Bollywood ର ଏହି ୪ ଟି ଷ୍ଟାର କପଲ ଯେଉଁ ମାନେ ବାହା ତ ହେଲେ କିନ୍ତୁ କେବେ ବି ବନି ପାରିଲେ ନାହିଁ ମାତା-ପିତା

ଦୁନିଆରେ ବହୁତ ଲୋକ ଏପରି ଅଛନ୍ତି ଯାହାରକି କୌଣସି ସନ୍ତାନ ନଥାଏ । କିନ୍ତୁ ଏହି ସନ୍ତାନ ନହେବାର କାରଣ ସେମାନେ ନିଜେ ହୋଇଥାନ୍ତି । କାହିଁକି ନା ସେମାନେ ସନ୍ତାନ ନକରିବାର ନିଷ୍ପତି ନେଇଥାନ୍ତି । କିନ୍ତୁ ଦୁନିଆରେ ମନୁଷ୍ୟ ବିବାହ ଏଥିପାଇଁ କରିଥାଏ କି ଗୋଟିଏ ସ୍ୱାମୀ ତାର ସ୍ତ୍ରୀ ସହ ଖୁସିରେ ଜୀବନ ବିତାଇବ ଓ ତାର ସୁନ୍ଦର ସୁନ୍ଦର ପିଲା ହେଉ । କିନ୍ତୁ କିଛି ଏପରି ଦମ୍ପତି ଥାଆନ୍ତି ସେମାନେ ନିଃସନ୍ତାନ ରହିବା ପାଇଁ ନିଷ୍ପତ୍ତି ନେଇଥାନ୍ତି ।

ଏହିପରି କିଛି ବଲିଉଡର କଳାକାର ଦମ୍ପତି ଅଛନ୍ତି ଯେଉଁ ପୁରୁଷ କଳାକାର ମାନେକି ନିଜ ସ୍ତ୍ରୀ କୁ ବହୁତ ଭଲ ପାଇଛନ୍ତି କିନ୍ତୁ ସନ୍ତାନ ନକରିବାର ନିଷ୍ପତି ନେଇଥିଲେ । କିନ୍ତୁ ସନ୍ତାନ ଜନ୍ମ କରିବା କିମ୍ବା ନକରିବା ସେମାନଙ୍କର ନିଷ୍ପତି ଥିଲା କି ମଜାବୁରୀ ଥିଲା ସେମାନେ ହିଁ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ଏହିପରି ୪ କଳାକାର ମାନଙ୍କ ବିଷୟରେ ।

୧ – ପ୍ରଥମ ଯୋଡି – ହେଲେନ ଓ ସଲିମ ଖାନ

ଏହି ଦମ୍ପତି କୌଣସି ସନ୍ତାନ ନକରିବାର ନିଷ୍ପତି ନେଇଥିଲେ । ସଲମନ ଖାନଙ୍କ ପିତା ସଲିମ ଖାନ ହେଲେଙ୍କୁ ପ୍ରେମ କରୁଥିଲେ ଏବଂ ଦୁଇଜଣ ପରସ୍ପରକୁ ବିବାହ କରିଥିଲେ । କିନ୍ତୁ ଦୁଇଜଣ ଜୀବନ ସାରା ସନ୍ତାନ ନକରିବାର ନିଷ୍ପତି ନେଇଥିଲେ । ସଲିମ ଖାନଙ୍କ ଦ୍ୱାରା ହେଳେନ୍ଙ୍କର କୌଣସି ସନ୍ତାନ ହୋଇନଥିଲା । ହେଲେନ ସଲିମ ଖାନଙ୍କ ପୁତ୍ରକୁ ନିଜ ପୁତ୍ର ଭାବିଥିଲେ । ସଲମାନ ଖାନ , ଅର୍ବାଜ ଖାଁ ଓ ସୋହେଲ ଖାନଙ୍କ ସହ ହେଲେନ ଓ ସଲିମ ଖାନ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

