ଚଣ୍ଡାଳ ନିଜେ ନିଜକୁ ନଷ୍ଟ କରିଦେଲା ନହେଲେ ସେକେଣ୍ଡ ମିହିର ଦାସ ହେଇଥାନ୍ତା… ଶୁଣନ୍ତୁ କଣ କହିଲେ ଅଭିନେତ୍ରୀ Namrata Das

ଓଲିଉଡର ଗଉରା ଭାବେ ଓଡିଶାର ଘରେ ଘରେ ପରିଚିତ ହୋଇଥିବା ହୋଇଥିବା ଦକ୍ଷ ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ଗହଣରେ ନାହାନ୍ତି । ତାଙ୍କ ମୃତ୍ୟୁରେ ଆଜି ସାରା ଓଡିଶା ଶୋକ କରୁଛି । ଆଜି ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର ହେବାକୁ ଥିବାବେଳେ ତାଙ୍କ ବିଷୟରେ କିଛି କଥା ମନେ ପକାଇଛନ୍ତି ଦିଗଜ ଅଭିନେତ୍ରୀ ନମ୍ରତା ଦାସ । ସେ ପିଣ୍ଟୁଙ୍କ ବିଷୟରେ କହିଛନ୍ତି କି, ପିଣ୍ଟୁ ନନ୍ଦ ଯେତେବଳେ ନୂଆ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ସେତେବେଳେ ଆମେ ଏକାଠି “ସମାନ୍ତର” ନାମକ ଏକ ସୁନ୍ଦର ଧାରାବାହିକରେ ଅଭିନୟ କରିଥିଲୁ ।

ଯେଉଁଥିରେ ପିଣ୍ଟୁ ମୋର ପୁଅ ଭୂମିକାରେ ଅଭିନୟ କରିଥିଲା । ସେ ଟିକେ ଦୁଷ୍ଟ ହୁଏ ସିନା କିନ୍ତୁ କଳାକାର ବହୁତ ଭଲ ଥିଲା । ପିଣ୍ଟୁ ଖୁବ ଭଲ ଅଭିନୟ କରେ ଓ ଟା’ ସହ ମୁଁ ଅନେକ ଥର କାମ କରିଛି । ମୁଁ ଭାବେ ସେ ସେକେଣ୍ଡ ମିହିର ଦାସ ଓ ତାଙ୍କ ସ୍ଥାନ ପୂରଣ କରିବ । ହେଲେ ଚଣ୍ଡାଳ ନିଜେ ନିଜକୁ ନଷ୍ଟ କରିଦେଲା । କାହା କଥା ଶୁଣିଲାନି । ଶେଷଥର ପାଇଁ ଜଣେ ଓଡିଆ ଲେଖକଙ୍କ ମୃତ୍ୟୁ ବେଳେ ଟା’ ସହ ମୋର ଦେଖା ହୋଇଥିଲା ।

ସେଠି ମୁଁ ତାକୁ ଗାଳି ଦେବାରୁ ସେ ମୋତେ କହିଲା, ତୋର ଆଉ କିଛି ନାହିଁ ଖାଲି କେତେବେଳେ ମଦ ଖାଇଲି ଗୁଟଖା ଖାଇଲି ଏଇଆ ଦେଖ । ଏହାର ଉତ୍ତରରେ ନମ୍ରତା ତାଙ୍କୁ କହିଥିଲେ, ହଉ ନ ଶୁଣୁ ସମୟ ଆସିଲେ ଆପେ ବୁଝିବୁ । ହେଲେ ସେ ଏତେ ଶୀଘ୍ର ବୁଝିଯିବ ବୋଲି ମୁଁ ଭାବି ନଥିଲି । ଏତିକି କହିବା ବେଳେ ନମ୍ରତାଙ୍କ ଆଖି ଛଳଛଳ ହୋଇ ଯାଇଥିଲା ।

ପିଣ୍ଟୁ ନନ୍ଦ ସବୁବେଳେ ସମସ୍ତଙ୍କ କଥାକୁ ଥଟ୍ଟାମଜାରେ ନେଇଯାନ୍ତି ବୋଲି ମଧ୍ୟ ସେ କହିଛନ୍ତି । ଏବେ ତ ଆଉ ପିଣ୍ଟୁ ନାହିଁ ତେଣୁ ସେ କଣ ବଦମାସୀ କରୁଥିଲା ସେଗୁଡା ଆଉ ଦେଖିବା ଠିକ ନୁହେଁ । ସେ ବହୁତ ଭଲ ମଣିଷ ଥିଲା ଓ ଖୁବ ଭଲ କଳାକାର ଥିଲା । ସେ ମିହିର ଦାସଙ୍କ ଭଳି ସିନିୟର କଳାକାରଙ୍କ ଅଭିନୟକୁ ଏକଦମ ଟିକିନିଖି କରି ଦେଖେ ଓ ତାକୁ ଦେଖି ବହୁତ ଖୁସି ଲାଗେ କି ଏତେ ଭଲ କଳାକାର ଆମ ଇଣ୍ଡଷ୍ଟ୍ରିରେ ଅଛି ।

ହେଲେ ସେ ହଠାତ ଏମିତି ଚାଲିଯିବ ବୋଲି ଆମେ କେବେବି ଆଶା କରି ନଥିଲୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।