ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଅଧରାତିରେ ଚାଲି ଚାଲି କନ୍ୟାଘରକୁ ଗଲା ବର ! ହେଲେ ଆନ୍ଦୋଳନ ହଟିଲେ ଝିଅ ବିଦା ହେବ ବୋଲି ସମସ୍ତେ ଅପେକ୍ଷା କରିଛନ୍ତି, ଦେଖନ୍ତୁ video

ଅନ୍ଧାର ରାତିରେ ଧଳା ଧୋତି ଗାମୁଛା ପିନ୍ଧି ହାତରେ ବାଡି ରାସ୍ତାରେ ଚାଲି ଚାଲି ଯାଉଛନ୍ତି । ଏହି ଦୃଶ୍ୟ ଦେଖିଲେ ଆପଣଙ୍କୁ କିଛି ଅଲଗା ଲାଗୁଥାଇ ପାରେ । ହେଲେ ଏହା ପଛର ସତ୍ୟତା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏମାନେ କୌଣସି ଶ୍ମଶାନକୁ ଯାଉନାହାନ୍ତି ବରଂ ହେଉଛନ୍ତି ବରଯାତ୍ରୀ । ଡ୍ରାଇଭର ଆନ୍ଦୋଳନ ଜାରି ରହିଥିବାରୁ ବରଯାତ୍ରୀ ଯିବା ପାଇଁ ଗାଡି ମିଳିଲାନି । ଅନ୍ୟପଟେ ଶୁଭ ମୂହୁର୍ତ୍ତ ଗଡି ଚାଲିଥାଏ । ତେଣୁ କିଛି ଉପାୟ ନପାଇ ଶେଷରେ ଏମିତି କନ୍ୟାଘରକୁ ଚାଲି ଚାଲି ଗଲେ ବରଯାତ୍ରୀ ।

ଡ୍ରାଇଭର ମାନେ ନିଜ ଜିଦରେ ଅଟଳ ରହି ଷ୍ଟିୟରିଂ ଛାଡ ଆନ୍ଦୋଳନ କରୁଥିବା ବେଳେ ଶେଷରେ କିଛି ଉପାୟ ନପାଇ ବରଯାତ୍ରୀଙ୍କୁ 28 କିମି ଯାଏଁ ଚାଲି ଚାଲି ଯିବାକୁ ପଡିଲା । ରାୟଗଡାର ସୁନାଖଣ୍ଡି ପଞ୍ଚାୟତ ବର୍ଥେଗୁଡା ଗାଁରୁ ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ସୂଚନା ଅନୁସାରେ କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତ ପାର୍ତିଗୁଦାରୁ ଡିବାଲୁପାଡୁ ଗାଁରେ ଥିବା କନ୍ୟାଘରକୁ ବାହାରିଥିଲେ ବରଯାତ୍ରୀ ।

ହେଲେ ଗାଡିମଟର ବନ୍ଦ ଥିବାରୁ ବରଯାତ୍ରୀଙ୍କ ମୁଣ୍ଡରେ ଭାଳେଣି ପଡିଥିଲା । ରାତିରେ କନ୍ୟା ଘରକୁ ଯିବାକୁ କେମିତି ବନ୍ଦୋବସ୍ତ କରିବେ ସେନେଇ କିଛି ବୁଦ୍ଧି ବାଟ ଦିଶିଲାନି । ତେଣୁ ଶେଷରେ ଉପାୟଶୂନ୍ୟ ହୋଇ ବର ଘର ଅଧରାତିରେ ଚାଲି ଚାଲି ଯାଇ କନ୍ୟାଘରେ ପହଞ୍ଚିଥିଲେ । ଆଉ ସେଠାରେ ପହଞ୍ଚି ବର ଓ କନ୍ୟାଙ୍କର ହାତଗଣ୍ଠି ପଡିଲା । ଏବେ ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି ।

ତେବେ ଚାଲି ଚାଲି ଯାଇ ବାହାଘର ତ ହୋଇଗଲା ହେଲେ ଏବେ ଉଭୟ ବର ଘର ଓ କନ୍ୟା ଘର ଲୋକେ ଅପେକ୍ଷା କରି ରହିଛନ୍ତି ଆନ୍ଦୋଳନ ପ୍ରତ୍ୟାହାର ହେବାକୁ । କାରଣ ଡ୍ରାଇଭର ସଂଘ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଥିଲେ ମଧ୍ୟ ଏବେବି ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ସ୍ଵାଭାବିକ ହୋଇ ପାରିନାହିଁ । ତେଣୁ ଆନ୍ଦୋଳନ ହଟିଲେ କନ୍ୟାକୁ ଶାଶୁଘର ବିଦା କରିବା ପାଇଁ ଉଭୟପକ୍ଷ ଅପେକ୍ଷା କରି ରହିଛନ୍ତି ।

ଏଥିରୁ ଆପଣ ଅନୁମାନ କରି ପାରୁଥିବେ କି ଷ୍ଟିୟରିଂ ଛାଡ ଆନ୍ଦୋଲ୍ନ ଯୋଗୁଁ ମାତ୍ର ଦୁଇ ତିନିଦିନ ଭିତରେ ଜନ ସାଧାରଣ କେତେ ଅସୁବିଧାର ସମୁଖୀନ ହୋଇଛନ୍ତି । ସେ ଯାହା ବି ହେଉ ଏଭଳି ଏକ ନିଆରା ବାହାଘରକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।