ସେପ୍ଟେମ୍ବର ମାସରୁ ଏହି ସବୁ ଦିନ ବ୍ୟାଙ୍କ ରହିବ ବନ୍ଦ, ଏଠି ଦେଖନ୍ତୁ ପୁରା ଲିସ୍ଟ

ବର୍ତ୍ତମାନ ସମୟରେ ବହୁତ ବଡ ଖବର ସାମ୍ନାକୁ ଆସୁଛି । ଯଦି ବ୍ୟାଙ୍କ ସହ ଜଡିତ ଆପଣଙ୍କ କିଛି କାମ ଅଛି ତେବେ ଜଲ୍ଦି ସେହି କାମ ଗୁଡିକ ଶେଷ କରି ଦିଅନ୍ତୁ । କାରଣ ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର ୨୦୨୦ରେ ବ୍ୟାଙ୍କ କିଛି ଦିନ ପାଇଁ ବନ୍ଦ ରହିବ । ସେପ୍ଟେମ୍ବର ମାସରେ ବ୍ୟାଙ୍କ ଯିବା ପୂର୍ବରୁ ଆପଣ ଆସନ୍ତା ମାସର ବ୍ୟାଙ୍କର ଛୁଟି ଦିନ ଗୁଡିକର ଲିସ୍ଟ ଦେଖି ନିଅନ୍ତୁ । ଯାହା ଦ୍ଵାରା ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ବ୍ୟାଙ୍କ ଯିବା ପୂର୍ବରୁ ଯଦି ଆପଣଙ୍କ ପାଖରେ ବ୍ୟାଙ୍କ ଛୁଟି ଦିନ ଗୁଡିକର ପୁରା ଲିସ୍ଟ ଥିବ ତେବେ ଆପଣଙ୍କୁ ସବୁ ଦିଗରୁ ସହଜ ହୋଇଯିବ ସବୁ ପ୍ରକାରର କାମକୁ ସମାପ୍ତ କରିବା ପାଇଁ ।

ସେପ୍ଟେମ୍ବର ମାସରେ କେତେ ଦିନ ରହିବ ବ୍ୟାଙ୍କ ବନ୍ଦ

ସେପେଟେମ୍ବର ମାସରେ ବ୍ୟାଙ୍କ ଯିବା ପୂର୍ବରୁ ଏଠି ବ୍ୟାଙ୍କ ଛୁଟିର ପୁରା ଲିସ୍ଟ ନିଶ୍ଚିତ ଦେଖି ନିଅନ୍ତୁ । RBI ଦ୍ଵାରା ନିର୍ଧାରଣ କରାଯାଇଥିବା ଛୁଟିର ଲିସ୍ଟ ଅନୁସାରେ ଶନିବାର ଓ ରବିବାରକୁ ଛାଡି ସେପ୍ଟେମ୍ବର ମାସରେ ୧୧ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । RBI ଦ୍ଵାରା ଘୋଷଣା କରାଯାଇଥିବା ବ୍ୟାଙ୍କ ଛୁଟିରେ କିଛି ଦେଶବ୍ୟାପୀ ଛୁଟି ବି ସାମିଲ ଅଛି । ଯାହା ପୁରା ଦେଶର ବ୍ୟାଙ୍କ ଉପରେ ଲାଗୁ ହୋଇଥାଏ । ଅନ୍ୟ ପଟେ କିଛି ଛୁଟି ସେହି ରାଜ୍ୟର ଆଦେଶ ଉପରେ ବି ନିର୍ଭର କରିଥାଏ ।

