ଚଳନ୍ତା ଗାଡିରେ ନିଆଁ କାହିଁକି ଲାଗିଯାଏ ! ଜାଣି ଶୁଣି କେଉଁ ସବୁ ଭୁଲ କରନ୍ତି ଲୋକମାନେ ?

ଚଳନ୍ତା ଗାଡିରେ ନିଆଁ ଲାଗିଥିବାର ଖବର ଆପଣ ମାନେ ବେଳେ ବେଳେ ଶୁଣିଥିବେ । ଏଥିରୁ କିଛି ଲୋକ ବଞ୍ଚି ଯାଆନ୍ତି ଓ ଆଉ କିଛି ଲୋକ ଗାଡି ଭିତରୁ ବାହାରି ନ ପାରି ମୃତ୍ୟୁ ମୁଖରେ ପଡିଥାନ୍ତି । ଏମିତିରେ ଆଜି ଆସନ୍ତୁ ଜାଣିବା ଗାଡିରେ ନିଆଁ କାହିଁକି ଲାଗେ ଓ ଏଥିରୁ କିପରି ରକ୍ଷା ପାଇ ପାରିବେ । ଲୋକମାନେ ଗାଡି କିଣିବା ପରେ ଏଥିରେ ବହୁତ ପ୍ରକାରର ଆସେସରିଜ ଲଗାନ୍ତି ଏହି କିଛି ଆସେସରିଜ ବିଦ୍ୟୁତ ଦ୍ଵାରା ଚାଲି ଥାଏ ଓ ତାକୁ ତାର ଦ୍ଵାରା ଯୋଡା ଯାଇଥାଏ, ବେଳେ ବେଳେ ଏହି ତାର ଯୋଗୁ ଗାଡିରେ ଶର୍ଟସର୍କିଟ ହୋଇ ନିଆଁ ଲାଗିଯାଏ ।

ଏଥିପାଇଁ ଆସେସରିଜକୁ ଲଗାଇବା ବେଳେ କମ୍ପାନୀ ଦ୍ଵାରା ପ୍ରସ୍ତୁତ ସର୍ଭିସ ସେଣ୍ଟର ଓ ଟ୍ରେଣ୍ଡ ମେକାନିକ ପାଖରେ ଲଗାନ୍ତୁ । ଆପଣ ଗାଡିର ସମସ୍ତ କାମ କେବଳ କମ୍ପାନୀ ସର୍ଭିସ ସେଣ୍ଟରରେ କରନ୍ତୁ ।

ଗାଡିର ସର୍ଭିସ କେବେଳ କମ୍ପାନୀ ସର୍ଭିସ ସେଣ୍ଟରରେ ହିଁ କରନ୍ତୁ । କାରଣ ମେକାନିକ ସେହି ଗାଡିର କମ୍ପାନୀରୁ ଟ୍ରେନିଂ ନେଇ ଆସିଥାଏ ଓ ସେ ଗାଡିର ସବୁ ପାର୍ଟକୁ ଭଲ ଭାବରେ ଜାଣିଥାଏ । କିନ୍ତୁ ବାହାର ବଜାରରେ ସବୁ ମେକାନିକ ସବୁ ଗାଡି ବିଷୟରେ ଜାଣି ନ ଥାନ୍ତି । ଏହା ସହିତ ସବୁ ଗାଡିର ଫାଙ୍କସନ ସମାନ ନ ଥାଏ । ବିଶେଷଜ୍ଞଙ୍କ ମତ ଅନୁସାରେ ଭୁଲ ସର୍ଭିସ କାରଣରୁ ହିଁ ଗାଡିରେ ନିଆଁ ଲାଗିଥାଏ । ଆପଣ ମାନେ ଦେଖିଥିବେ ବର୍ତ୍ତମାନ କିଛି ଗାଡି LPG ସିଲିଣ୍ଡରରେ ଚାଲୁଅଛି ।

