ଭାଇ ନାହାନ୍ତି ଆଉ ସତ କାଇଁ ଲୁଚେଇବି, ଭାଉଜ ସେତେବେଳେ ତ ଆସିଲେନି ଏବେ ଆଉ କାଇଁ ଆସିବେ, ଏମିତି କାହିଁକି କହିଲେ Pintu Nanda ଙ୍କ ବନ୍ଧୁ ? ଦେଖନ୍ତୁ video

ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁ ଖବର ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥି ପାଇଁ ପିଣ୍ଟୁ ନନ୍ଦଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଏବଂ ସମଗ୍ର ଓଲିଉଡ ଇଣ୍ଡଷ୍ଟ୍ରି ଦୁଃଖର ସାଗରରେ ଡୁବି ଯାଇଛି । ମାତ୍ର 47 ବର୍ଷ ବୟସରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଏତେ ଦକ୍ଷ କଳାକାର ଦୁନିଆ ଛାଡି ଚାଲିଯିବା ସମସ୍ତଙ୍କୁ ମ୍ରିୟମାଣ କରିଦେଇଛି । ତେବେ ପିଣ୍ଟୁ ନନ୍ଦ ହସ୍ପିଟାଲରେ ଚିକିତ୍ସିତ ହେବା ଦିନ ଠାରୁ ତାଙ୍କ ସ୍ତ୍ରୀ କେବେ ସାମ୍ନାକୁ ଆସିବା ଦେଖିବାକୁ ମିଳିନାହିଁ ।

ଏପରିକି ପିଣ୍ଟୁ ତାଙ୍କ ସ୍ତ୍ରୀ’ଙ୍କ ଠାରୁ ଅଲଗା ହୋଇ ଯାଇଥିବା କଥା ମଧ୍ୟ ଶୁଣିବାକୁ ମିଳୁଥିଲା । ତେବେ ପିଣ୍ଟୁ ନନ୍ଦଙ୍କ ବୈବାହିକ ଜୀବନରେ ସବୁକିଛି ଠିକ ନଥିଲା ବୋଲି ସ୍ପଷ୍ଟ କରିଛନ୍ତି ପିଣ୍ଟୁ ନନ୍ଦଙ୍କ ବନ୍ଧୁ ଛତୁଆ ଓରଫ ବିକାଶ । ପିଣ୍ଟୁ ନନ୍ଦ ଗତ ବୁଧବାର ଦିନ ରାତି 11ଟା 25 ମିନିଟ ସମୟରେ ପ୍ରାଣ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଗତକାଲି ତାଙ୍କ ମରଶରୀରକୁ ଓଡିଶା ଅଣାଯାଇଛି ।

ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ଶବ ସଂସ୍କାର କରାଯିବ । ତେବେ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ଶେଷଥର ପାଇଁ ପିଣ୍ଟୁଙ୍କୁ ଦେଖିବାକୁ ଆସିବେ କି ନାହିଁ ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି । ଏନେଇ ଛତୁଆ କହିଛନ୍ତି କି, ଏବେ ତ ଆଉ ପିଣ୍ଟୁ ଭାଇ ନାହାନ୍ତି ତେଣୁ କାହିଁକି କଥା ଲୁଚେଇବି । ସତ ଏଇଆ ହେଉଛି ଯେ ପିଣ୍ଟୁ ଭାଇ ଓ ଭାଉଜ ଅଲଗା ହୋଇ ଯାଇଛନ୍ତି ।

ପିଣ୍ଟୁ ଭାଇ ଭାଉଜଙ୍କୁ ବହୁତ ଭଲ ପାଆନ୍ତି ଏବଂ ଭାଉଜ ବି ପିଣ୍ଟୁ ଭାଇଙ୍କୁ ବହୁତ ଭଲ ପାଉଥିଲେ । ହେଲେ ଗତ ଏକ ବର୍ଷରୁ ଦେଢ ବର୍ଷରୁ ମଧ୍ୟରେ ଏମିତି କଣ ହେଲା ଯେ ସେମାନେ ଅଲଗା ରହୁଛନ୍ତି ତାହା ମୁଁ ଭଲରେ କହି ପାରିବିନି । ବଞ୍ଚିଥିଲା ବେଳେ ତ ଭାଉଜ ପିଣ୍ଟୁ ଭାଇଙ୍କ ପାଖକୁ ଆସିଲେନି । ଆଉ ଏବେ ଡିଭୋର୍ସ ପରେ ଆଉ କଣ ସ୍ଵାମୀ । ଭାଉଜ ଏବେ ଆଉ ଆସିବେନି ବୋଲି କହିଛନ୍ତି ଛତୁଆ । ପିଣ୍ଟୁଙ୍କ ବିଷୟରେ କହିବା ବେଳେ ଛତୁଆଙ୍କ ଆଖି ଛଳଚ୍ଛଳ ହୋଇ ଯାଉଥିଲା ।

ତେବେ ପିଣ୍ଟୁ ନନ୍ଦ ଓ ତାଙ୍କ ପତ୍ନୀ ପ୍ରତିଭା ନନ୍ଦ ପ୍ରେମ ବିବାହ କରିଥିଲେ ଓ ସେମାନଙ୍କ ଔରସରୁ ଦୁଇ ପୁଅ ମଧ୍ୟ ଜନ୍ମ ନେଇଛନ୍ତି । ତେବେ ଦେଖାଯାଉ ଦୁଇ ପୁଅଙ୍କୁ ନେଇ ପିଣ୍ଟୁଙ୍କ ପତ୍ନୀ ଶେଷ ଦର୍ଶନ କରିବାକୁ ଆସୁଛନ୍ତି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।