୧୧ ଦିନ ପର୍ଯ୍ୟନ୍ତ ରହିବ ବ୍ୟାଙ୍କ ବନ୍ଦ

ସେପ୍ଟେମ୍ବର ୨୦୨୦ରେ ବ୍ୟାଙ୍କ ଛୁଟି ଉପରେ ନଜର ପକାଇବା ତେବେ ୨ ସେପ୍ଟେମ୍ବର ଦିନ ବ୍ୟାଙ୍କ ବନ୍ଦ ରହିବ । କାରଣ ନାରାୟଣ ଗୁରୁ ଜୟନ୍ତୀ ଉପଲକ୍ଷେ ବ୍ୟାଙ୍କ ଛୁଟି ରହିବ । ଗଂଗଟୋକ, କୋଚ୍ଚୀ ଓ ତିରୁୱଂତପୁରମରେ ଏହି ଦିନରେ ବ୍ୟାଙ୍କ ବନ୍ଦ ରହିବ । ୬ ସେପ୍ଟେମ୍ବର ୨୦୨୦କୁ ରବିବାର ଦିନ ବ୍ୟାଙ୍କ ବନ୍ଦ ରହିବ । ଏହା ପରେ ୧୨ ସେପ୍ଟେମ୍ବରକୁ ଦେଶରେ ବ୍ୟାଙ୍କ ଦ୍ଵିତୀୟ ଶନିବାର ନିମନ୍ତେ ବ୍ୟାଙ୍କ ବନ୍ଦ ରହିବ । ଅନ୍ୟ ପଟେ ୧୩ ସେପ୍ଟେମ୍ବର ରବିବାର ଦିନ ବ୍ୟାଙ୍କ ବନ୍ଦ ରହିବ ।

ସେପ୍ଟେମ୍ବରରେ ଏହି ତାରିଖରେ ବନ୍ଦ ରହିବ ବ୍ୟାଙ୍କ

୧୭ ସେପ୍ଟେମ୍ବରକୁ ଅଗରତଲା, ବେଂଗଲୁରୁ ଓ କଲିକତାର ସବୁ ବ୍ୟାଙ୍କ ଛୁଟି ରହିବ । କାରଣ ମହାଳୟା ଅମାବାସ୍ୟାରେ ବ୍ୟାଙ୍କ ବନ୍ଦ ହୁଏ । ଏହା ଛଡା ୨୦ ସେପ୍ଟେମ୍ବର ରବିବାର ଦିନ ପୁଣି ଥରେ ଦେଶ ସାରା ବ୍ୟାଙ୍କ ବନ୍ଦ ରହିବ । ଅନ୍ୟ ପଟେ ୨୧ ସେପ୍ଟେମ୍ବର ଦିନ କୋଚ୍ଚୀ, ତିରୁୱନଂତପୁରମରେ ଶ୍ରୀ ନାରାୟଣ ଗୁରୁ ସମାଧି ଉପଲକ୍ଷେ ବ୍ୟାଙ୍କରେ ଛୁଟି ରହିବ । ଅନ୍ୟ ପଟେ ୨୩ ସେପ୍ଟେମ୍ବରରେ ହରିୟାନାର ସବୁ ବ୍ୟାଙ୍କ ବନ୍ଦ ରହିବ ।

Haryana Heroes Martyrdom Day ନିମନ୍ତେ ଏଠିକାର ସବୁ ବ୍ୟାଙ୍କ ଛୁଟି ରହିବ । ଏହା ଛଡା ୨୬ ସେପ୍ଟେମ୍ବର ମାସରେ ଚତୁର୍ଥ ଶନିବାର ଦିନ ଛୁଟି ଅଛି ଓ ଦେଶରେ ସବୁ ବ୍ୟାଙ୍କ ବନ୍ଦ ରହିବ । ଅନ୍ୟ ପଟେ ୨୭ ସେପ୍ଟେମ୍ବର ରବିବାର ଦିନ ବ୍ୟାଙ୍କ ଛୁଟି ରହିବ । ଅନ୍ୟ ପଟେ ୨୮ ସେପ୍ଟେମ୍ବର ପଞ୍ଜାବରେ ଶହୀଦ ଭଗତ ସିଂହ ଜୟନ୍ତୀ ନିମନ୍ତେ ବ୍ୟାଙ୍କ ବନ୍ଦ ରହିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।