ଚୋରା ଦେଶୀ ମଦ ହେଉଥିବାର ଖବର ପାଇ ଚଢାଉ କରିବାକୁ ଯାଇଥିଲେ ହେଲେ ନିଜେ ନିର୍ଧୂମ ମାଡ ଖାଇ ଆସିଲେ ଅବକାରୀ ଟିମ

ମାଫିଆଙ୍କ ହାତରେ ମାରଣାସ୍ତ୍ର । ଅବକାରୀ କର୍ମଚାରୀଙ୍କ ହାତରେ ଲାଠି । ମାରଣାସ୍ତ୍ର ଆଗରେ ଫେଲ ମାରିଲା ବାଡି । ମାଡ ଖାଇଲେ ଅବକାରୀ କର୍ମଚାରୀ । ହଁ ଦର୍ଶକ ବନ୍ଧୁ ଚୋରା ଦେଶୀ ମଦ ର ଆଡା ପାଲଟିଛି ଖୁଣ୍ଟୁଣୀ ଅଞ୍ଚଳ । ସକାଳ ହେଉ କି ସନ୍ଧ୍ୟା ବେଧଡକ ଚାଲିଛି ଦେଶୀ ମଦ ତିଆରି । ମନ ଇଚ୍ଛା ମଦ ତିଆରି କରି ଚଢା ଦର ରେ ବିକ୍ରି କରୁଛନ୍ତି । ଆଉ ଚୋରା ମଦ ର ଖାଇବା ପରେ ଚଢାଉ ପାଇଁ ପହଞ୍ଚିଥିଲା ଅବକାରୀ ଟିମ ।

କିନ୍ତୁ ଅବକାରୀ କର୍ମଚାରୀଙ୍କ ହାତରେ ଥିଲା ଖାଲି ଲାଠି । ହେଲେ ମାଫିଆଙ୍କ ପାଖରେ ଥିଲା ମାରଣାସ୍ତ୍ର । ଆଉ ଅବକାରୀ ଟିମ ଯେବେ ଚଢାଉ କରିବାକୁ ପହଞ୍ଚି ଥିଲେ ସେ ଦ୍ରୁଶ୍ଯ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚୋରା ବେପାରୀ ଙ୍କୁ ଧରିବେ କଣ ଅବକାରୀ କର୍ମଚାରୀ ବରଂ ନିଜେ ଆହାତ ହେଲେ ।

ମାଫିଆ ମାନେ ଅବକାରୀ ଟିମ ର କର୍ମଚାରୀ ମାନଙ୍କୁ ଏମିତି ନିର୍ଧୂମ ମାଡ ମାରିଛନ୍ତି ଯେ କାହା ହାତରେ ତ ଆଉ କାହା ପିଠି ରେ ଆଘାତ ଲାଗିଛି । ମାଫିଆ ମୁଖା ପିନ୍ଧି ଆସି ଅବକାରୀ କର୍ମଚାରୀ ଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ କରିବା ସହ ଅବକାରୀ ବିଭାଗର 4ଟି ଗାଡି କୁ ଭାଙ୍ଗି ରୁଜୁ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି ।

ଆହତ କର୍ମଚାରୀ ଙ୍କୁ ଆଠଗଡ ମେଡିକାଲ ରେ ଭର୍ତ୍ତି କରିବା ସହ ଖୁଣ୍ଟୁଣୀ ପୋଲିସ ସମେତ ଅନ୍ୟ ଅବକାରୀ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଠଗଡ ଖଣ୍ଡୁଆରି ରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମାଫିଆ ଙ୍କ ଉତ୍ପାତ । ନିଘଞ୍ଚ ଜଙ୍ଗଲରେ ଅନାୟାସ ରେ ଚାଲିଛି ଚୋରା ଦେଶୀ ମଦ ର ପ୍ରସ୍ତୁତି ।

ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିଲେ ହେଉଛି ମାରାଣାତ୍ମକ ଆକ୍ରମଣ । ଯାହାର ଜ୍ଵଳନ୍ତ ଉଦାହରଣ ଖଣ୍ଡୁଆରି ଅଞ୍ଚଳରେ ଦେଖିବାକୁ ମିଳିଛି । ମାଫିଆ ମାନେ ଏମିତି ଆକ୍ରମଣ କରିଲେ ଯେ ଅବକାରୀ ଟିମ କୁଆଡେ ଯିବେ ଆଉ ବାଟ ପାଇଲେ ନାହିଁ । ଏବେ ନୁହେଁ ଏହି ସରଂକ୍ଷିତ ଜଙ୍ଗଲରେ ଦୀର୍ଘ ଦିନ ହେବ ଚୋରା ଦେଶୀ ମଦ ରନ୍ଧା ଯାଇ ବିଭିନ୍ନ ସ୍ଥାନକୁ ଚୋରା ଚାଳନ କରା ଯାଉଛି ।

ବାରମ୍ବାର ଚଢାଉ ପରେ ବି ମଦ ମାଫିଆ ମାନେ ମାନୁ ନାହାନ୍ତି । ସେପଟେ ପୁରା ଘଟଣାର ତଦନ୍ତ ହେବା ସହ ଦୋଷୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ଅବକାରୀ ବିଭାଗ ଅଧ୍ୟକ୍ଷ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।