ଥାଇରଏଡ ପ୍ରକୃତରେ ଏକ ରୋଗ ନୁହେଁ ? ତେବେ ଏହା କଣ ଓ ଏହି ରୋଗର ଲକ୍ଷଣ ସବୁ କଣ ? କେମିତି କରିବେ ଥାଇରଏଡ ର ଚିକିତ୍ସା ?

ଆଜିକାଲି ଅଧିକାଂଶ ମହିଳା ଥାଇରଏଡ ରୋଗରେ ପୀଡିତ ହେଉଥିବା ଦେଖିବାକୁ ମିଳୁଛି । ଥାଇରଏଡ ଏଭଳି ଏକ ରୋଗ ଯାହା ଆହୁରି ଅନେକ ରୋଗକୁ ଡାକି ଆଣେ । ଏହି ରୋଗ ହେଲେ ଓଜନ ବଢିବ ସହ ଶରୀରରେ ଆହୁରି ଅନେକ ସମସ୍ଯା ଦେଖା ଦେଇଥାଏ । ତେବେ ଏହି ରୋଗ ପ୍ରକୃତରେ କଣ ? ଏହାର ଲକ୍ଷଣ କଣ ଏବଂ ଏହାର ଚିକିତ୍ସା କରା ଯାଇପାରିବ ତାହା ଆଜି ଆମେ ଜାଣିବା । କାରଣ ରୋଗକୁ ଦମନ କରିବାକୁ ହେଲେ ଏହା ବିଷୟରେ ଜାଣିବା ନିହାତି ଆବଶ୍ୟକ ଅଟେ ।

ତେବେ ଆପଣଙ୍କୁ କହିରଖୁଛୁ ଯେ, ଆମ ଶରୀରରେ ଅନେକ ପ୍ରକାରର ଗ୍ରନ୍ଥି ସବୁ ସବୁ ରହିଛି । ଆମ ଶରୀରର ବିଭିନ୍ନ ଗ୍ରନ୍ଥି ଭିନ୍ନ ଭିନ୍ନ ହରମୋନ କ୍ଷରଣ କରନ୍ତି । ଆଉ ସେହି ହରମୋନ ଆମ ଶରୀର ପାଇଁ ଆବଶ୍ୟକ ହୋଇଥାଏ ଏବଂ ଶରୀରର ଅନେକ କାର୍ଯ୍ୟରେ ସାହାଯ୍ୟ କରିଥାଏ । କିନ୍ତୁ ଏହି ଗ୍ରନ୍ଥି ଗୁଡିକରୁ ଝରୁଥିବା ହରମୋନ ଆବଶ୍ୟକ ଠାରୁ ଅଧିକ କିମ୍ବା କମ୍ କ୍ଷରଣ ହେଲେ ଏହା ଆମ ଶରୀର ପାଇଁ ବିପଦ ସୃଷ୍ଟି କରିଥାଏ ।

ଅର୍ଥାତ ଏହା ଧୀରେ ଧୀରେ ବିଭିନ୍ନ ସାଂଘାତିକ ରୋଗକୁ ଡାକି ଆଣେ । ହରମୋନ କ୍ଷରଣରେ ଅସୁବିଧା ହେଲେ ଶରୀରର ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ତେବେ ଠାରଏଡ କୌଣସି ରୋଗ ନୁହେଁ ବରଂ ଏହା ଏକ ଗ୍ରନ୍ଥି ଅଟେ । ଏହି ଗ୍ରନ୍ଥି ଆମ ବେକର ସମୁଖ ଭାଗରେ ରହିଥାଏ । ଏହି ଗ୍ରନ୍ଥି ଆମ ଶରୀରରେ ଥିବା ଅନ୍ୟ ଗ୍ରନ୍ଥି ଗୁଡିକୁ ନିୟନ୍ତ୍ରଣରେ ରଖିଥାଏ ବୋଲି କୁହାଯାଏ ।

ତେବେ ଆପଣଙ୍କର ଯଦି ଏହି ଗ୍ରନ୍ଥିରେ ସମସ୍ଯା ଦେଖା ଦେଉଛି ତେବେ କିପରି ଜାଣିବେ ? ଅର୍ଥାତ ଥାଇରଏଡ ରୋଗର ମୁଖ୍ୟ 5ଟି ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା । ଥାଇରଏଡ ରୋଗ ହେବାର ପ୍ରଥମ ଲକ୍ଷଣ ହେଉଛି ଆମ ଶରୀରର ଓଜନ ଅସାଧାରଣ ଭାବେ ବୃଦ୍ଧି ପାଇବା କିମ୍ବା ହଠାତ ଶରୀରର ଓଜନ ହ୍ରାସ ପାଇବା । ଯଦି ଆପଣଙ୍କ ଓଜନ ଖୁବ ଶୀଘ୍ର ବୃଦ୍ଧି ପାଉଛି କିମ୍ବା ହଠାତ ଆପଣଙ୍କ ଓଜନ କମିଯାଉଛି ତେବେ ଏହା ଥାଇରଏଡ ରୋଗର ଲକ୍ଷଣ ହୋଇପାରେ ।

ତେବେ ଏଥିପାଇଁ ବ୍ୟସ୍ତ ହେବବା ଆବଶ୍ୟକ ନାହିଁ । ଆପଣ ରକ୍ତ ପରୀକ୍ଷା ଦ୍ଵାରା ଆପଣଙ୍କ ଥାଇରଏଡ ମାତ୍ର କମ୍ କି ବେଶୀ ଅଛି ଜାଣିପାରିବେ । ଥାଇରଏଡ ର ଆଉ ଏକ ଲକ୍ଷଣ ହେଉଛି ମୁଣ୍ଡରୁ କେଶ ଝଡିବା । ଥାଇରଏଡ ଆଶିକ ବଧିଗଲେ ଚୁଟି ଉପୁଡି ଖୁବ କମ୍ ଦିନରେ ମୁଣ୍ଡ ଚଣ୍ଡା ହୋଇଯାଏ ।

ଥାଇରଏଡ ର ମାତ୍ର କମ୍ ବେଶୀ ହେଲେ ଅଧିକ ଝାଡା ହୁଏ କିମ୍ବା କବଜ ବା କୋଷ୍ଠକାଠିନ୍ୟ ସମସ୍ଯା ଦେଖାଦିଏ । ଏହାସହ ଚିଡିଚିଡାପଣ ଦେଖାଦିଏ ଓ କୌଣସି କାର୍ଯ୍ୟରେ ମନ ଲାଗେନାହିଁ । ଥାଇରଏଡ ବଧିଗଲେ ରାତିରେ ଭଲ ନିଦ ମଧ୍ୟ ଆସେନି । ଏହାସହ ହାଡଗଣ୍ଠି ଦରଜ ହେବା ମଧ୍ୟ ଥାଇରଏଡ ର ଆଉ ଏକ ଲକ୍ଷଣ । ଏହି ରୋଗ ଥିଲେ ବେକ, କାନ୍ଧ ଓ ଆଣ୍ଠୁ ଯନ୍ତ୍ରଣା ହୁଏ ଓ ସମସ୍ତ ମାଂସପେଶୀ ଟାଇଟ ହୋଇଯିବା ଭଳି ଲାଗେ ।

ଯଦି ଆପଣଙ୍କ ଠାରେ ଏହିସବୁ ଲକ୍ଷଣ ଦେଖାଯାଉଛି ତେବେ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।