ଚୀନ ର ସବୁ କଳା ଚିଠା ଖୋଲିଦେଲେ ଚୀନ ର ଏହି ଡାକ୍ତର, କହିଲେ କିପରି ୱୂହାନ ରୁ ବ୍ୟାପିଥିଲା କରୋନା

କରୋନା ଭାଇରସ ପୁରା ବିଶ୍ଵକୁ ବ୍ୟାପି ଯାଇଛି । ଏମିତିରେ ସମସ୍ତେ ଏଥିପାଇଁ ଚୀନକୁ ଦାୟୀ କରୁଛନ୍ତି । କାରଣ ଚୀନର ୱୁହାନ ସହରରୁ ଏହି ଭାଇରସର ଜନ୍ମ ହୋଇଥିଲା । କିନ୍ତୁ ଏହି କରୋନା ଭାଇରସ ୱୁହାନ ସହରରୁ ପୁରା ବିଶ୍ଵକୁ କେମିତି ବ୍ୟାପିଲା ଏହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ବର୍ତ୍ତମାନ ସମୟରେ ଚୀନର ଜଣେ ଡାକ୍ତର ଏହି ସମ୍ପର୍କରେ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି ।

ୱୁହାନରେ କୋବିଡ – ୧୯ ଅନୁସନ୍ଧାନରେ କାର୍ଯ୍ୟରତ ଥିବା Chinese Microbiologist Dr Kwok-Yung Yuenଙ୍କ କହିବା ଅଟେ କି ଯେତେବେଳେ ୱୁହାନ ସହରରେ କରୋନା ସଂକ୍ରମଣ ବ୍ୟାପିବାକୁ ଲାଗିଲା ତେବେ ସେଠିକାର ପ୍ରଶାସନ ଏହି ମାମଲାକୁ ଲୁଚାଇ ରଖିବାକୁ ଚେଷ୍ଟା କରିଥିଲା । ଏହା ସହିତ ସମସ୍ତ ପ୍ରମାଣକୁ ବି ନଷ୍ଟ କରିବାକୁ ଚେଷ୍ଟା କରିଥିଲା । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେମିତି ଏହି ଭାଇରସ ବିଷୟରେ ନ ଜାଣି ପାରିବେ ସେଥିପାଇଁ ବି ସମସ୍ତ ପ୍ରକାରର ପଦକ୍ଷେପ ନିଆ ଯାଇ ଥିଲା ।‘

ସେ ଆଗକୁ କହିଲେ କି ଯେଉଁ ମାର୍କେଟରୁ ଏହା ଆରମ୍ଭ ହୋଇଥିଲା ସେଠି ଥିବା ସମସ୍ତ ପ୍ରମାଣକୁ ନଷ୍ଟ କରି ଦିଆ ଯାଇ ଥିଲା । ଏହି କାରଣରୁ ସେହି ମାର୍କେଟରେ ଯେତେବେଳେ ଅନୁସନ୍ଧାନକାରୀ ପହଞ୍ଚି ଥିଲେ ତେବେ ତାଙ୍କୁ ସେଠି କିଛି ପ୍ରମାଣ ମିଳି ନ ଥିଲା । କାରଣ ମାର୍କେଟକୁ ପୂରାପୂରି ସଫା କରି ଦିଆ ଯାଇ ଥିଲା । ସ୍ଥାନୀୟ ପ୍ରଶାସନ ମାର୍କେଟ ଅଞ୍ଚଳକୁ ସଂକ୍ରମଣ ମୁକ୍ତ କରି ସମସ୍ତ ପ୍ରମାଣ ନଷ୍ଟ କରି ଦେଇଥିଲେ ।

ଯାହା ଦ୍ଵାରା କୌଣସି ପ୍ରାଣୀରୁ ଏହି ଜୀବାଣୁ ମଣିଷ ଶରୀରକୁ ବ୍ୟାପିଥିଲା ଏହା ବିଷୟରେ ଜଣା ପଡିଲା ନାହିଁ । ଏହା ସହିତ ସେ କହିଲେ କି କ୍ଲିନିକ ରେ ଅନୁସନ୍ଧାନ କାର୍ଯ୍ୟକୁ ବି ମନ୍ଥର କରି ଦିଆ ଯାଇଛି । ଏହା ପରେ ସେ ପୁଣି ଆଶ୍ଚର୍ଯ୍ୟକର ବୟାନ ଦେଇ କହିଲେ କି କରୋନା ମାମଲାରେ ବୁହାନ ସହରକୁ ନେଇ ପ୍ରଶାସନ କିଛି ଲୁଚାଇବାକୁ ଚାହୁଁଛି । କୋବିଡ – ୧୯ ମାମଲାରେ ପ୍ରଶାସନକୁ ପୂର୍ବରୁ ହିଁ ଶୀଘ୍ର ସୂଚନା ଦେବାର ଥିଲା ।

କିନ୍ତୁ ସେ କାହିଁକି ଏହି କଥାକୁ ଲୁଚାଇଲା ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି । ସେ ଏହା ବି କହିଲେ କି କରୋନା ଭାଇରସକୁ ନେଇ ସ୍ଥାନୀୟ ପ୍ରଶାସନ ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ସେଥିରୁ ଜଣା ପଡୁଛି କି ଚୀନ କିଛି ଲୁଚାଇବାକୁ ଚେଷ୍ଟା କରୁଛି । କରୋନା ବାବଦରେ ସୂଚନା ନ ଦେଇ ଥିବାରୁ ଚୀନକୁ ଆମେରିକା ସମେତ ବିଶ୍ଵର ସବୁ ଦେଶ ଦାୟୀ କରିଛନ୍ତି । କିନ୍ତୁ ଅନ୍ୟ ପଟେ ଚୀନର ସରକାର ଏହି ସମସ୍ତ ଅଭିଯୋଗକୁ ଅସ୍ଵୀକାର କରିଛି ।

ଦେଶ ବିଦେଶର ସବୁ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ ।