ଧନୁରୁ ବାହାରି ସ୍ଵରାଶି ମକର ରାଶିରେ ପ୍ରବେଶ କରିଲେ ଶନିଦେବ, ଏହି ରାଶିଙ୍କୁ ହେବ ଫାଇଦା ତ ଏମାନେ ରହିବେ ଚିନ୍ତିତ

ଶନିଦେବ ଗୋଟିଏ ରାଶିରେ ଅଢେଇ ବର୍ଷ ବା ତା’ ଠାରୁ ଅଧିକ ଦିନ ରହିଥାନ୍ତି ଓ ଗୋଟିଏ ରାଶିରେ ରହି ପାଞ୍ଚଟି ରାଶିକୁ ପ୍ରଭାବିତ କରିଥାନ୍ତି । ନ୍ୟାୟର ଦେବତା ଶନିଦେବ ଅଢେଇ ବର୍ଷରୁ ବି ଅଧିକ ଲମ୍ବା ଅବଧି ପରେ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଲେ । ଶନିଦେବ ୨୪ ଜାନୁୟାରିରେ ମକର ରାଶିରେ ପ୍ରବେଶ କରିଲେ ।

ଶନିଙ୍କର ରାଶି ପରିବର୍ତ୍ତନ ସହିତ ଯେଉଁଠି କିଛି ରାଶିଙ୍କ ଉପରୁ ଶନିଙ୍କର ସାଢେସାତୀ ଓ ଢୈୟାର ପ୍ରଭାବ ଶେଷ ହେବ ସେଇଠି ଆଉ କିଛି ରାଶିଙ୍କ ଉପରେ ସାଢେସାତୀ ଓ ଢୈୟାର ପ୍ରଭାବ ଆରମ୍ଭ ହୋଇଯିବ । ଜ୍ୟୋତିଷଙ୍କ ଅନୁସାରେ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଶନିଦେବ ଗୋଟିଏ ରାଶିରେ ଅଢେଇ ବର୍ଷ ରହିଥାନ୍ତି ଓ ଗୋଟିଏ ରାଶିରେ ରହି ୫ ଟି ରାଶିକୁ ପ୍ରଭାବିତ କରିଥାନ୍ତି ।

ମକର ରାଶି ଶନିଙ୍କର ନିଜର ରାଶି ଅଟେ । ଏହି କାରଣରୁ ଶନିଦେବ ମକର ରାଶିରେ ଆସିବା ପରେ ଅନେକ ସକରାତ୍ମକ ପରିବର୍ତ୍ତନ ବି ଦେଖାଦେବ । ଖାସ କରି ନ୍ୟାୟବ୍ୟବସ୍ଥା ଶକ୍ତ ହେବ । ଅପରାଧୀଙ୍କୁ ଦଣ୍ଡ ମିଳିବ ଓ ନ୍ୟାୟ ପ୍ରଣାଳୀ ବହୁତ ମଝବୁତ ହେବ । ଏହା ବ୍ୟତୀତ ଚାକିରି ଓ ରୋଜଗାରର ଅବସର ବଢିବ ।

ଶନିଙ୍କର ପ୍ରଭାବ କେଉଁ ରାଶି ଉପରେ କିପରି ରହିବ

ସାଢେସାତୀ ରୁ ମୁକ୍ତି – ବିଛା ଢୈୟାରୁ ମୁକ୍ତି – ବୃଷ ଓ କନ୍ୟା ସାଢେସାତୀ ର ପ୍ରଭାବ – ଧନୁ, ମକର ଓ କୁମ୍ଭ ଢୈୟାର ପ୍ରଭାବ – ମିଥୁନ ଓ ତୁଳା ଶନିଙ୍କର ରାଶି ପରିବର୍ତ୍ତନ ପରେ ଶନିଙ୍କର ରାଶି ପରିବର୍ତ୍ତନ ପରେ ଧନୁରେ ସାଢେ ସାତୀର ଅନ୍ତିମ ଚରଣ ରହିବ, ଯାହାକି ଲାଭଦାୟକ ରହିବ । ମକର ପାଇଁ ଦ୍ଵିତୀୟ ଚରଣ ରହିବ, ଏମିତିରେ କାମରେ ସଫଳତା ମିଳିବାରେ ଡେରି ହୋଇପାରେ । କୁମ୍ଭରେ ପ୍ରଥମ ଚରଣ ରହିବା କାରଣରୁ ଏହି ରାଶିର ଜାତକଙ୍କୁ ବାଦ ବିବାଦର ସାମ୍ନା କରିବାକୁ ପଡିପାରେ ।

ମିଥୁନ ଉପରେ ଢୈୟା ରହିବାରୁ ଖର୍ଚ୍ଚ ଅଧିକ ହେବ । ତୁଳା ରାଶିରେ ବି ଢୈୟା ରହିବ, କିନ୍ତୁ ଏହି ରାଶିଙ୍କୁ ଚାକିରିରେ ସଫଳତା ଓ ନୂଆ ଅବସର ମିଳିପାରେ । ଯେଉଁ ରାଶିଙ୍କ ଉପରୁ ଶନିଙ୍କର ସାଢେସାତୀ ଓ ଢୈୟାର ପ୍ରଭାବ ଶେଷ ହୋଇଯାଇଛି ବା ବିଲକୁଲ ନାହିଁ ସେମାନଙ୍କର ଆର୍ଥିକ ସ୍ଥିତି ସୁଧୁରିବା ସହିତ ପଦୋନ୍ନତି ଓ ସଫଳତା ମିଳିବ ।