ଏହାକୁ ଲୋକମାନେ ଅଧିକୃତ କମ୍ପାନୀରେ ଅଧିକ ମୂଲ୍ୟ ହୋଇଥିବାରୁ କମ୍ପାନୀରେ ନ ଲଗାଇ ବାହାର ବଜାରରେ କମ୍ପାନୀର ଅଧିକୃତ ନ ଥିବା ସ୍ଥାନରେ ସିଲିଣ୍ଡର ଶସ୍ତାରେ ଲଗାଇ ଦିଅନ୍ତି । ଯଦି ଏହାକୁ ଲଗାଇବା ବେଳେ କୌଣସି ତ୍ରୁଟି ବିଚ୍ୟୁତି ହୁଏ ତେବେ ଏହା ବହୁତ ବଡ ଦୁର୍ଘଟଣାକୁ ଟାଣି ଆଣେ । ଏମିତିରେ ବହୁତ କ୍ଷେତ୍ରରେ ଦେଖାଯାଇଛି କି ଅଧିକାଂଶ ନିଆଁ ଲାଗିଥିବା ଗାଡି LPG ସିଲିଣ୍ଡର ବାଲା ହୋଇଥାଏ । ସେଥିପାଇଁ କମ୍ପାନୀ ଦ୍ଵାରା ପ୍ରସ୍ତୁତ ସିଲିଣ୍ଡର ଲଗାନ୍ତୁ । ଏହା ସହିତ ଗାଡିକୁ ଠିକ ସମୟରେ ସର୍ଭିସ କରାନ୍ତୁ ।

ଗାଡିର କ୍ଷମତା ଠାରୁ ଅଧିକ ପେଟ୍ରୋଲ ଭରନ୍ତୁ ନାହିଁ । ଏହା ସହିତ ଅଧିକ ଦୂର ସ୍ଥାନକୁ ଯାତ୍ରା କରିବାର ଅଛି ତେବେ ଗାଡିକୁ କିଛି ସମୟ ପାଇଁ ଆରାମ ଦିଅନ୍ତୁ । ଯାହା ଫଳରେ ଇଞ୍ଜିନ ଅଧିକ ଗରମ ହେବ ନାହିଁ । ବିଶେସଜ୍ଞଙ୍କ ମତରେ ଆଜି କାଲିର ଗାଡିରେ ଫୁଏଲ ଇଜେକ୍ସନ ଅଛି ଯେଉଁଥିରେ କିଛି ଭଲ ଗୁଣ ଅଛି ଓ ଖରାପ ଗୁଣ ମଧ୍ୟ ଅଛି । ଯଦି ସମୟ ଅନୁସାରେ ଏହାର ସର୍ଭିସ ନ କରାଯାଏ ତେବେ ପେଟ୍ରୋଲ ଲିକେଜ ହେବାର ସମ୍ଭାବନା ଥାଏ । ଏହା ପରେ ଇଂଜନରେ ସ୍ପର୍କ ହୋଇ ନିଆଁ ଲାଗି ଯାଇପାରେ ।

କହିବାକୁ ଗଲେ ଗାଡ଼ିରେ ପ୍ରାୟତଃ ଲିକେଜ ବି ହୋଇଥାଏ । କିନ୍ତୁ କେତେକ ଲୋକମାନେ ଏହାକୁ ଅଣଦେଖା କରିଦିଅନ୍ତି । ଏହି କାରଣରୁ ନିଆଁ ଲାଗିପାରେ । ଏହା ସହିତ ଯଦି ଗାଡିର ଓୟାରିଂ ଠିକ ନ ଥାଏ ତେବେ ସ୍ପାର୍କ ହୋଇ ନିଆଁ ଲାଗିଯାଇ ପାରେ । ଏଥିପାଇଁ ଗାଡିକୁ କୌଣସି ଭଲ ମେକାନିକ ଦ୍ୱାରା ସର୍ଭିସିଂ ସେଣ୍ଟରରେ ହିଁ ଠିକ କରନ୍ତୁ ।

କିଛି ଲୋକ ଗାଡିର ଟେଂପ୍ରେଚର ମିଟର, ରେଡିଏଟର କାହିଁକି ଛକ ହୋଇଛି  ପାଣି ସାରିଯାଇଛି, କୂଲାଣ୍ଟ ସରଯାଇଛି କି ନାହିଁ ଇତ୍ୟାଦି ଜିନିଷକୁ ଅଣଦେଖା କରିଥାନ୍ତି । ଯାହାକି ଭ ଅଟେ । କେତେକ ଲୋକମାନେ ଟଙ୍କା ସଞ୍ଚୟ କରିବା ପାଇଁ ବାହାର ବଜାରରେ ଗାଡି ତିଆରି କରନ୍ତି ଏଥିପାଇଁ ଗାଡ଼ିରେ ବେଳେ ବେଳେ ଏହି ନିଆଁ ଲାଗିଯାଇ ଦୁର୍ଘଟଣା ଘଟିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।