୍ଚିବେ

ପତି ଓ ପତ୍ନୀଙ୍କ ସମ୍ପର୍କ ବହୁତ ସୂକ୍ଷ୍ମ ହୋଇଥାଏ । ସେଥିପାଇଁ ଏହି ସମ୍ପର୍କକୁ ପାଳନ କରିବା ସମୟରେ ଅନେକ ଜିନିଷର ଧ୍ୟାନ ରଖିବାକୁ ପଡିଥାଏ । ବହୁତ ଥର ନିଜ ଜୀବନ ସାଥିର କଥାକୁ ଅମାନ୍ୟ କରିବା ଓ କଥା ନ ଶୁଣିବା ଦ୍ଵାରା ପତି ପତ୍ନୀଙ୍କ ମଧ୍ୟରେ ଦୂରତା ଆସିଯାଇଥାଏ । ସେଥିପାଇଁ ଆପଣ ନିଜ ଜୀବନ ସାଥିର କଥା ମାନିବା ବହୁତ ଜରୁରୀ ହୋଇଥାଏ । କେବେ ବି ନିଜ ଅହଂକାରକୁ ସମ୍ପର୍କ ମଧ୍ୟରେ ଆସିବାକୁ ଦିଅନ୍ତୁ ନାହିଁ । ପତି ପତ୍ନୀଙ୍କ ସମ୍ପର୍କରେ ଅହଂକାର ନଆଣିବା ଓ ପରସ୍ପରକୁ ବୁଝିବା ବିଷୟକୁ ଆମେ ରାମ ଓ ସୀତାଙ୍କ ସମ୍ପର୍କ ସହ ଯୋଡ଼ି ପାରିବା ।

ସୀତାଙ୍କ ପାଇଁ ଭାଙ୍ଗିଥିଲେ ରାମ ଧନୁ ତୀର-

ସୀତାଙ୍କ ସ୍ଵୟଂମ୍ବର ଏକ ଭବ୍ୟ ଉପାୟରେ ହୋଇଥିଲା । ଏହି ସ୍ଵୟଂମ୍ବରରେ ସୀତାଙ୍କ ପିତା ଜନକ ଏକ ସର୍ତ୍ତ ରଖିଥିଲେ । ଏହି ସର୍ତ୍ତ ଅନୁସାରେ ଯେଉଁ ବ୍ୟକ୍ତି ଶିବଙ୍କ ଧନୁ ତୀରକୁ ଉଠାଇ ଭାଙ୍ଗିଦେବ, ସେ ହିଁ ସୀତାଙ୍କର ପତି ହେବ । ସେହି ବ୍ୟକ୍ତି ସହ ସୀତାଙ୍କ ବିବାହ କରାଯିବ । ସେହି ସ୍ଵୟଂମ୍ବରରେ ରାମ ଓ ଅନ୍ୟାନ୍ୟ ଲୋକଙ୍କ ସହ ରାବଣ ମଧ୍ୟ ସୀତାଙ୍କ ସହ ବିବାହ କରିବା ପାଇଁ ଆସିଥିଲା ।

ହେଲେ କୌଣସି ବ୍ୟକ୍ତି ଶିବଙ୍କ ଧନୁକୁ ଉଠାଇ ପାରିନଥିଲେ । ରାବଣକୁ ନିଜ ଉପରେ ଅହଂକାର ଥିଲା କି, ସେ ଶିବଙ୍କ ଧନୁକୁ ସହଜରେ ଉଠାଇ ପାରିବ ଓ ଭାଙ୍ଗିପାରିବ । ହେଲେ ରାବଣର ଏହି ଅହଂକାର ପାଇଁ ସେ ଧନୁକୁ ଉଠାଇ ପାରିଲା ନାହିଁ ।

ଏହା ପରେ ଭଗବାନ ରାମଙ୍କୁ ତାଙ୍କ ଗୁରୁ ଋଷି ବିଶ୍ଵାମିତ୍ର ଧନୁ ଉଠାଇବା ପାଇଁ କହିଥିଲେ, ଯାହାଫଳରେ ରାମ ବିନା କୌଣସି ଅହଂକାରରେ ଧନୁକୁ ଉଠାଇ ଭାଙ୍ଗିଥିଲେ ଓ ସୀତାଙ୍କ ସହ ବିବାହ କରିଥିଲେ । ତେଣୁ ଜୀବନରେ କେବେ ବି ରାବଣ ପରି ଅହଂକାର କରିବା ଉଚିତ ନୁହେଁ ।

ମାନିଥାନ୍ତି ଜୀବନ ସାଥିଙ୍କର ସବୁ କଥା

ପତି ପତ୍ନୀଙ୍କ ମଧ୍ୟରେ ସବୁଠାରୁ ଜରୁରୀ କଥା ହେଉଛି, ସେମାନଙ୍କୁ ପରସ୍ପର ଉପରେ ବିଶ୍ଵାସ ଓ ପରସ୍ପରଙ୍କ କଥାକୁ ମାନି ଚଳିବା ଉଚିତ । ବହୁତ ଥର ଆମ୍ଭେମାନେ ନିଜ ଜୀବନ ସାଥିର କଥାକୁ ଶୁଣି ନଥାଉ, ଏହା ଦ୍ଵାରା ପତି ପତ୍ନୀଙ୍କ ମଧ୍ୟରେ ବହୁତ ବିବାଦ ସୃଷ୍ଟି ହୋଇଥାଏ । ରାମାୟଣ ଅନୁସାରେ ଯେତେବେଳେ ରାମ ବନବାସ ଯାଇଥିଲେ, ସେତେବଳେ ତାଙ୍କ ସହିତ ସୀତା ଓ ଲକ୍ଷ୍ମଣ ମଧ୍ୟ ଯାଇଥିଲେ ।

ବନବାସ କରୁଥିବା ସମୟରେ ସିତାଙ୍କୁ ଏକ ହରିଣ ଦେଖାଯାଇଥିଲା । ସେହି ହରିଣ ପ୍ରତି ଆକର୍ଷିତ ହୋଇ ସୀତା ରାମଙ୍କୁ ସେହି ହରିଣ ଧରି ଆଣିବା ପାଇଁ କହିଥିଲେ । ସୀତାଙ୍କ ଇଛା ପୂରଣ କରିବା ପାଇଁ ରାମ ହରିଣକୁ ଧରିବା ପାଇଁ ଯାଇଥିଲେ ଓ ଲକ୍ଷ୍ମଣକୁ ସୀତାଙ୍କ ସୁରକ୍ଷା ପାଇଁ ଛାଡି ଥିଲେ ।

ହେଲେ ସୀତା ରାମଙ୍କ କଥାକୁ ଅମାନ୍ୟ କରି ଲକ୍ଷ୍ମଣଙ୍କୁ ମଧ୍ୟ ରାମଙ୍କ ପାଖକୁ ଯିବା ପାଇଁ କହିଥିଲେ, ଯାହା ଫଳରେ ରାବଣ ସେହି ସମୟରେ ସୀତାଙ୍କୁ ଅପହରଣ କରି ନେଇଥିଲା । ଏହି ବିଷୟରୁ ଜଣା ପଡୁଛି କି, ସବୁବେଳେ ନିଜ ଜୀବନ ସାଥିଙ୍କର କଥାକୁ ମାନିବା ଉଚିତ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।