ଘରୁ ଫେରାର ହୋଇଗଲା ପ୍ରେମରେ ପାଗଳ ହୋଇଥିବା ଝିଅଟି, ବାଟରେ ମିଳିଥିଲା ଗୋଟେ ଅଟୋ ବାଲା, ପୁଣି ହେଲା କିଛି ଏମିତି କି ଯାହା…

ଆଜିକାଲି ଯୁବପିଢି ଫେସବୁକରେ କିଛି ଅଧିକ ହିଁ ଆକ୍ଟିବ ରହିଥାନ୍ତି । ଏମିତିରେ ସୋସିଆଲ ମିଡିଆ ଜରିଆରେ ନୂଆ ନୂଆ ବନ୍ଧୁ ବି ହୋଇ ଯାଆନ୍ତି । କିଛିଥର ତ ଏମିତି ହୋଇଥାଏ କି ଏହି ଯୁବପିଢି କିଛି ନ ବୁଝି ନ ସୁଝି କେଇ ମାସର ବନ୍ଧୁତାରେ ବଡ ବଡ ପଦକ୍ଷେପ ନେଇ ଯାଆନ୍ତି । ଏମିତି ହିଁ ଏକ ମାମଲା ଦିଲ୍ଲୀରେ ଦେଖିବାକୁ ମିଳିଛି । ଏଠାରେ ଏକ ୨୪ ବର୍ଷୀୟ ଝିଅ ଫେସବୁକରେ କିଛି ଦିନ ଚାଟ କରିବା ପରେ ତାକୁ ଏକ ଯୁବକ ସହ ପ୍ରେମ ହୋଇଗଲା ।

ଏହା ପରେ ଝିଅଟି ସେହି ଫେସବୁକ ବନ୍ଧୁ ପାଇଁ ନିଜର ଘର ଛାଡିବା ପାଇଁ ବି ପ୍ରସ୍ତୁତ ହୋଇଗଲା ।

ଅଟୋବାଲାକୁ ଏହି କାରଣରୁ ହୋଇଥିଲା ସନ୍ଦେହ

କହିବାକୁ ଗଲେ ଅନ୍ୟ ପଟେ ଜସ୍ସୀ ନାମକ ଏକ ଅଟୋ ଡ୍ରାଇଭର ସନ୍ଧ୍ୟାରେ ବଂଗଲା ସାହିବ ଗୁରୁଦ୍ୱାରା ପାଖରେ ଛିଡା ହୋଇ ଯାତ୍ରୀମାନଙ୍କର ଅପେକ୍ଷା କରୁଥିଲା । ଏହି ସମୟରେ ସେହି ୨୪ ବର୍ଷୀୟ ଝିଅଟି ଘରେ ଝଗଡା କରି ଘରୁ ଚାଲି ଆସି ଜସ୍ସୀର ଅଟୋରେ ଆସି ବସିଗଲା । ଝିଅ ପାଖରେ ଦୁଇ ତିନୋଟି ବ୍ୟାଗ ବି ଥିଲା ଓ ଝିଅଟି କହିଲା କି ତାକୁ କୌଣସି ଏକ ଭଲ ହୋଟେଲକୁ ନେଇ ଚାଲ ।

କହିବାକୁ ଗଲେ ଝିଅଟି ବହୁତ ଚିନ୍ତିତ ଦେଖା ଯାଉଥିଲା ସେଥିପାଇଁ ଅଟୋ ବାଲାକୁ ଅଳ୍ପ ସନ୍ଦେହ ହେଲା । ଏହା ପରେ ଅଟୋବାଲା ଜଣକ ଝିଅକୁ କହିଲା କି, ମ୍ୟାଡମ ହୋଟେଲରେ ତ ଆଇଡ଼ି ପ୍ରୂଫ ଲାଗିବ । ଏହା ପରେ ଝିଅ ଜଣକ ଅଟୋ ବାଲାକୁ ନିଜର ଆଧାର କାର୍ଡ ଦେଲା । ଯେଉଁଥିରେ ଦିଲ୍ଲୀର ହିଁ ଠିକଣା ଲେଖା ହୋଇଥିଲା । ଏହା ପରେ ଅଟୋ ବାଲା ଚିନ୍ତା କଲା କି ଦିଲ୍ଲୀର ହିଁ ଝିଅ ହୋଟେଲରେ କାହିଁକି ରହିବାକୁ ଯାଉଛି ।

