ପୁରୁଷମାନେ ଏହି ୪ଟି କାମ କରିବାବେଳେ କେବେବି ଲାଜ କରନ୍ତୁ ନାହିଁ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ମାନବ ସମାଜକୁ ସତ ମାର୍ଗ ଦେଖାଇବା ଚାଣକ୍ୟ ନୀତିରେ ଉଲେଖ ରହିଛି । ଚାଣକ୍ୟ ନିଜର ଦିବ୍ୟ ଦ୍ରୁଷ୍ଟି ଦ୍ଵାରା ଗରିବକୁ ଧନୀ କରିବାର ସକ୍ଷମ ତାଙ୍କ ପାଖରେ ଥିଲା ।

ସେ ବହୁତ ବୁଦ୍ଧିମାନ ହୋଇଥିବାରୁ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇଥିଲେ । ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟଙ୍କର କିଛି ଅମୂଲ୍ୟ ନୀତି ଯେଉଁଥିରେ କେଉଁ ଜିନିଷ ମାଗିବା ସମୟରେ ଲାଜ କରିବା ଠିକ ନୁହେ ସେହି ବିଷୟରେ କହିବାକୁ ଯାଉଛୁ । ପୌରାଣିକ ଶାସ୍ତ୍ର ଅନୁସାରେ ଉଲେଖ ରହିଛି ଯେ ଏମିତି କିଛି ଜିନିଷ ଅଛି ଯାହାକୁ ମାଗିବାରେ ଲାଜ କରିବା ଉଚିତ ନୁହେ । ଏପରି କରିବା ଦ୍ଵାରା ନିଜର ହିଁ କ୍ଷତି ହୋଇଥାଏ । ବିଶେଷ କରି ପୁରୁଷ ମାନେ ଏଥିପ୍ରତି ଧ୍ୟାନ ଦେବା ଉଚିତ । ତେବେ ଆସନ୍ତୁ ଜାଣିବା ସେହି ନୀତି ବା ଜିନିଷ ଗୁଡିକ କଣ ଅଟେ ।

୧- ଚାଣକ୍ୟ ନୀତି ଅନୁସାରେ ସ୍ଵାମୀ ଓ ସ୍ତ୍ରୀ ର ସମ୍ପର୍କ ରେ ଲାଜ କରିବା ଉଚିତ ନୁହେ । ଏହି କ୍ଷେତ୍ରରେ ସ୍ଵାମୀ ବା ସ୍ତ୍ରୀ ନିଜର ସମ୍ପର୍କକୁ ଆଗକୁ ବଢାଇବାକାଉ ଚେଷ୍ଟା କରିବା ଉଚିତ । ଏହା ଫଳରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଯଦି ସ୍ଵାମୀ ବା ସ୍ତ୍ରୀ ମଧ୍ୟରୁ କେହି ନିଜର ଦାମ୍ପତ୍ୟ ଜୀବନକୁ ଆଗକୁ ନେବା ପାଇଁ ପଛେଇଥାନ୍ତି ତେବେ ସେମାନଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତିର ପ୍ରବେଶ ହୋଇଥାଏ । ଯାହା ଫଳରେ ଭବିଷ୍ୟତରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ ।

୨- ଚାଣକ୍ୟଙ୍କ କହିବା ଅନୁସାରେ ଭୋଜନ ସମୟରେ ଲଜ୍ୟା କରିବା ଉଚିତ ନୁହେ । ଯଦି ଏପରି କୌଣସି ବ୍ୟକ୍ତି କରିଥାଏ ତେବେ ସେ ଉପାସରେ ରହିଥାଏ । ଏହା ସହ ଅର୍ଣ୍ଣର ମଧ୍ୟ ଅପମାନ ହୋଇଥାଏ । ତେଣୁ ଭୋଜନ ସମୟରେ ଲଜ୍ୟା କରିବା ଅନୁଚିତ ।

୩- ଚାଣକ୍ୟ ନୀତି ଅନୁସାରେ ଗୁରୁଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ ଲଜ୍ୟା କରିବା ଉଚିତ ନୁହେ । ଏପରି କରିବା ଦ୍ଵାରା ବ୍ୟକ୍ତି ଅଧୁରା ଜ୍ଞାନ ପ୍ରାପ୍ତ କରିଥାଏ । ଯାହା ଫଳରେ ବ୍ୟକ୍ତି ନିଜ ଜୀବନରେ ଆଗକୁ ନ ବଢି ପଛେଇ ରହିଥାଏ । ଏହି ଭଳି ବ୍ୟକ୍ତି କେବେ ବି ଜୀବନରେ ସଫଳତା ହାସଲ କରି ପାରନ୍ତି ନାହି । କାରଣ କଥାରେ ଅଛି “ଅଧା ଜ୍ଞାନ ପରାଜୟର କାରଣ ହୋଇଥାଏ” । ତେଣୁ ଗୁରୁ ବା ବଡ ଲୋକଙ୍କ ଠାରୁ ଜ୍ଞାନ ଆହରଣ କରିବା ସମୟରେ ଲଜ୍ୟା କରିବା ଅନୁଚିତ ।

୪- ଚାଣକ୍ୟ ନୀତି ଅନୁସାରେ କୌଣସି ଉଧାର ଦେଇଥିବା ପଇସା ମାଗିବା ଉଚିତ । ଯେଉଁ ବ୍ୟକ୍ତି ନିଜର ବାକି ପଇସା ମାଗିବାରେ ଲଜ୍ୟା କରିଥାଏ ସେ କେବେ ବି ଧନୀ ହୋଇପାରେ ନାହି । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ଦରିଦ୍ରତା ଦେଖାଯାଏ । ତେଣୁ ବାକି ଦେଇଥିବା ପଇସା ମାଗିବାରେ ଲାଜ୍ୟା କରିବା ଅନୁଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