ଯଦି ଘରେ କରୁଛନ୍ତି ଏପରି ଭୁଲ୍ ତେବେ ହୋଇଯାନ୍ତୁ ସାବଧାନ, ଭଗବାନ ହନୁମାନଙ୍କ କ୍ରୋଧରେ ସବୁ ହେଇଯିବ ସର୍ବନାଶ

ହନୁମାନ ହେଉଛନ୍ତି ଏକମାତ୍ର ଦେବତା ଯିଏ କି କଳିଯୁଗରେ ମଧ୍ୟ ବିଦ୍ୟମାନ ଅଟନ୍ତି । ସେ ନିଜ ଭକ୍ତଙ୍କ ସାହାଯ୍ୟ କରିବା ପାଇଁ ସବୁବେଳେ ଉଭା ହୋଇଯାନ୍ତି । ଯିଏ ପ୍ରତିଦିନ ହନୁମାନ ଚାଳିଶା ପାଠ କରିଥାଏ ଓ ଭଗବାନ ଶ୍ରୀରାମଙ୍କ ନାମ ଜପ କରୁଥାଏ, ତା’ ଜୀବନରେ କେବେ କୌଣସି ଖରାପ ଏବଂ ଅସୁରୀୟ ଶକ୍ତିର ପ୍ରଭାବ ପଡେନାହିଁ । ଆଜି ଆମେ ଆପଣଙ୍କୁ ଏପରି କିଛି କାର୍ଯ୍ୟ କହିବୁ ଯାହା ଯେଉଁ ଘରେ ହୁଏ ସେ ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ହନୁମାନ ମଧ୍ୟ କ୍ରୋଧିତ ହୋଇଥାନ୍ତି ।

ଯେଉଁ ଘରେ କେହିବି ଆରାଧ୍ୟ ଦେବତା ନଥାଏ ବା ଯିଏ କୌଣସି ଭଗବାନଙ୍କ ଉପରେ ବିଶ୍ବାସ କରନ୍ତି ନାହିଁ ଏବଂ ଯିଏ ସବୁବେଳେ ଭଗବାନଙ୍କର ଅପମାନ କରୁଥାଏ ଏପରି ଘରେ ରହୁଥିବା ଲୋକଙ୍କ ଉପରେ ହନୁମାନ କେବେବି କୃପା କରି ନଥାନ୍ତି । ଯେଉଁ ଘରର ଲୋକ ସବୁବେଳେ ମାସ ଏବଂ ମଦ୍ୟ ସେବନ କରନ୍ତି ଏପରି ଘରୁ ମା ଲକ୍ଷ୍ମୀ ଚାଲିଯାନ୍ତି ଓ ସେମାନେ ସବୁବେଳେ ଦରିଦ୍ର ହିଁ ରୁହନ୍ତି । ଏପରି ଘରୁ ମା ଲକ୍ଷ୍ମୀ ଚାଲିଯାନ୍ତି ଓ ହନୁମାନଙ୍କ କୃପା ମଧ୍ୟ ମିଳେନାହିଁ ।

ଯେଉଁ ଘରେ ମହିଳାଙ୍କ ପ୍ରତି ଅପମାନ କରାଯାଏ ବା ଯେଉଁ ଘରର ପୁରୁଷ ପୁରୁଷ ପଣିଆ ଦେଖେଇ ଘରର ମହିଳାଙ୍କୁ ସବୁବେଳେ ମାରପିଟ କରିଥାଏ ଏପରି ବ୍ୟକ୍ତିଙ୍କୁ ହନୁମାନ ଦଣ୍ଡର ପାତ୍ର ମାନିଥାନ୍ତି । ମୃତ୍ୟୁ ପରେ ଏଭଳି ଲୋକ ନର୍କକୁ ଯାଆନ୍ତି ଓ ନିଜ କର୍ମର ଦଣ୍ଡ ଅବଶ୍ୟ ଭୋଗିଥାନ୍ତି ।

 

ଯେଉଁ ଘରେ ପରିବାରର ଲୋକଙ୍କ ମଧ୍ୟରେ ଏକତା ନଥାଏ ଓ ପରସ୍ପର ମଧ୍ୟରେ ସବୁବେଳେ ଝଗଡା ହେଉଥାଏ, ଏପରି ଘରେ ରହୁଥିବା ଲୋକ କେବେ ସୁଖୀ ହୋଇ ନଥାନ୍ତି ଏବଂ ହନୁମାନଙ୍କ କୃପାରୁ ମଧ୍ୟ ବଞ୍ଚିତ ରୁହନ୍ତି । ଯେଉଁ ଘରେ ଅଳିଆ ରହିଥାଏ ଓ ଘରର ଲୋକ ସବୁବେଳେ ନିନ୍ଦା କରୁଥାନ୍ତି ଏପରି ଘରେ ମା ଲକ୍ଷ୍ମୀ ବାସ କରନ୍ତି କି ଏପରି ଲୋକଙ୍କ ଉପରେ ପ୍ରଭୁ ହନଉମାନ ବି କେବେ କୃପା କରନ୍ତି ନାହିଁ ।

ଯେଉଁ ଘରେ ପ୍ରାଣୀଙ୍କୁ ହତ୍ୟା କରାଯାଏ କିମ୍ବା କଷ୍ଟ ଦିଆଯାଏ ଏପରି ଘରେ ରହୁଥିବା ଲୋକଙ୍କ ଉପରେ ହନୁମାନ ରାଗିଥାନ୍ତି ଓ ସେମାନଙ୍କୁ ଦଣ୍ଡର ପାତ୍ର ମାନିଥାନ୍ତି । ଯେଉଁ ଘରେ ସନ୍ଥ ମାନନକର ଅପମାନ କରାଯାଏ ଓ ତାଙ୍କ ବିଷୟରେ ଖରାପ ପ୍ରଚାର କରାଯାଏ ଏପରି ଲୋକଙ୍କ ଉପରେ ହନୁମାନ ନାରାଜ ହୋଇଥାନ୍ତି ।

ଯେଉଁ ଘରେ ଚରିତ୍ରହୀନ ଲୋକ ରୁହନ୍ତି ଓ ଯେଉଁମାନେ ପର ସ୍ତ୍ରୀ ଉପରେ ନଜର ରଖନ୍ତି ଅଥବା ସେମାନଙ୍କ ସହ ଶାରୀରିକ ସମ୍ବନ୍ଧ ରଖନ୍ତି ଏପରି ଘରୁ ମଧ୍ୟ ହନୁମାନ ଚାଲିଯାନ୍ତି । ରାବଣର ଲଙ୍କାରେ ଏହିସବୁ କାର୍ଯ୍ୟ କରା ଯାଉଥିବାରୁ ହନୁମାନ ଲଙ୍କା ଛାଡିବା ପୂର୍ବରୁ ତାକୁ ଜଳେଇ ନଷ୍ଟ କରି ଦେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।