୨ – ଦ୍ଵିତୀୟ ଯୋଡି – ଅନୁପମ ଖେର ଓ କିରନ ଖେର

କିରନ ଖେର ନିଜ ସ୍ୱାମୀଙ୍କୁ ତଲାକ ଦେଇ ଅନୁପମ ଖେରଙ୍କୁ ବିବାହ କରିଥିଲେ । ସେହି ସମୟରେ କିରନ ଖେରଙ୍କର ପ୍ରଥମ ସ୍ୱାମୀଙ୍କର ଗୋଟିଏ ପୁତ୍ର ଥିଲା ଯାହାର ନାମ ଥିଲା ସିକନ୍ଦର ଖେର । ଅନୁପମ ଖେର ଓ କିରଣ ଖେରଙ୍କର କୌଣସି ପୁତ୍ର ନାହିଁ । କିନ୍ତୁ ଅନୁପମ ଖେର ସିକନ୍ଦର ଙ୍କୁ ନିଜ ପୁତ୍ର ଭାବାରେ ମାନି ନେଇଛନ୍ତି ।

୩ – ତୃତୀୟ ଯୋଡି – ଦିଲୀପ କୁମାର ଓ ସାଇରା ବାନୁ

ଦିଲୀପ କୁମାର ଓ ସାଇରା ବନୁଙ୍କ ପ୍ରେମ କଥାଟା ସବୁ କଳାକାର ପ୍ରେମୀ ଭଲଭାବରେ ଜାଣିଛନ୍ତି । ଦିଲୀପ କକୁମାର ସାଇରା ବାନୁଙ୍କୁ ବିବାହ କରିବା ବେଳେ ଦୁଇଜଣଙ୍କ ମଧ୍ୟରେ ୨୨ ବର୍ଷର ତାରତମ୍ୟ ଥିଲା । ପ୍ରେମରେ କେହି ବୟସର ତାରତମ୍ୟ ଦେଖାନ୍ତି ନାହିଁ । ଏହି ଦୁଇଜଣ ଆଜି ପର୍ଯ୍ୟନ୍ତ କୌଣସି ସନ୍ତାନ କରିନାହାନ୍ତି ।

୪ – ଚତୁର୍ଥ ଯୋଡି – କିଶୋର କୁମାର ଓ ମଧୁ ଵାଲା

କିଶୋର କୁମାର ଓ ମଧୁବାଲାଙ୍କ ଯୋଡି ସେହି ସମୟରେ ବହୁତ ଶୁପର୍ ହିଟ ଫିଲ୍ମ ଦେଇଛନ୍ତି । ଏହି ଦୁହିଁଙ୍କ ମଧ୍ୟରେ ପ୍ରେମରେ ମଧ୍ୟ ଗଭୀରତା ସୃଷ୍ଟି ହୋଇଥିଲା । ସେହି ସମୟରେ ମଧୁବାଲା ବହୁତ ସୁନ୍ଦରୀ ଅଭିନେତ୍ରୀ ଥିଲେ । ମଧୁବାଲାଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ କି ସେ କୌଣସି ସନ୍ତାନ ଜନ୍ମ କଲେ ତାଙ୍କ ଜୀବନ ପ୍ରତି ବିଡ ଥିଲା । ସେ ହୃଦ ରୋଗୀ ଥିଲେ । ୧୯୬୦ ରେ କିଶୋର କୁମାର ଓ ମଧୁବାଲାଙ୍କ ବିବାହ ହୋଇଥିଲା । ୧୯୬୯ ରେ ମଧୁବାଲା ଏହି ଦୁନିଆକୁ ଛାଡି ଚାଲିଗଲେ ଅର୍ଥାତ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେମାନଙ୍କର କୌଣସି ସନ୍ତାନ ନଥିଲା । ଏହି ପରି ଭାବରେ ସାଭନା ଆଜମି ଓ ଜାଭେଦ ଅଖତରଙ୍କର ମଧ୍ୟ କୌଣସି ସନ୍ତାନ ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।