Sasmitaଙ୍କୁ ମିଳୁଛି ଧମକ, ସେ କଣ Asima Panda ହେଇଗଲା ? 5 ହଜାର ପେମେଣ୍ଟ ପାଇବ !

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ସେନ୍ସର ପାଲଟିଥିବା ସସ୍ମିତା ଜେନା ଙ୍କୁ ଆରମ୍ଭ ହୋଇଛି ବିବାଦ । ଅନେକ ମ୍ୟୁଜିକ ଶିଂଗର ଓ ପ୍ରଡ୍ୟୁସର ମାନଙ୍କର ରାଗର ଶିକାର ହୋଇଛନ୍ତି ସସ୍ମିତା । କେବଳ ସସ୍ମିତା ନୁହେଁ ମ୍ୟୁଜିକ ପ୍ରଡ୍ୟୁସର ସୁବାସ ଓ ଲିରିକ୍ସ ଦେଉଥିବା ସନ୍ତୋଷ ମଧ୍ୟ ଏବେ କିଛି ପ୍ରଡ୍ୟୁସର ଓ ଶିଂଗର ମାନଙ୍କର କ୍ରୋଧ ର ଶିକାର ହେଉଛନ୍ତି । ଏ ନେଇ ମ୍ୟୁଜିକ ପ୍ରଡ୍ୟୁସର ସୁବାସ ଗଣମାଧ୍ୟମରେ ନିଜର ବୟାନ ଦେଇଛନ୍ତି ।

ସୁବାସ ଭାଇ କହିଛନ୍ତି ଯେ ” ମୋତେ ସସ୍ମିତା ଙ୍କ ପାଇଁ ବହୁତ ଗୁଡାଏ ଧମକ କଲ ଆସୁଛି । ମୁଁ ତାଙ୍କ ପାଇଁ 5000 ଟଙ୍କା ପେମେଣ୍ଟ ରଖିଛି । ଯେହେତୁ ତାଙ୍କର ଅବସ୍ଥା ଶୋଚନୀୟ । ତାଙ୍କର ରହିବା ପାଇଁ ଘର ନାହିଁ । ଲୋକେ ମାନେ କହୁଛନ୍ତି ଆପଣ ନେଇକି ରଖିଛନ୍ତି ଆପଣଙ୍କ ପାଇଁ ସସ୍ମିତା ଗୀତ ଗାଉଛନ୍ତି । ଆମ ଗୀତ ଗାଇବାକୁ ଦେଉ ନାହାନ୍ତି ।

ମୋଟ 7ଟା ଗୀତ ମୁଁ କରିସାରିଲିଣି ସସ୍ମିତା ଙ୍କୁ ନେଇ କିନ୍ତୁ ମୋ ଚ୍ଯାନେଲ ରେ ନୁହେଁ । ଅନ୍ୟ ପ୍ରଡ୍ଯୁସର ଙ୍କୁ ନେଇ ମୁଁ କାମ କରୁଛି । ଏ କଥା କେହି ବି ଭାବୁ ନାହାନ୍ତି । ସେମାନେ ଭାବୁଛନ୍ତି ଏବେ ସସ୍ମିତାଙ୍କୁ ନେଇ ଦିନକୁ 7-8 ଟା ଗୀତ କରିହେବ । ଯେହେତୁ ଭଲ ଭିୟୁଆ ଯାଉଛି । ସେମାନେ ଭାବୁଛନ୍ତି ସୁବାସ ଭାଇଙ୍କର ମିଲିୟନ ଭିୟୁ ଯାଉଛି ।

କିନ୍ତୁ ମୋର ଟୋଟାଲି ମନିଟାଇରିଜ ଲାଗିନି କି ଡଲାର ବି ଲାଗିନି । ଅଲଗା ପ୍ରଡ୍ୟୁସର ମାନେ ମୋ ନାଁ ରେ ଅଭିଯୋଗ କରୁଛନ୍ତି । ସେମାନେ ଭାବୁଛନ୍ତି ମୁଁ ସସ୍ମିତାଙ୍କର ସବୁ ଟଙ୍କା ନେଇ ଯାଉଛି । ମୋତେ ବହୁତ ଗୁଡାଏ ଧମକ ଆସୁଛି ହେଲେ ମୁଁ କହୁଛି ଦେଖନ୍ତୁ ସେ ଏତେ ବାଟ ରୁ ଆସୁଛନ୍ତି ତେଣୁ ତାଙ୍କୁ 5000 ଟଙ୍କା ପେମେଣ୍ଟ କରନ୍ତୁ ।

ସେ ଟା ଗୀତ ପାଇଁ ନୁହେଁ ତାଙ୍କର ସହାୟତା ପାଇଁ ଦିଅନ୍ତୁ । ସେମାନେ ମୋତେ କିନ୍ତୁ କହିଲେ କି ସିଙ୍ଗର ହୋଇଗଲା କି ସେ କଣ ଅସୀମା ପଣ୍ଡା ହୋଇଗଲା । ତାଙ୍କୁ 5000 ପେମେଣ୍ଟ ଦେବୁ । ଆମେ 5 ବର୍ଷର ଆର୍ଟିଷ୍ଟ ହେଲୁଣୀ ମ୍ୟୁଜିକ ଡାଇରେକ୍ଟର ହେଲୁଣୀ ତୁମେ ଆମକୁ କାମ କହୁଛ ? ସସ୍ମିତାର ଔକାତ କେତେ ? ଏମିତିକି ମୋତେ ବାଡେଇବେ ହାଣି ଦେବେ ବୋଲି ଧମକ ଦେଉଛନ୍ତି ।

ମୁଁ ସସ୍ମିତା ଙ୍କୁ ସାହାର୍ଯ୍ୟ କରିଛି ଆଉ କରିବି ମଧ୍ୟ । କିନ୍ତୁ ଯେଉଁ ଧମକ ଦେଉଛନ୍ତି ସେଥିପାଇଁ ମୁଁ ପୁରା ହାରାସ ହୋଇଯାଉଛି । ଅନ୍ୟ ମ୍ୟୁଜିକ ପ୍ରଡ୍ୟୁସର ମାନେ ଭାବୁଛନ୍ତି ସସ୍ମିତା ଏବେ ଭାୟରାଲ ଅଛନ୍ତି ତେଣୁ ତାଙ୍କୁ ନେଇ ଗୀତ କରି ଦେବୁ ଆଉ ଟଙ୍କା ଇନକମ କରି ଦେବୁ । କିନ୍ତୁ ସସ୍ମିତା ଏତେ ଗୀତ ଗୋଟେ ଦିନରେ ଗାଇପାରିବେ ନାହିଁ” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।