ଏହି ୪ଟି କାମ କରିବା ପୂର୍ବରୁ ଧୋଇ ନିଅନ୍ତୁ ପାଦ, ନଚେତ ହୋଇପାରନ୍ତି ଦୁର୍ଭାଗ୍ୟର ଶିକାର

କହିବାକୁ ଗଲେ ବ୍ୟକ୍ତିର ସ୍ଵଭାବ ଦ୍ଵାରା ହିଁ ଆପଣ ବ୍ୟକ୍ତିର ପ୍ରକୃତି ବିଷୟରେ ଜାଣି ପାରିବେ । ବ୍ୟକ୍ତିର ବ୍ୟବହାରରୁ ଏହା ଜଣା ପଡିଥାଏ କି ବ୍ୟକ୍ତି ସଫଳତା ହାସଲ କରି ପାରିବ କି ନାହିଁ । ତେଣୁ ଏହିଭଳି କହିବା ଅନୁଚିତ ହେବ ନାହିଁ କି ସଫଳତା ଓ ଅସଫଳତା ମନୁଷ୍ୟ ସ୍ଵଭାବରୁ ହିଁ ଜଣା ପଡିଥାଏ । ଏଥିପାଇଁ କିଛି ବିଶେଷ କାମ କରିବା ଜରୁରୀ ଅଟେ ।

କହିବାକୁ ଗଲେ ବାସ୍ତୁ ଶାସ୍ତ୍ରର ନିୟମ ଅନୁସାରେ କିଛି ଏହିଭଳି କାର୍ଯ୍ୟ ଅଛି ଯାହାକୁ କରିବା ପୂର୍ବରୁ ନିଜର ପାଦକୁ ପାଣି ଦ୍ଵାରା ସଫା କରିବା ବହୁତ ଜରୁରୀ ହୋଇଥାଏ । ଯଦି ଏହି ସବୁ ଛୋଟ ଛୋଟ କଥା ଉପରେ ଧ୍ୟାନ ରଖିବେ ନାହିଁ ତେବେ ଏହା ଆପଣଙ୍କ ଦୁର୍ଭାଗ୍ୟର କାରଣ ହୋଇପାରେ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏମିତି ୪ଟି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ପୂର୍ବରୁ ନିଜ ପାଦକୁ ଧୋଇବା ବହୁତ ଜରୁରୀ ଅଟେ ।

ଘରେ ପ୍ରବେଶ କରିବା ପୂର୍ବରୁ

ଆମେ ସବୁଦିନ କୌଣସି ନା କୌଣସି କାରଣରୁ ଘରୁ ବାହାରକୁ ଯାଇଥାଉ । ଏହା ପରେ ଯେତେବେଳେ ଆପଣ ଘରକୁ ଫେରୁଛନ୍ତି ତେବେ ଘର ଭିତରକୁ ପ୍ରବେଶ କରିବା ପୂର୍ବରୁ ନିଜ ପାଦକୁ ଧୋଇ ନିଅନ୍ତୁ । ଏହିଭଳି କରିବା ଦ୍ଵାରା କୌଣସି ବି ନକରାତ୍ମକ ଶକ୍ତି ଆପଣଙ୍କ ଘରେ ପ୍ରବେଶ କରି ନ ଥାଏ । ଯାହା ଦ୍ଵାରା ଆପଣ ସୁଖମୟ ଜୀବନ ଯାପନ କରି ପାରିବେ ।

ପୂଜା ପୂର୍ବରୁ

ସମସ୍ତେ ନିଜ ଘରେ ନିଶ୍ଚିତ ରୂପରେ ଭଗବାନଙ୍କୁ ସ୍ଥାପନ କରିଥାନ୍ତି । ଏମିତିରେ ପୂଜା କରିବା ପୂର୍ବରୁ ସବୁବେଳେ ନିଜର ହାତ ଓ ଗୋଡକୁ ପାଣିରେ ଧୋଇବା ପରେ ହିଁ ପୂଜା କରିବାକୁ ନିଜ ଘରର ମନ୍ଦିର ଭିତରକୁ ପ୍ରବେଶ କରନ୍ତୁ ।

ଶୋଇବା ପୂର୍ବରୁ

କହିବାକୁ ଗଲେ ରାତିରେ ଏକ ଭଲ ନିଦ ହେବା ଦ୍ଵାରା ଆସନ୍ତା ଦିନ ଆପଣଙ୍କ ପାଇଁ ଭଲ ରହିଥାଏ । ଶାସ୍ତ୍ର ଅନୁସାରେ ଶୋଇବା ପୂର୍ବରୁ ଗୋଡ ଧୋଇ ଶୋଇବାକୁ ଯାଆନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଏକ ଭଲ ନିଦ ଆସିଥାଏ ଓ ଖରାପ ସ୍ଵପ୍ନ ମଧ୍ୟ ଆସି ନ ଥାଏ । ତେଣୁ ଶୋଇବା ପୂର୍ବରୁ ଗୋଡ ଧୋଇ ଶୋଇବାକୁ ଚେଷ୍ଟା କରନ୍ତୁ ।

ଭୋଜନ କରିବା ପୂର୍ବରୁ

ଶାସ୍ତ୍ର ଅନୁସାରେ ଭୋଜନ କରିବା ପୂର୍ବରୁ ହାତ ସହ ଗୋଡ ଧୋଇବା ନିହାତି ଆବଶ୍ୟକ ଅଟେ । ଏହା କରିବା ଦ୍ଵାରା ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହା ସହିତ ଭୋଜନର ସମ୍ପୂର୍ଣ୍ଣ ପୋଷଣ ମିଳିଥାଏ ।