ଝିଅକୁ ଭଉଣୀ କରି କରିଲା ସାହାର୍ଯ୍ୟ

ଏହା ପରେ ଅଟୋ ବାଲା ଝିଅକୁ କହିଲା କି ଆପଣ ମୋର ଛୋଟ ଭଉଣୀ ଭଳି ଅଟନ୍ତି । ସେଥିପାଇଁ ଯଦି ତୁମର କିଛି ବି ଅସୁବିଧା ହୁଏ ତେବେ ମୋତେ କହି ପାରିବ । ଏହା ପରେ ଝିଅ ଜଣକ କହିଲା କି ସେ ରାଗରେ ନିଜ ଘର ଛାଡି ଚାଲି ଆସିଛି । ବର୍ତ୍ତମାନ ସେ ନିଜର ଏକ ଫେସବୁକ ବନ୍ଧୁ ପାଖକୁ ଯିବ । ସେଠି ତାହା ପାଖରେ ରହିବ ଓ ଚାକିରି ବି କରିବି ।

ଏହା ଶୁଣି ଅଟୋବାଲା ବୁଝିଗଲା କି ମାମଲା ଗମ୍ଭୀର ଅଟେ । ସେଥିପାଇଁ ସେ ନିଜର ଅଟୋ ସିଧା ସଂସଦ ମାର୍ଗ ଥାନା ଭିତରକୁ ନେଇଗଲା । ଏହ ପରେ ସେ ପୋଲିସକୁ ସବୁ କଥା କହିଲା ଝିଅକୁ ପୋଲିସଙ୍କ ହାତରେ ଦେଇଦେଲା ।

କାଉଂସଲିଂଗ ପରେ ମାନିଲା ଯୁବତୀ

ସଂସଦ ମାର୍ଗ ଥାନାଧ୍ୟକ୍ଷ ବେଦ ପ୍ରକାଶ ରାୟ ଝିଅଟିର କାଉଂସଲିଂଗ କଲେ ଓ ତାକୁ ଏହି ବିଷୟରେ ଆଉ ଥରେ ଭାବିବାକୁ କହିଲେ । ସେ କହିଲେ କି କିପରି କିଛି ଥର ଲୋକ ଫେସବୁକରେ ପ୍ରେମ ଓ ଚାକିରି ର ଲୋଭ ଦେଖାଇ ଝିଅମାନଙ୍କୁ ଫସାଇ ଥାଆନ୍ତି । ଏହା ପରେ ସେହି ଝିଅଟିର ଘର ଲୋକଙ୍କୁ ବି ସେଠାକୁ ଡକାଗଲା । ଶେଷରେ ଝିଅଟି ତା’ର ପରିଜନଙ୍କ ସହିତ ଘରକୁ ଫେରିଗଲା ।

ଏହା ପର ଦିନ ଅଟୋ ଚାଳକ ଝିଅଟିର ହାଲଚାଲ ବୁଝିବା ପାଇଁ ଥାନାକୁ ଗଲା ତ ତାକୁ ଜଣା ପଡିଲା କି ଝିଅଟି ଘରକୁ ଫେରି ଯାଇଛି । ତା’ର ପରିଜନମାନଙ୍କର କହିବା ଅଟେ କି ଝିଅଟିର ବ୍ୟବହାର ବି ଆଗ ଅପେକ୍ଷା ଭଲ ହୋଇ ଯାଇଛି । ଆଜି ଗୋଟିଏ ବୁଦ୍ଧିମାନ ଅଟୋଚାଳକ ପାଇଁ ଝିଅଟିର ଜୀବନ ବର୍ବାଦ ହେବାରୁ ବଞ୍ଚିଗଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।