ଚେହରାକୁ ଏତେ ଚମକାଇଦେବ ଏହି ଉପାୟ, ଆପଣଙ୍କୁ ପଚାରିବା ପାଇଁ ଲାଗିଯିବ ଲମ୍ବା ଲାଇନ

ଚେହେରାର ଦେଖାଶୁଣା ବିଷୟରେ କହିଲେ ପ୍ରାୟତଃ ଲୋକମାନେ ବଜାରରେ ମିଳୁଥିବା ମହଙ୍ଗା କସମେଟିକ୍ସ ବିଷୟରେ ଚିନ୍ତା କରିଥାନ୍ତି । କିନ୍ତୁ କଣ କେବେ ଆପଣ ଘରୋଇ ଉପଚାରର ପ୍ରୟୋଗ ବିଷୟରେ ଚିନ୍ତା କରିଛନ୍ତି । ଏହି ଘରୋଇ ଉପଚାର ବିନା କୌଣସି ସାଇଡ ଇଫେକ୍ଟରେ ଆପଣଙ୍କ ଚେହେରାକୁ ଚମକାଇ ଦେବ । ଆଜିକାଲି କିଛି ମହିଳାମାନେ ବିଉଟି ପ୍ରଡ଼କ୍ଟକୁ ନେଇ ବହୁତ ସତର୍କ ହୋଇ ଯାଇଛନ୍ତି । ତାଙ୍କୁ ଜଣା ଅଛି କି କେମିକାଲ ଯୁକ୍ତ ବିଉଟି ପ୍ରଡ଼କ୍ଟ ତୁରନ୍ତ ପ୍ରଭାବ ତ ଦେଖାଇଥାଏ କିନ୍ତୁ ଏହାର

ଅଧିକ ପ୍ରୟୋଗ ଚେହେରାକୁ କ୍ଷତି ପହଞ୍ଚାଇଥାଏ । ଏମିତିରେ ସେମାନେ ପ୍ରାକୃତିକ ଜିନିଷ ଉପରେ ଅଧିକ ବିଶ୍ଵାସ କରୁଛନ୍ତି କାରଣ ଏହାର କୌଣସି ଦୁଷ୍ପ୍ରଭାବ ନ ଥାଏ ।

ଏହି ଆଧାରରେ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପାୟ ନେଇ ଆସିଛୁ ଯାହା ଆପଣଙ୍କର ସୁନ୍ଦରତାକୁ ବଢାଇବ ।

ଫେସପ୍ୟାକ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଦରକାର –

୨ ଚାମଚ ଗହମର ଅଟା, ଅଧ ଚାମଚ ହଳଦୀ, ଅଧ ଚାମଚ ମହୁ ଓ ୨ ଚାମଚ ଗୋଲାପ ଜଳ

ଏହାକୁ ପ୍ରସ୍ତୁତ କରିବାର ବିଧି

ଏହି ଫେସପ୍ୟାକକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ବାଉଲ ରେ ଅଟା, ହଳଦୀ, ମହୁ ଓ ଗୋଲାପ ଜଳ କୁହାଯାଇଥିବା ମାତ୍ରା ଅନୁସାରେ ନିଅନ୍ତୁ ଓ ସମସ୍ତ ସାମଗ୍ରୀକୁ ମିଶ୍ରଣ କରି ତାହାର ପେସ୍ଟ ତିଆରି କରନ୍ତୁ ଓ ଏହା ପରେ ଆପଣ ଏହି ମିଶ୍ରଣରେ ପୁଣି ଥରେ ଅଳ୍ପ ମହୁ ମିଶାଇ ଦିଅନ୍ତୁ । କାରଣ ମହୁ ଆପଣଙ୍କ ଚେହେରାକୁ ଚମକ ଦେଇଥାଏ ।

ଏହି ଫେସପ୍ୟାକକୁ ନିଜ ଚେହେରାରେ ଲଗାଇବା ପୂର୍ବରୁ ପ୍ରଥମେ ନିଜ ଚେହେରାକୁ ଭଲ ଭାବରେ ପାଣିରେ ସଫା କରି ଦିଅନ୍ତୁ । ଏହା ପରେ ଏହି ଫେସପ୍ୟାକକୁ ସର୍କୁଲର ମୋଶନରେ ନିଜ ଚେହେରାରେ ଲଗାନ୍ତୁ ଓ ଲଗାଇବା ପରେ ପୁରା ୧୫ – ୨୦ ମିନିଟ ପର୍ଯ୍ୟନ୍ତ ଏହି ଫେସପ୍ୟାକକୁ ଚେହେରାରେ ରଖନ୍ତୁ । ପରେ ଏହା ଶୁଖିବା ପରେ ଥଣ୍ଡା ପାଣିରେ ନିଜ ଚେହେରାକୁ ପରିଷ୍କାର କରି ଧୁଅନ୍ତୁ ।

ଏହି ଫେସପ୍ୟାକକୁ ସପ୍ତାହକୁ ଦୁଇ ଥର ଲଗାନ୍ତୁ ଓ କିଛି ଦିନ ପରେ ଆପଣଙ୍କ ଚେହେରାରେ ଚମକ ଆସିଯିବ ଓ ଆପଣ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦେଖାଯିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

1 thought on “ଚେହରାକୁ ଏତେ ଚମକାଇଦେବ ଏହି ଉପାୟ, ଆପଣଙ୍କୁ ପଚାରିବା ପାଇଁ ଲାଗିଯିବ ଲମ୍ବା ଲାଇନ”

Comments are closed.