ଶନି ଦେବତାଙ୍କ ଖରାପ ଦୃଷ୍ଟି କାରଣରୁ ଆପଣଙ୍କ ଜୀବନରେ ଦେଖାଦିଏ ଏହି ସବୁ ପ୍ରଭାବ, ଜାଣନ୍ତୁ ଏହାର ଶୁଭ ଓ ଅଶୁଭ ଲକ୍ଷଣ ବିଷୟରେ

ଶନି ଦେବତାଙ୍କ ଖରାପ ଦୃଷ୍ଟିକୁ ସବୁ ଲୋକ ଭୟ କରନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବତାଙ୍କୁ ନ୍ୟାୟଧୀଶ କୁହାଯାଇଛି । ଶନି ସବୁ ବେଳେ ବ୍ୟକ୍ତିର କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି । ଯଦି କୌଣସି ବ୍ୟକ୍ତିର ଜୀବନରେ ଶନିଙ୍କର ଖରାପ ଦୃଷ୍ଟି ରହିଛି ତେବେ ସେହି ବ୍ୟକ୍ତିକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କ ଖରାପ ଦୃଷ୍ଟି ପ୍ରଭାବରୁ ଦେଖା ଦେଉଥିବା ଲକ୍ଷଣ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଜାଣନ୍ତୁ ଶନିଙ୍କର ଅଶୁଭ ଲକ୍ଷଣ ବିଷୟରେ

୧. ଯଦି କୌଣସି ବ୍ୟକ୍ତିର ଜୀବନରେ ଶନିଙ୍କର ଖରାପ ଦୃଷ୍ଟି ରହିଛି, ତେବେ ତାକୁ ଦିନ ସମୟରେ ନିଦ ହଇରାଣ ଦେଇଥାଏ ।

୨. ଶନିଙ୍କର ଖରାପ ଦୃଷ୍ଟି ପାଇଁ ବ୍ୟକ୍ତିକୁ ଲୁହା ଦ୍ଵାରା ଆଘାତ ହେବାର ସମ୍ଭାବନା ବହୁତ ଅଧିକ ଥାଏ ।

୩. ଶନିଙ୍କର ଖରାପ ଦୃଷ୍ଟି କାରଣରୁ ବ୍ୟକ୍ତିର ଘର ପରିବାରରେ ଦାରିଦ୍ରତା ଆସିଯାଏ ଓ ପରିବାର ଲୋକଙ୍କ ମଧ୍ୟରେ ବାଦବିବାଦ ସୃଷ୍ଟି ହୋଇଥାଏ ।

୪. ଶନିଙ୍କର ଅଶୁଭ ପ୍ରଭାବ ପାଇଁ ଧନ ସମ୍ପତି ହାନି ହୋଇଥାଏ ।

୫. ଯଦି କୌଣସି ବ୍ୟକ୍ତି ପାଖରେ କଳା ପୋଷା ପ୍ରାଣୀ ଅଛି, ତେବେ ଶନିଙ୍କ ଅଶୁଭ ପ୍ରଭାବରେ ତାହାର ମୃତ୍ୟୁ ହୋଇଯାଇଥାଏ ।

ଆସନ୍ତୁ ଜାଣିବା ଶନିଙ୍କ ଶୁଭ ଲକ୍ଷଣ ବିଷୟରେ

୧. ଯଦି ଆପଣ ନିଜ କାର୍ଯ୍ୟରେ ସବୁବେଳେ ସଫଳ ହୁଅନ୍ତି, ତେବେ ଆପଣଙ୍କ କୁଣ୍ଡଳୀରେ ଶନିଙ୍କ ଶୁଭ ସ୍ଥିତି ରହିଛି ।

୨. ଯଦି ଆପଣଙ୍କୁ ଲୁହା କାର୍ଯ୍ୟରେ ଅଧିକ ଲାଭ ପ୍ରାପ୍ତି ହୋଇଥାଏ, ତେବେ ଏହା ଶନିଙ୍କର ଶୁଭ ସଙ୍କେତ ହୋଇଥାଏ ।

୩. ଯଦି ଆପଣଙ୍କ ଜୀବନରେ କଷ୍ଟ ଦୂର ହୋଇଥାଏ, ତେବେ ଏହା ଶନିଙ୍କର ଶୁଭ ସ୍ଥିତିକୁ ଦର୍ଶାଇ ଥାଏ ।

୪. ଯଦି ଆପଣଙ୍କୁ ମାନ ସମ୍ମାନ ମିଳିଥାଏ, ତେବେ ଜାଣି ଯାଆନ୍ତୁ ଆପଣଙ୍କ ଉପରେ ଶନିଙ୍କର କୃପା ଦୃଷ୍ଟି ରହିଛି ।

ତେବେ ଏହି ସବୁ ଲକ୍ଷଣ ଗୁଡିକୁ ଧ୍ୟାନରେ ରଖି ଆପଣମାନେ ମଧ୍ୟ ନିଜ ଜାତକ ବିଷୟରେ ଜାଣିପାରିବେ । ଶନିଙ୍କର ଶୁଭ ଓ ଅଶୁଭ ସ୍ଥିତି ପାଇଁ ଜୀବନରେ ଏହି ସବୁ ପରିବର୍ତ୍ତନ ଦେଖାଦିଏ ।