ଏହି ଉପାୟକୁ ଜାଣିବା ପରେ ଆପଣ କେବେବି ଲେମ୍ବୁର ଚୋପାକୁ ଫୋପାଡିବେ ନାହିଁ

ଆଜି ଆମେ ଆପଣଙ୍କୁ ଲେମ୍ବୁ ଚୋପାରୁ ତିଆରି  ଦୁଇଟି ଭଲ ରେସିପି ବିଷୟରେ କହିବାକୁ ଯାଉଛୁ । ସାଧାରଣତଃ ଆମେ ଲେମ୍ବୁକୁ ଚିପୁଡି ସାରିଲା ପରେ ଏହାର ଚୋପାକୁ ଫୋପାଡ଼ି ଦେଇ ଥାଉ । କିନ୍ତୁ ଏହାକୁ ନ ଫୋପାଡ଼ି ଏଥିରେ ଗୋଟିଏ ମଜାଦାର ରେସିପି ତିଆରି କରି ପାରିବେ । ଆସନ୍ତୁ ଜାଣିବା କେମିତି ତିଆରି କରିବା ସେହି ରେସିପିକୁ ।

ପ୍ରଥମ ରେସିପି

ପ୍ରଥମ ରେସିପିରେ ଏହି ଲେମ୍ବୁର ଚୋପାକୁ ଦୁଇ ଫାଳ କିମ୍ବା ଚାରି ଫାଳ କରି ଦିଅନ୍ତୁ । ଏହା ପରେ ଏହି ଚୋପାକୁ ଗୋଟିଏ ପାତ୍ରରେ ରଖି ସେଥିରେ କିଛି ଲେମ୍ବୁ ରସ, ଦୁଇ ଚାମଚ ଲୁଣ, ଗୋଟିଏ ଚାମଚ ଲଙ୍କା ଗୁଣ୍ଡ, ଅଧା ଚାମଚ ହଳଦୀ ପାଉଡର ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହା ପରେ ଏହି ମିଶ୍ରଣକୁ ଗୋଟିଏ ଡ଼ବାରେ ରଖି ଖରାରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରଖନ୍ତୁ ।

ଏହା ଦ୍ଵାରା ଲେମ୍ବୁ ଚୋପା ଗୁଡିକ ଅଳ୍ପ ନରମ ହୋଇଯିବ । ଏହା ପରେ ଆପଣ ଏହି ଲେମ୍ବୁର ଚୋପାକୁ ସେବନ କରି ପାରିବେ ଓ ଏହା ବହୁତ ସ୍ୱାଦିଷ୍ଟ ବି ଲାଗିବ ।

ଦ୍ୱିତୀୟ ରେସିପି

ଏହି ରେସିପି ପାଇଁ ଆପଣ ପ୍ରଥମେ ଗୋଟିଏ ପାତ୍ରରେ କିଛି ପାଣି ନେଇ ଏହାକୁ ଗରମ କରନ୍ତୁ । ଏହା ଉପରେ ଗୋଟିଏ ଷ୍ଟିଲର ଜାଲୀ ରଖି, ସେଥିରେ କଟା ଯାଇଥିବା ଲେମ୍ବୁର ଚୋପାକୁ ରଖି, ତାକୁ ଦଶ ମିନିଟ ପାଇଁ ଘୋଡାଇ ଦିଅନ୍ତୁ । ଏହାପରେ ଘୋଡଣି ଖୋଲି ଦିଅନ୍ତୁ ଦେଖିବେ କି ଲେମ୍ବୁ ଅଳ୍ପ ନରମ ହୋଇଯାଇଛି ଓ ସେଥିରୁ ପିତା ପଣ ବି କଟି ଯାଇଥିବ । ଏହା ପରେ ଏହାକୁ ଅଲଗା ଗୋଟିଏ ପାତ୍ରରେ ରଖି ଥଣ୍ଡା କରି ଦିଅନ୍ତୁ ।

ଏହା ପରେ ଏଥିରେ ଚାରି ଚାମଚ ଚିନି, ଦୁଇ ଚାମଚ ଲେମ୍ବୁ ରସ, ଗୋଟିଏ ଚାମଚ କଳା ଲୁଣ, ଗୋଟିଏ ଚାମଚ ଖାଇବା ଲୁଣ, ଅଧ ଚାମଚ ହଳଦୀ ଗୁଣ୍ଡ, ଗୋଟିଏ ଚାମଚ ଲଙ୍କା ଗୁଣ୍ଡ, କିଛି ନାଲି ରଙ୍ଗ ପକାଇ ଏହାକୁ ଭଲ ଭାବରେ ମିଶ୍ରଣ କରି ଦିଅନ୍ତୁ । ଏହା ପରେ ଗୋଟିଏ କଢେଇରେ ଦୁଇ ଚାମଚ ସୋରିଷ ତେଲ ଦିଅନ୍ତୁ ।

ତେଲ ଗରମ ହୋଇଗଲା ପରେ ସେଥିରେ ଗୋଟିଏ ଚାମଚ ସୋରିଷ, ଅଧ ଚାମଚ ପାନମଧୁରୀ, ଅଧ ଚାମଚ ଜୁଆଣି, ଅଧ ଚାମଚ କଳା ଜିରା, ଅଳ୍ପ ହେଙ୍ଗୁ ପକାଇ ଦୁଇ ତିନି ସେକନ୍ଡ ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ । ଏହା ପୂର୍ବରୁ ଏହି ଜିନିଷକୁ ଲେମ୍ବୁ ଆଚାରରେ ପକାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ସ୍ୱାଦିଷ୍ଟ ଲେମ୍ବୁ ଆଚାର ତିଆରି ହୋଇ ଯାଇଛି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।