ଚେହେରାରୁ ପିମ୍ପଲ୍ସ ହଟାଇବା ପାଇଁ ପ୍ରୟୋଗ କରନ୍ତୁ ମୁଲତାନି ମାଟିରେ ତିଆରି ଏହି ୩ ଟି ଫେସ ପ୍ୟାକ

ସାଧାରଣତଃ ଲୋକମାନେ ନିଜ ଚେହେରା ସଫା ଓ ସୁନ୍ଦର ଦେଖାଯିବା ପାଇଁ ଚହାଁନ୍ତି । ହେଲେ ବହୁତ ଲୋକଙ୍କ ମୁହଁରେ ବ୍ରଣର ସମସ୍ୟା ଦେଖା ଦେଇଥାଏ । ଏହି ସମସ୍ୟା ପାଇଁ ଲୋକମାନେ ବହୁତ ଚିନ୍ତିତ ରୁହନ୍ତି ଓ ମାର୍କେଟରୁ କେତେକ ଫେସୱାସ ଓ ଫେସକ୍ରିମ ଆଣି ବ୍ୟବହାର କରନ୍ତି । ହେଲେ ଏହି ସବୁ ଫେସ କ୍ରିମ ଆଦିରେ କେମିକାଲ ଥାଏ, ଯାହାଫଳରେ ମୁହଁରେ ସାଇଡ ଇଫେକ୍ଟ ଦେଖାଦିଏ ଓ ମୁହଁ ଅଧିକ ଖରାପ ହୋଇଥାଏ । ତେଣୁ ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ବହୁତ ଶୀଘ୍ର ମୁହଁରୁ ବ୍ରଣକୁ ଦୂର କରିପାରିବେ ଓ ଏକ ସଫା ସୁନ୍ଦର ଚେହେରା ପାଇପାରିବେ ।

ପ୍ରଥମ ଉପାୟ-

ଏଥିପାଇଁ ଆପଣଙ୍କୁ ପ୍ରଥମେ ଲିମ୍ବ ପତ୍ର, ମୁଲ୍ତାନୀ ମାଟି ଓ କର୍ପୁର ଆବଶ୍ୟକ । ଏସବୁକୁ ଭଲ ଭାବରେ ମିଶାଇ ଏଥିରେ ଗୋଲାପ ଜଳ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ସବୁ ଦିନ ସକାଳେ ଉଠି ନିଜ ଚେହେରାରେ ଲଗାନ୍ତୁ । ଏହା ଦ୍ଵାରା ବହୁତ ଶୀଘ୍ର ଆପଣଙ୍କ ଚେହେରାରେ ହେଉଥିବା ବ୍ରଣକୁ ଦୁର କରାଯାଇ ପାରିବ ।

ଦ୍ଵିତୀୟ ଉପାୟ-

ଏଥି ପାଇଁ ଆପଣ ମୁଲ୍ତାନୀ ମାଟିରେ ଲେମ୍ବୁ ରସ, ଅଳ୍ପ ମାତ୍ରାରେ ହଳଦୀ ଓ ଚନ୍ଦନ ପାଉଡରକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହାକୁ ଭଲ ଭାବରେ ନିଜ ଚେହେରାରେ ଲଗାନ୍ତୁ ଓ ୩୦-୩୫ ମିନିଟ ପର୍ଯ୍ୟନ୍ତ ଏହାକୁ ଛାଡିଦିଆନ୍ତୁ, ଶୁଖିଯିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ଵାରା ବ୍ରଣ ଦୂର ହୋଇଯିବ ।

ତୃତୀୟ ଉପାୟ

ଏଥିପାଇଁ ମୁଲ୍ତାନୀ ମାଟିରେ ଦହି ଓ ପୋଦିନା ପତ୍ରକୁ ପେଶି ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ଭଲ ଭାବରେ ନିଜ ଫେସରେ ଲଗାନ୍ତୁ ଓ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ଛାଡିଦିଆନ୍ତୁ । ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହି ସବୁ ଉପାୟକୁ ଭଲ ଭାବରେ ପ୍ରୟୋଗ କଲେ ଆପଣ ବହୁତ ଶୀଘ୍ର ଏକ ସଫା, ଗୋରା ଓ ସୁନ୍ଦର ଚେହେରା ପାଇପାରିବେ ଓ ବ୍ରଣକୁ ଦୂର କରିପାରିବେ ।