ମାସ ମାସ ଧରି ଖରାପ ଟ୍ରେନ ଠିଆ ହୋଇଥିଲା, ସାମାନ୍ୟ ପବନ ରେ ଗଡିଯାଇ ଟ୍ରେନ ଟି ନେଇଗଲା 6 ଜଣଙ୍କ ନିରୀହ ଜୀବନ

ଟ୍ରେନର ଇଞ୍ଜିନ ନ ଥିଲା । ମାସ ମାସ ଧରି ରେଳ ଧାରଣାରେ ଛିଡା ହୋଇଥିଲା । ତଥାପି ଆଗକୁ ବଢି ଚାଲିଗଲା ଟ୍ରେନର ବଗି । ଖାଲି ଗଡିଲାନି ଯେ ଅକାଳ ରେ ନେଇଗଲା ୬ ଜଣଙ୍କର ମୁଣ୍ଡ । ଚାହୁଁ ଚାହୁଁ ଟ୍ରେନର ଚକା ତଳେ ଚାପି ହୋଇଗଲେ ଶ୍ରମିକ । ହଁ ଦର୍ଶକ ବନ୍ଧୁ ଏମିତି ବି ମୃତ୍ୟୁ ଆସେ ହଠାତ । ପାଦ କୁ ଚାପି ଚାପି ।

କାହାକୁ କିଛି ନ କହି ମୃତ୍ୟୁ ବି ଏମିତି ଆସେ । ଆଉ ସାଙ୍ଗ ରେ ନେଇଯାଏ ନିରୀହ ଲୋକଙ୍କର ଜୀବନ । ବନ୍ଧୁଗଣ ଏଇ ଏବେ ଶୁକ୍ରବାର ଜୁନ ୨ ତାରିଖ ରେ ବାହାନଗା ଷ୍ଟେସନ ରେ ଘଟି ଯାଇଛି ବଡ ଟ୍ରେନ ଦୁର୍ଘଟଣା । ଯାହାକୁ ଏବେ ବି ଚର୍ଚ୍ଚା ଥମୁ ନାହିଁ । ଆଉ ପୁଣି ଥରେ ଏମିତି ଲୋମ ତାଙ୍କୁରା କାହାଣୀ ଦେଖିବାକୁ ମିଳିଛି ଯାଜପୁର ରୋଡ ଷ୍ଟେସନ ରେ ।

ଟିକେ ଏହି ଟ୍ରେନ କୁ ଭଲ କରି ଦେଖନ୍ତୁ ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାର ବଗି ଗୁଡିକ ପୁରା ଭାଙ୍ଗି ଯାଇଛି । ଏହା ହେଉଛି ଗୋଟେ ମାଲଗାଡି ଟ୍ରେନ ଯାହାକୁ ସେଫଟି ଲାଇନ ରେ ଛିଡା କରା ଯାଇଥିଲା । ଆଉ ରେଳ ଧାରଣାରେ କାମ କରୁଥିବା କିଛି ଶ୍ରମକି ବର୍ଷା ପବନ କୁ ଭୟ କରି ମାଲବାହୀ ଟ୍ରେନ ତଳକୁ ଚାଲି ଯାଇଥିଲେ ।

ଟ୍ରେନ ତଳେ କିଛି ସମୟ ବିଶ୍ରାମ କରିଥିଲେ । କିନ୍ତୁ କଣ ହେବ ତାଙ୍କ ଭାଗ୍ୟରେ ତ ମୃତ୍ୟୁ ହିଁ ଲେଖା ଥିଲା । ଯେବେ ଶ୍ରମିକ ମାନେ ଟ୍ରେନ ତଳେ ବିଶ୍ରାମ ନେଇଥିଲେ ଠିକ ସେତିକି ବେଳେ ଖରାପ ମାଲବାହୀ ପବନ କାରଣରୁ ଠେଲି ହୋଇ ଆଗକୁ ଗାଡି ଚାଲି ଯାଇଥିଲା ।

ଯାହା ପାଇଁ ବିଶ୍ରାମ ନେଉଥିବା ଶ୍ରମିକ ମାନେ ଚାପି ହୋଇ ଯାଇଥିଲେ । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଯଦି ଦେଖିବା ବାହାନଗା ପରେ ଏ ହେଉଛି ବଡ ଦୁର୍ଘଟଣା । ତେବେ ବାହାନଗା ଦୁର୍ଘଟଣା ଏ ଯାଏଁ ମନରୁ ନ ଲିଭୁଣୁ ଆଉ ଗୋଟେ ଦୁର୍ଘଟଣା ସମସ୍ତଙ୍କୁ ଭୟଭୀତ କରାଇଛି ।

ଲୋକେ ଏବେ ଟ୍ରେନରେ ବସିବାକୁ ଭୟ କରିଲେଣି । ଗୋଟେ ଜାଗା ରୁ ଅନ୍ୟ ଗୋଟେ ଜାଗାକୁ ଯିବା ପାଇଁ ଆଉ ଲୋକ ମାନଙ୍କ ର ସାହସ ହେଉ ନାହିଁ । ସେପଟେ ଗୁରୁତର ମାନଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରା ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।