ଚୋରି କରିବାର ହାଇପରସୋନିକ ଟେକନିକ, ଚୋରି ହେଉଛି ହେଲେ ଚୋର କାହିଁ ? ଲୁଟେରାଙ୍କ କାରସାଦି ଲୁଟ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ଚୋରି କରିବାର ଏହି ହାଇପରସୋନିକ ଟେକନିକ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ନା ଧରା ପଡିବାର ଡର ଅଛି ନା କଷ୍ଟ କରିବାକୁ ପଡୁଛି । ଚୋରା ଜେସିବି ମେସିନରେ ଏଟିଏମ ଲୁଟ୍ କଲେ । ବୁଲଡୋଜର ଲଗେଇ ଉଠେଇ ନେଲେ ଏଟିଏମ । ଏହି ଉପାୟରେ ସିସିଟିଭି ସାମ୍ନାରୁ ହିଁ ଲୁଟି ନେଇଛନ୍ତି ୨୭ ଲକ୍ଷ ଟଙ୍କା । ଏଟିଏମରୁ ଚୋରି କରିବାର ଅନେକ ମାମଲା ନଜିର ରହିଛି । ଚୋରି କରିବାକୁ ବିଭିନ୍ନ ପ୍ରକାରର ମାଷ୍ଟର କରିଥାନ୍ତି ଲୁଟେରା ।

ସିସିଟିଭି ନଜର ଆଢୁଆଳରେ ଟଙ୍କା ଲୁଟି ନିଅନ୍ତି । କିନ୍ତୁ ଏହି ଲୁଟ୍ ମାମଲା ଟିକେ ଭିନ୍ନ । ଏଠି ଏଟିଏମ ଅଛି କ୍ୟାମେରା ବି ଲାଗିଛି, କିନ୍ତୁ ଲୁଟ୍ ର ତରିକା ପୁରା ପ୍ରଫେଶନାଲ । ଏଟିଏମ ଲୁଟିବା ପାଇଁ ଏହି ଚୋର କଟର୍ କି ଲୁହା ରଡ୍ ନୁହେଁ ବରଂ ସିଧାସଳଖ ବ୍ୟବହାର କରିଛନ୍ତି ଜେସିବି ମେସିନ । ମହାରାଷ୍ଟ୍ରର ମିରାଜ ଅଞ୍ଚଳରୁ ସାମ୍ନାକୁ ଆସିଛି ଏମିତି ଅଭିନବ ଏଟିଏମ ଲୁଟ୍ ।

ବୁଲଡୋଜର ଲଗେଇ ପୁରା ଏଟିଏମ ତାଡି ନେଉଛନ୍ତି ଲୁଟେରା, ଆଉ ଏହି ଦୃଶ୍ୟ ସିସିଷ୍ଟିଭି କ୍ୟାମେରାରେ କଏଦ ହୋଇଛି । ଭିଡିଓ ଦେଖିଲେ ଆପଣ ବୁଝିପାରିବେ କି ଚୋରି କରିବା ପାଇଁ କି ତାଜୁବ କରିବା ଭଳି ଦିମାଗ ଲଗାଇଛନ୍ତି ଲୁଟେରା । ଆଉ ସବୁଠାରୁ ବଡ କଥା ହେଉଛି ଲୁଟେରା ଚୋରି ପାଇଁ ବ୍ୟବହାର କରିଥିବା ଏଟିଏମ ମେସିନ ମଧ୍ୟ ଚୋରା ମାଲ୍ ।

ଅର୍ଥାତ ପ୍ରଥେମ ବୁଲଡୋଜର ଚୋରି କରିବା ପରେ ସେହି ମେସିନରେ ହିଁ ଏଟିଏମ ଲୁଟିଛନ୍ତି ଲୁଟେରା । ଚୋରି ବେଳର ଏହି ସିସିଟିଭି ଫୁଟେଜ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଚୋରି କରିବା ପାଇଁ ପୁରା ବ୍ରେନ ଲଗେଇ ଦେଇଛନ୍ତି ଲୁଟେରା । ବୁଦ୍ଧି ଖଟେଇ ପୁରା ୨୭ ଲକ୍ଷ ଟଙ୍କା ଚୋରି କରି ନେଇଛନ୍ତି ।

ତେବେ ଖାଲି ଜେସିବି ମେସିନକୁ ଦେଖି କେମିତି ଯୋଗାଡ କରିବ ପ୍ରମାଣ, ଏବେ ପୋଲିସ ବି ଚିନ୍ତାରେ । ସୁରାକ ପାଇବା ବି କଷ୍ଟ ହେଉଛି । ଏହି ଲୁଟେରାଙ୍କୁ କାବବୁ କରିବାକୁ ଏବେ ନାକେଦମ ହୋଇ ସାରିଲାଣି ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।