ଋଷ ଭିତରେ କିଏ କଲା ଏମିତି ଏକ ଭୟଙ୍କର ଆକ୍ରମଣ, ଏବେ ବି ଋଷ ଖୋଜି ପାଉନି ଏହି ଘଟଣାର ରହସ୍ୟ !

ୟୁକ୍ରେନ ସୀମା ନିକଟସ୍ଥ ଋଷର ବ୍ରିୟାଂସ୍କର ତେଲ ଡିପୋରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଡିପୋରେ ଗ୍ୟାସୋଲିନ ଓ ଡିଜେଲ ଗଚ୍ଛିତ ଥିଲା । ଋଷ ସେନା ପାଇଁ ଏହି ସ୍ଥାନରୁ ତେଲ ଯୋଗାଣ ହେଉଥିଲା । ଏହି ତେଲ ଡିପୋ ହୁହୁ ହୋଇ ଜଳୁଥିବାର ଦେଖାଯାଇଛି । ଋଷର ଏକ ନ୍ଯୁଜ ଏଜେନ୍ସି ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଋଷର ଏହି ତେଲ ଡିପୋରେ ଭୀଷଣ ନିଆଁ ଲାଗିଛି । ତେବେ କ୍ଷୟକ୍ଷତି ନେଇ ଏ ପର୍ଯ୍ୟନ୍ତ କିଛି ବିଶେହ ସୂଚନା ମିଳିନାହିଁ ।

ମସ୍କୋରୁ ପ୍ରାୟ ୩୮୦ କିମି ଦୂର ୟୁକ୍ରେନ ସୀମାରେ ଅବସ୍ଥିତ ବ୍ରିୟାଂସ୍କ । ଯୁଦ୍ଧ ବେଳେ ଏହି ବାଟ ଦେଇ ଋଷ ତା’ ସୈନ୍ୟମାନଙ୍କୁ ଅସ୍ତ୍ରଶସ୍ତ୍ର ପଠାଇ ଥାଏ । ତେବେ ଏହି ତେଲ ଡିପୋରେ କେମିତି ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । ସେପଟେ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଏବେବି ଜୋରଦାର ଆକ୍ରମଣ ଚଳେଇଛି ଋଷ । ଚେନିଭ, କିଭ, ଯାଇତ୍ରୋମିର, ସୁମି, ଖାରକିଭ, ଓଡେଶା, ମିକୋଲେ, ଚାପୋର୍ଜିଆ ଓ ଡୋନେସ୍କରେ ଏୟାର ରେଡ ଆଲର୍ଟ ଜାରି ହୋଇଛି ।

ଚାପୋର୍ଜିଆ ହୁଲିଆଇ ପୋଲ ନିକଟରେ ଏୟାର ଡ଼ିଫେନ୍ସ ସିଷ୍ଟମ ପ୍ରତିଷ୍ଠା କରିଛି ପୁଟିନ ସେନା । ୟୁକ୍ରେନର ମିଲିଟାରୀ ବେସ୍ ଗୁଡିକୁ ଟାର୍ଗେଟ କରୁଛି ମସ୍କୋ । ଏପଟେ ପୁଟିନ ସେନା ଲିଭିଉର ରେଳଷ୍ଟେସନରେ ମଧ୍ୟ ଆକ୍ରମଣ କରିଛି । ଆକ୍ରମଣରେ ୫ଟି ଷ୍ଟେସନରେ ଭୀଷଣ ନିଆଁ ଲାଗିଥିବା ବେଳେ ପରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଫଳରେ ୧୬ଟି ପାସେଞ୍ଜର ଟ୍ରେନ ଚଳାଚଳ ବିଳମ୍ବ ହୋଇଥିଲା ।

ବ୍ରିଟେନର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଡୋନବାସରେ ଋଷ ସେନା ଆଗକୁ ବଢୁଛି । ଅପରେସନ ଡୋନବାସକୁ ଜୋରଦାର କରିଥିଲେ ମଧ୍ୟ ପୁଟିନ ସେନା ଆଶାଜନକ ସଫଳତା ପାଇନି । ତେବେ ମାରିୟୁପୋଲ ଆକ୍ରମଣ କରିବା ପରେ ଆଜୋଭସ୍ତଲ ଷ୍ଟିଲ ପ୍ଳାଣ୍ଟକୁ ଆକ୍ରମଣ କରିବା ବଦଳରେ ଘେରିବାକୁ ଯୋଜନା କରିଛି ମସ୍କୋ । ପୋର୍ଟ ସିଟିରେ ଥିବା ପ୍ଳାଣ୍ଟରେ ଏବେ ଦୁଇ ହଜାର ୟୁକ୍ରେନ ସୈନ୍ୟ ଓ ହଜାରେ ରାଷ୍ଟ୍ରବାଦୀ ଫସି ରହିଥିବା କୁହାଯାଉଛି ।

ଏଠାରେ ମାନବୀୟ କରିଡର କରିବାକୁ ଋଷ ରାଜିଥିବା ସୂଚନା ଦେଇଛନ୍ତି ଋଷର ପ୍ରତିରକ୍ଷା ମନ୍ତ୍ରୀ । ଯୁଦ୍ଧ ଲମ୍ବିବା ସହ ରଣନୀତି ବଦଳାଉଛି ଋଷ । ମସ୍କୋବା ଜାହାଜ ବୁଡିବା ପରେ କ୍ରେମଲିନ ଅଧିକ ହିଂସ୍ର ହୋଇପଡୁଛି । ଏବେ ପୂର୍ବ ଓ ଦକ୍ଷିଣ ୟୁକ୍ରେନକୁ କବଜା କରିବା ଲକ୍ଷ୍ୟରେ ବଢୁଛି ପୁଟିନ ସେନା । ସେପଟେ ୟୁକ୍ରେନ ମଧ୍ୟ ସାହାସର ମଧ୍ୟ ଲଢେଇ ଲଢି ଚାଲିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।