ଗୋଟିଏ ଚାମଚର ପରୀକ୍ଷା କହିବ କି ଆପଣ କେତେ ସୁସ୍ଥ ଅଛନ୍ତି, ଘରେ ଏହାକୁ କରି ଜାଣି ପାରିବେ ନିଜର ରୋଗ ବିଷୟରେ !

ବର୍ତ୍ତମାନ ସମୟରେ ଲୋକମାନଙ୍କର ଜୀବନ ଏତେ ବ୍ୟସ୍ତତାପୂର୍ଣ ହୋଇଗଲାଣି କି ସେମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଆଜିକାଲି ଲାଇଫ ଷ୍ଟାଇଲ ଏବଂ ଦିନଚର୍ଯ୍ୟା ଲୋକମାନଙ୍କ ପାଇଁ ବହୁତ ହାନିକାରକ ହୋଇଥାଏ । କିନ୍ତୁ ଆପଣମାନେ ଜାଣି ନାହାନ୍ତି କି ଆପଣଙ୍କ ଶରୀର ଆପଣଙ୍କୁ ଶରୀରର ଠିକ ହେବା କିମ୍ବା ନହେବାର ସଂକେତ ଦେଇଥାଏ । କିନ୍ତୁ ଆମେ ସେ ଗୁଡିକ ବୁଝିପାରୁ ନାହୁଁ ।

ଆଜି ଆମେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟକୁ ଚେକ କରିବା ପାଇଁ ଏକ ଚାମଚର ପରୀକ୍ଷା ବିଷୟରେ କହିବାକୁ ଯାଉଛୁ । ଏହି ଟେଷ୍ଟ ଦ୍ଵାରା ଆପଣ ଜାଣି ପାରିବେ ଆପଣଙ୍କୁ କଣ ସବୁ ରୋଗ ହୋଇଛି କିମ୍ବା ହୋଇ ନାହିଁ ।

ୟୂନିବର୍ସିଟୀ ଅଫ ଟୋରୋନ୍ଟୋର ଅସିସ୍ଟେଂଟ ପ୍ରୋଫେସର ଏବଂ ବ୍ରଡକାସ୍ଟ ମେଡିକଲ ଜର୍ନଲିସ୍ଟ ଡା. ଜୋଲୀନ ହୂବର ଏହି ଚାମଚ ପରୀକ୍ଷାର ରିସର୍ଚ କରିଛନ୍ତି । ତାଙ୍କର ଏହି ରିସର୍ଚ ବର୍ତ୍ତମାନ ବହୁତ ପ୍ରଚିଳିତ ହୋଇ ସାରିଛି ।

ଏମିତି କରନ୍ତୁ ଚାମଚ ପରୀକ୍ଷା

·    କହିଦେଉଛୁ ଯେ ଏହି ପରୀକ୍ଷାକୁ ସକାଳୁ ଉଠି ଖାଲି ପେଟରେ କରିବା ଉଚିତ । ଆପଣ ପାଣି ବି ପିଇ ପାରିବେ ନାହିଁ ।

·    ଏହା ପରେ ଏକ ସଫା ଚାମଚ ନିଅନ୍ତୁ ଏବଂ ତାହାକୁ ନିଜ ଜିଭ ଉପରେ ରଗଡନ୍ତୁ ।

·    ଏହାକୁ ସେତେ ପର୍ଯ୍ୟନ୍ତ କରନ୍ତୁ ଯେତେ ପର୍ଯ୍ୟନ୍ତ ଏଥିରେ ଲାଲ ନ ଲାଗି ଯାଇଛି ।

·    ଏହି ଚାମଚକୁ କୌଣସି ପଲିଥିନ କିମ୍ବା ପ୍ୟାକେଟରେ ବାନ୍ଧି ଦିଅନ୍ତୁ ।

·    ଏହି ଚାମଚକୁ କୌଣସି ସୂର୍ଯ୍ୟ କିମ୍ବା ଅଧିକ ଆଲୋକ ସାମାନାରେ ରଖି ଦିଅନ୍ତୁ ।

·    ଗୋଟିଏ ମିନିଟ ପରେ ଏହାକୁ ଚେକ କରନ୍ତୁ । ଧ୍ୟାନ ରଖିବେ ଏହି ଚାମଚକୁ ଧରିବେ ନାହିଁ ।

ଯଦି ଆପଣଙ୍କର ଚାମଚରୁ କେଉଁ ପ୍ରକାରର ଗନ୍ଧ ଆସୁ ନାହିଁ ଏବଂ ଚାମଚ ଉପରେ କୌଣସି ପ୍ରକାରର ଦାଗ ନାହିଁ ତେବେ ଜାଣି ନେବେ କି ଆପଣ ପୁରା ପୁରୀ ସୁସ୍ଥ ଅଛନ୍ତି ।

କିନ୍ତୁ ଯଦି ଆପଣଙ୍କର ଚାମଚରୁ ଗନ୍ଧ ଆସୁଥିବ କିମ୍ବା ତାହା ଉପରେ କିଛି ଦାଗ ଅଛି ତେବେ ଆପଣ କୌଣସି ରୋଗ ଦ୍ଵାରା ପୀଡିତ ଅଛନ୍ତି ।

·    ଯଦି ଏଥିରେ ମିଠାର ଗନ୍ଧ ଆସୁଥାଏ ତେବେ ଆପଣଙ୍କୁ ଡାୟବିଟୀଜର ସମସ୍ୟା ହୋଇ ପାରେ ।

·    ଏଥିରୁ ଯଦି ଅଲଗା ଦୁର୍ଗନ୍ଧ ଆସିଥାଏ ତେବେ ଆପଣଙ୍କୁ ଫୁସଫୁସ ସବନ୍ଧିତ ସମସ୍ୟା ହୋଇପାରେ ।

·    ଯଦି ଆପଣଙ୍କୁ ହଳଦିଆ ରଙ୍ଗର ସ୍ତର ଦେଖା ଯାଏ ତେବେ ଏହା ଥାଇରେଡର ସଂକେତ ଦେଇଥାଏ ।

·    ଆପଣଙ୍କୁ ଧଳା ରଙ୍ଗର ସ୍ତର ଦେଖାଯାଏ ତେବେ ଆପଣଙ୍କର ଶରୀରରରେ ଇନ୍ଫେକ୍ଶନ ହୋଇପାରେ ।

·    ନାରଙ୍ଗି ରଙ୍ଗର ସ୍ତର ଦେଖାଗଲେ ତେବେ ଏହା କିଡନୀ ସବନ୍ଧିତ ରୋଗର ସଂକେତ ଦେଇଥାଏ ।

·    ଯଦି ଚାମଚରେ ବାଇଗେଣୀ ରଙ୍ଗର ସ୍ତର ଦେଖାଯାଏ ତେବେ ଏହା ଖରାପ ବ୍ଲଡ ସର୍କୁଲେଶନ ହାଈ କୋଲେସ୍ଟ୍ରୋଲ ଲେବୁଲର ସଂକେତ ଦେଇଥାଏ ।