ଭାରତର ଏମିତି ଏକ ରେଲୱେ ଷ୍ଟେସନ, ଯାହାର ଆଜି ପର୍ଯ୍ୟନ୍ତ ନାହିଁ କୌଣସି ନାମ, ଜାଣନ୍ତୁ

ଭାରତୀୟ ରେଲୱେ ନେଟୱର୍କ ହେଉଛି ଏସିଆର ଦ୍ଵିତୀୟ ବୃହତ ରେଲୱେ ନେଟୱର୍କ । ଏହା ସହିତ ଭାରତୀୟ ରେଲୱେ ନେଟୱର୍କ ହେଉଛି ବିଶ୍ଵର ଚତୁର୍ଥ ବଡ ରେଲୱେ ନେଟୱର୍କ । ଭାରତରେ ଏମିତି କିଛି ରେଲୱେ ଷ୍ଟେସନ ଅଛି ଯାହା ବହୁତ ଫେମସ ଅଟେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ରେଲୱେ ଷ୍ଟେସନ ବିଷୟରେ କହିବୁ ଯାହାର କୌଣସି ନାମ ବା ପରିଚୟ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ଷ୍ଟେସନ ବିଷୟରେ ।

ଷ୍ଟେସନର ନାହିଁ କୌଣସି ନାମ

ଏହି ଷ୍ଟେସନଟି ପଶ୍ଚିମବଙ୍ଗରେ ଅବସ୍ଥିତ । ଏହି ଷ୍ଟେସନଟି ପଶ୍ଚିମବଙ୍ଗର ବର୍ଦ୍ଧମାନ ସ୍ଥାନରୁ ୩୫ କିଲୋମିଟର ଦୂରତାରେ ଅବସ୍ଥିତ । ବାଙ୍କୁରା ମ୍ୟାସଗ୍ରାମ ରେଳ ଲାଇନ ପାଖରେ ସ୍ଥିତ ଏହି ଷ୍ଟେସନ ଦୁଇଟି ଗାଁ ରୈନା ଓ ରୈନାଗଡ ମଧ୍ୟରେ ପଡିଥାଏ । ଆରମ୍ଭରୁ ଏହି ଷ୍ଟେସନକୁ ରୈନାଗଡ ନାମରେ ସମସ୍ତେ ଜାଣିଥିଲେ । ହେଲେ ରୈନା ଗାଁର ଲୋକମାନଙ୍କୁ ଏହି କଥା ପସନ୍ଦ ଆସିନଥିଲା କାରଣ ଏହି ଷ୍ଟେସନର ବିଲଡିଙ୍ଗ ରୈନା ଗାଁର ଜମିରେ ହୋଇଥିଲା । ରୈନା ଗାଁ ଅନୁସାରେ ସେହି ଷ୍ଟେସନର ନାମ ରୈନା ଗାଁ ହେବା ଉଚିତ ଥିଲା ।

ବେନାମ ରେଲୱେ ଷ୍ଟେସନ-

google

ଏହି କଥାକୁ ନେଇ ଦୁଇ ଗାଁ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଷ୍ଟେସନର ନାମ ପାଇଁ ହେଇଥିବା ସେହି ଝଗଡାର ସୂଚନା ରେଲୱେ ବୋର୍ଡ ପର୍ଯ୍ୟନ୍ତ ଯାଇଥିଲା । ଝଗଡା ହେବା ପରେ ଭାରତୀୟ ରେଲୱେ ସେହି ସ୍ଥାନରେ ଥିବା ସବୁ ବୋର୍ଡ ହଟାଇ ଦେଇଥିଲେ । ଏହାଫଳରେ ବାହାରୁ ଆସିଥିବା ଯାତ୍ରୀ ମାନଙ୍କୁ ବହୁତ ଅସୁବିଧା ହୋଇଥିଲା । ହେଲେ ରେଲୱେ ବର୍ତ୍ତମାନ ମଧ୍ୟ ସେହି ଷ୍ଟେସନ ପାଇଁ ଟିକେଟକୁ ତାର ପୁରୁଣା ନାମ ରୈନାଗଡ ନାମରେ ଜାରି କରୁଛି ।