ପାକିସ୍ଥାନରେ ୧ ଲିଟର ପେଟ୍ରୋଲର ଦାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପେଟ୍ରୋଲିୟମରୁ ପ୍ରାପ୍ତ ହେଉଥିବା ତରଳ ମିଶ୍ରଣକୁ ପେଟ୍ରୋଲ କୁହାଯାଏ । ଏହାକୁ ବାହନରେ ଇନ୍ଧନ ରୂପେ ବ୍ୟବହାର କରାଯାଏ । ବର୍ତ୍ତମାନ ସମୟରେ ପ୍ରାୟ ସବୁ ବ୍ୟକ୍ତିଙ୍କ ପାଖରେ ଗାଡି ଅଛି । ଏହି ଗାଡି ଚଳାଇବା ପାଇଁ ଇନ୍ଧନର ଆବଶ୍ୟକତା ପଡିଥାଏ । ଯଦି ଗାଡିରୁ ପେଟ୍ରୋଲ ବା ଡିଜେଲ ସରିଯିବ ତେବେ, ଗାଡି ମଧ୍ୟ ରହିଯିବ । ତେଣୁ ଗାଡିର ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ଜିନିଷ ହେଉଛି ଇନ୍ଧନ । ହେଲେ ଗାଡିର ସଂଖ୍ୟା ବୃଦ୍ଧି ହେତୁ ଦିନକୁ ଦିନ ଇନ୍ଧନର ଦର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଯାହାଫଳରେ ଲୋକମାନେ ବହୁତ ଚିନ୍ତାରେ ଅଛନ୍ତି ।

google

ଗାଡି ଦ୍ଵାରା ଆମେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ବହୁତ ସହଜରେ ଯାଇପାରୁ । ଏହା ଦ୍ଵାରା ଆମର ସମୟ ବଞ୍ଚିବା ସହ ଆମକୁ ଅଧିକ କଷ୍ଟ କରିବାକୁ ପଡେ ନାହିଁ । ହେଲେ ଏହି ପେଟ୍ରୋଲର ଦର ଆକାଶ ଛୁଇଁଲାଣି । ଲୋକମାନେ ପେଟ୍ରୋଲ ପାଇଁ ବହୁତ ଚିନ୍ତାରେ ଅଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବୁ ଯାହାର ପେଟ୍ରୋଲ ଦର ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଏହି ଦେଶଟି ହେଉଛି ପାକିସ୍ଥାନ, ପାକିସ୍ଥାନ ରିପୋର୍ଟ ଅନୁସାରେ କରାଚି ଓ ସିନ୍ଧୁରେ କ୍ଷୀରର ଦର ହେଉଛି ୧୪୦ ଟଙ୍କା ପ୍ରତି ଲିଟର । ସେଇଠି ଯଦି ଆମେ ପେଟ୍ରୋଲ ବିଷୟରେ କହିବା ତେବେ, ପେଟ୍ରୋଲର ଦର ୧୧୩ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ସାରିଛି ଓ ଡିଜେଲ ର ଦର ୯୧ ଟଙ୍କା ରହିଛି । ତେଣୁ ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତରେ ପେଟ୍ରୋଲ ଦର କମ ଅଛି । ବର୍ତ୍ତମାନ ଭାରତରେ ପେଟ୍ରୋଲ ଦର ଅଛି ୭୪ ଟଙ୍କା ପ୍ରତି ଲିଟର ।