ଭାରତୀୟ ବୈଜ୍ଞାନିକମାନେ ଖୋଜି ବାହାର କରିଲେ କୋରୋନା ଭାଇରସର ଚିକିତ୍ସା, ଆପଣ ବି ଜାଣନ୍ତୁ

ଯେବେ ଠାରୁ ଚୀନରେ କୋରୋନା ଭାଇରସର ଆତଙ୍କ ଆରମ୍ଭ ହୋଇଛି ସେହି ସମୟରୁ ଚୀନରେ ହାହାକାର ସୃଷ୍ଟି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସରେ ଚିନରେ ପାଖାପାଖି ୧୦୦୦ ଲୋକଙ୍କର ମୃତ୍ୟୁ ହୋଇ ସାରିଛି । ଚିନରେ ବଡ ବଡ ଡାକ୍ତରମାନେ ବି ଏହି ରୋଗର ଚିକିତ୍ସା ଖୋଜି ବାହାର କରିବାରେ ବର୍ତ୍ତମାନ ପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି । କିନ୍ତୁ ଭାରତରେ ଜଣେ ବ୍ୟକ୍ତି ମଧ୍ୟରେ ଏହି ଭାଇରସ ମିଳିଥିଲା, ବହୁତ ଜଲ୍ଦି ସେ ରିକଭର ବି ହେଲା ଓ ଦ୍ଵିତୀୟ ରିପୋର୍ଟରେ କୋରୋନା ଭାଇରସ ନେଗେଟିବ ମିଳିଲା ।

ଏହି କୋରୋନା ଭାଇରସ ଆକ୍ରାନ୍ତ ବ୍ୟକ୍ତିର କିଛି ସାମ୍ପଲ କେରଳର ରାଷ୍ଟ୍ରୀୟ ବାୟୋଲୋଜୀ ସଂସ୍ଥାର ୟୁନିଟ (ୟୁଆଈବୀ) ନେଇଥିଲା । ବର୍ତ୍ତମାନ ସେହି ଯୁବକର ଚିକିତ୍ସାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ୟୁଆଈବୀର ଅନ୍ତିମ ରିପୋର୍ଟର ଅପେକ୍ଷାରେ ଅଛି । କହିଦେଉଛୁ କି ସେହି ବ୍ୟକ୍ତିକୁ ୩୦ ଜାନୁୟାରୀ ଦିନ କୋରୋନା ଭାଇରସରେ ପୀଡିତ ବୋଲି ଘୋଷିତ କରାଯାଇଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କୋରୋନା ଭାଇରସ ଦ୍ଵାରା ତିନି ଜଣ ପୀଡିତ ଅଛନ୍ତି ବୋଲି ପୃଷ୍ଟି କରାଯାଇଛି । ଏହା ଛଡା ହଜାର ହଜାର ଲୋକମାନଙ୍କୁ ଡାକ୍ତରମାନଙ୍କ ଦେଖାଶୁଣାରେ ରଖା ଯାଇଛି ଯେଉଁମାନେ ଏହି ରୋଗ ଦ୍ଵାରା ପ୍ରଭାବିତ ଚୀନ କିମ୍ବା ଅନ୍ୟ ଦେଶରୁ ଫେରୁଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତର ମନୁଷ୍ୟ ଦ୍ଵାରା କରାଯାଇଥିବା ଯାଞ୍ଚର ରିପୋର୍ଟର ଅପେକ୍ଷା କରୁଛନ୍ତି । ଏହା ପରେ ଜଣା ପଡିବ କି ସେହି ବ୍ୟକ୍ତି ଜଣକ କେଉଁ ଔଷଧ ନେଇଥିଲା ଓ କେଉଁ ଔଷଧ ଦ୍ଵାରା ସେ ଏତେ ଜଲ୍ଦି ରିକଭର ହୋଇଗଲା ।