ଶନିଦେବ ସ୍ଵରାଶି ମକର ରାଶିରେ କଲେ ପ୍ରବେଶ, ପ୍ରତିକାର ପାଇଁ କରନ୍ତୁ ଏହିସବୁ ଉପାୟ

ଶନି ସାଢେସାତୀ ଓ ଢୈୟା ଯେଉଁ ରାଶିରେ ଲାଗିଥାଏ, ସେହି ରାଶିର ଜୀବନକୁ ବହୁତ ପ୍ରଭାବିତ କରିଥାଏ । କାରଣ ଶନିଦେବ ବ୍ୟକ୍ତିକୁ ତା’ର କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି । ଶନିଙ୍କ ମହାଦଶା ର ଖରାପ ପରିଣାମ ସେହି ଲୋକଙ୍କୁ ଦେଖିବାକୁ ମିଳିଥାଏ, ଯେଉଁମାନଙ୍କ ଜାତକରେ ଶନିଙ୍କର ସ୍ଥିତି ଠିକ ନଥାଏ । କିନ୍ତୁ ଯେଉଁମାନଙ୍କ କର୍ମ ଭଲ ହୋଇଥାଏ ଓ ଜାତକରେ ଶନିଙ୍କର ସ୍ଥିତି ଠିକ ଥାଏ ତାଙ୍କୁ ଶନି ମହାଦଶାରେ ବହୁତ ଶୁଭ ପରିଣାମ ପ୍ରାପ୍ତି ହୋଇଥାଏ ।

 

ଶନି ୨୪ ଜାନୁୟାରୀ ମକର ରାଶିରେ ପ୍ରବେଶ କରିଲେ । ଯାହା କି ବର୍ଷର ସବୁଠୁ ବଡ ରାଶି ପରିବର୍ତ୍ତନ ହେବ । ଶନିଙ୍କର ରାଶି ପରିବର୍ତ୍ତନର ପ୍ରଭାବ ସବୁ ରାଶିଙ୍କ ଉପରେ ପଡିବ । ଯଦି ଶନିଙ୍କର ଦୁଷ୍ପ୍ରଭାବରୁ ବଞ୍ଚିବାକୁ ଚାହୁଞ୍ଚନ୍ତି ତେବେ ଆସନ୍ତା ଶନିବାରରେ କିଛି ଉପାୟ କରି ପାରନ୍ତି ଯାହା ପାଇଁ ଶନିଦୋଷ ରୁ ମୁକ୍ତି ମିଳିପାରିବ ।

୨୫ ଜାନୁୟାରୀ ଶନିବାର ପଡୁଛି । ଶନିଙ୍କର ଖରାପ ପ୍ରଭାବ ଆପଣଙ୍କ ଉପରେ ନ ପଡୁ ତେଣୁ ଏହି ଶନିବାରରେ କିଛି ଉପାୟ ନିଶ୍ଚୟ କରନ୍ତୁ ଯାହା ଦ୍ଵାରା ଶନିଙ୍କ ପ୍ରଭାବ ଆପଣଙ୍କ ଉପରେ କମ ପଡିବ ବା ଶୁଭ ପଡିବ ।

ମାନ୍ୟତା ଅଛି କି ଶନିଦେବ ଭଗବାନ ହନୁମାନଙ୍କ ଉପାସନାରେ ପ୍ରସନ୍ନ ହୋଇଥାନ୍ତି । ପ୍ରକୃତରେ ଶନିବାରକୁ ଶନିଦେବଙ୍କ ବ୍ୟତୀତ ଭଗବାନ ହନୁମାନଙ୍କ ଦିନ ବୋଲି ବି କୁହାଯାଏ । ଏଥିପାଇଁ ଏହି ଦିନ ହନୁମାନଙ୍କର ପୂଜା କରନ୍ତୁ ଓ ହନୁମାନ ଚାଳିଶା ର ପାଠ କରନ୍ତୁ ।

ଶନିବାର ଦିନ ଶନିଦେବତା ଙ୍କ ପୂଜା ତାଙ୍କର ଏହି ନାମରେ କରନ୍ତୁ – କୋଣସ୍ଥ, ପିଂଗଲ,ବଭ୍ରୁ, କୃଷ୍ଣ, ରୌଦ୍ରାନ୍ତକ, ୟମ, ସୌରି, ଶନିଶ୍ଚର, ମନ୍ଦ ଓ ପିପ୍ପଲାଦ ।

ଶନିବାର ଦିନ ସକାଳୁ ଉଠି ସ୍ନାନ ଧ୍ୟାନ କରିବା ପରେ ଶନିଦେବଙ୍କର ପୂଜା କରନ୍ତୁ ଓ ଓଁ ଏଂ ହ୍ରୀଂ ଶ୍ରୀ ଶନୈଶ୍ଚରାୟ ନମଃ ମନ୍ତ୍ରର ପାଞ୍ଚ ମାଳା ଜପ କରନ୍ତୁ ।

ଶନିବାର ଦିନ ବିଛୁଆତି ଗଛର ମୂଳ ଅଭିମନ୍ତ୍ରିତ କରି ଧାରଣ କରନ୍ତୁ । ମାନ୍ୟତା ଅଛି କି ଏମିତି କରିବା ଦ୍ଵାରା ଶନିଦେବତାଙ୍କର ଅଶୁଭ ପ୍ରଭାବ ପଡି ନଥାଏ ।

ଏହା ବ୍ୟତୀତ ଲାଲ ଚନ୍ଦନ ର ମାଳା ପିନ୍ଧିବା ଦ୍ଵାରା ଜାତକରେ ଶନିଦେବ ମଝବୁତ ହୋଇଥାନ୍ତି ଓ ଶୁଭଫଳ ଦେଇଥାନ୍ତି ।

ଯଦି ଆପଣଙ୍କ ଉପରେ ଶନିଙ୍କର ସାଢେସାତୀ ବା ଢୈୟା ଚାଲୁଅଛି ତେବେ ଭୁଲରେ ବି ମାଂସ ମଦିରାର ସେବନ କରନ୍ତୁ ନାହିଁ ।

କଂସା ବାସନରେ ରାଶି ତେଲ ନେଇ ଶନିବାର ଦିନ ସେଥିରେ ନିଜର ଚେହେରା ଦେଖନ୍ତୁ ଓ ସେହି ତେଲକୁ କାହାକୁ ଦାନ କରି ଦିଅନ୍ତୁ ।

ଶନିବାର ଦିନ କଳା କପଡାରେ ବିରି, ଧାନ, ଦୁଇଟି ଲଡୁ, କୋଇଲା ଓ ଲୁହାର କଣ୍ଟା ରଖି ଦାନ କରି ଦିଅନ୍ତୁ । ଏମିତି କରିବା ଦ୍ଵାରା ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ରହିବେ