ରାଉରକେଲାରେ ଚୋରୀ କରିବା ଉଦେଶ୍ୟରେ ଘରେ ପଶିଥିବା ଚୋରମାନେ କରିଲେ ସାମୁହିକ ଦୁଷ୍କର୍ମ

ରାଉରକେଲା ବ୍ରହ୍ମାଣୀ ତରଂଗ ଥାନା ଅନ୍ତର୍ଗତ ଏକ ବନ୍ଦ ପଡିଥିବା କ୍ରଶରରେ ଚୋରୀ କରିବା ଉଦେଶ୍ୟରେ ପଶିଥିବା ଚୋରମାନେ ସେଠି ରହୁଥିବା ଏକ ମହିଳା ସହ ସାମୁହିକ ଦୁଷ୍କର୍ମ କରିବାର ଏକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି । ଘଟଣା ଗତ ରବିବାର ରାତି ୨ଟା ରୁ ୩ ଟା ମଧ୍ୟରେ ହୋଇଛି ବୋଲି କୁହାଯାଉଛି । ଦୁଷ୍କର୍ମ କରିବା ପରେ ଚୋରମାନେ କ୍ରଶର ର ଲକ୍ଷ ଲକ୍ଷ ଟଙ୍କାର ଜିନିଷ ନେଇ ଫେରାର ହୋଇ ଯାଇଛନ୍ତି ।

ପିଡିତା ମଙ୍ଗଳବାର ଦିନ ନିଜ ସ୍ଵାମୀକୁ ସବୁକଥା କହିବା ପରେ ଏହି ମାମଲା ବିଷୟରେ ସମସ୍ତେ ଜାଣି ପାରିଲେ । ଏହା ପରେ ଏହି ସମ୍ବନ୍ଧରେ ଥାନାରେ ରିପୋର୍ଟ ଦିଆ ଯାଇଛି ଓ ବର୍ତ୍ତମାନ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛି । କୁହାଯାଉଛି କି ରବିବାର ରାତିରେ ଚୋରୀ କରିବା ପାଇଁ ପଶିଥିବା ଚୋରମାନଙ୍କ ସଂଖ୍ୟା ୭ ଥିଲା ଓ ସେମାନେ କାନ୍ଥ ଡେଇଁ କ୍ରଶର ଭିତରକୁ ପଶିଲେ ।

ଏହା ପରେ ସେମାନେ କ୍ରଶରକୁ ଚାରିଆଡୁ ଦେଖିବା ସମୟରେ ଗୋଟିଏ ଘରର ଦ୍ଵିତୀୟ ମହଲାରେ ଏକ ମହିଳା ଶୋଇଥିବାର ଦେଖିଲେ । ମହିଳାକୁ ଏକୁଟିଆ ଦେଖି ତାଙ୍କ ସହିତ ଜଣ ଜଣ କରି ସାମୁହିକ ଦୁଷ୍କର୍ମ କରିଲେ । ଚୋରମାନଙ୍କୁ ଏହା ଜଣା ନ ଥିଲା କି ମହିଳାର ସ୍ଵାମୀ ତଳେ ଶୋଇଛି ।

ଦୁଷ୍କର୍ମ ପରେ ଚୋରମାନେ କ୍ରଶର ର ଲୁହା ଜିନିଷକୁ ନେଇ ଫେରାର ହୋଇଗଲେ । ସକାଳେ ମହିଳାର ସ୍ଵାମୀକୁ ଚୋରୀ ଘଟଣା ବିଷୟରେ ଜଣା ପଡିଲା ତ ସେ କ୍ରଶର ର ମାଲିକକୁ ସୂଚନା ଦେଲା । ଏହା ପରେ କ୍ରଶର ସଞ୍ଚାଳକ ତରଫରୁ ଥାନାରେ ଚୋରୀର ରିପୋର୍ଟ ଦିଆଗଲା । ଏହା ମଧ୍ୟରେ ଲୋକ ଲଜ୍ୟା କାରଣରୁ ଚୁପଚାପ ଥିବା ପୀଡ଼ିତା ମଙ୍ଗଳବାର ଦିନ ନିଜ ସହିତ ହୋଇଥିବା ଦୁଷ୍କର୍ମ ବିଷୟରେ କହିଲା ।

ଏହା ପରେ ପୋଲିସକୁ ଦୁଷ୍କର୍ମ ବିଷୟରେ ବି ସୂଚିତ କରାଗଲା । ଯାହା ପରେ ପୋଲିସ ଆହୁରି ବି ଶଶକ୍ତ ହୋଇଗଲେ । ସ୍ଥାନୀୟ ଯୁବକମାନଙ୍କ ଦ୍ଵାରା ଏହି ଘଟଣାକୁ ଅଞ୍ଜାମ ଦିଆ ଯାଇଥିବାର ଆଶଙ୍କା କରା ଯାଉଛି ।