ଚାଲାଖ ଓ ବୁଦ୍ଧିମାନ ହେବାର 14 ଟି ନିୟମ

“The 48 laws of power” ଜଣେ ଆମେରିକୀୟ ଲେଖକ ରୋବର୍ଟ ଗ୍ରିନଙ୍କ ପ୍ରଥମ ପୁସ୍ତକ, ଯାହା ୧୯୯୮ ମସିହାରେ ପ୍ରକାଶ ପାଇଥିଲା। ଏହି ପୁସ୍ତକଟି ପାଠକଙ୍କ ମଧ୍ୟରେ ଖୁବ୍ ପ୍ରସିଦ୍ଧ। ଲେଖକଙ୍କ ଅନୁଯାୟୀ ଜୀବନରେ ଯେକୌଣସି କ୍ଷେତ୍ରରେ ଶକ୍ତିଶାଳୀ ହେବା ନିମନ୍ତେ ଆମ ମଧ୍ୟରେ କିଛି ଗୁଣ ଥିବା ଆବଶ୍ୟକ। ଏହି ଗୁଣ ଗୁଡ଼ିକ ନିମ୍ନ ପ୍ରକାର ଅଟେ। ୧- ଦୃଶ୍ୟମାନତା ଠାରୁ ଦୂରେଇ ରୁହନ୍ତୁ;- କିଛି ଲୋକ ନିଜ ବିଷୟରେ ବହୁତ ଗପିବାକୁ ଭଲ ପାଆନ୍ତି।

ମନେ ରଖନ୍ତୁ ଆପଣ ନିଜ କାମ ବିଷୟରେ ଯେତେ ଆଲୋଚନା କରନ୍ତୁ ଲୋକ ସେତେ ଆପଣଙ୍କ ଯୋଗ୍ୟତା ବା ଉଦ୍ଦେଶ୍ୟ ଉପରେ ସନ୍ଦେହ କରନ୍ତି ଓ ଆପଣଙ୍କ ସହକର୍ମୀ ମଧ୍ୟ ଆପଣଙ୍କୁ ଈର୍ଷା କରନ୍ତି, ଆପଣଙ୍କ ପଛରେ ଆପଣଙ୍କୁ ନୀଚ କରିବାକୁ ପ୍ରୟାସ କରନ୍ତି। ସେଥିପାଇଁ ଦେଖାଇ ହେବାରୁ ସର୍ବଦା ଦୂରେଇ ରୁହନ୍ତୁ।

୨- ପ୍ରତିଭାଶାଳୀ ହୁଅନ୍ତୁ;- ଅଧିକ ପରିଶ୍ରମ କରୁଥିବା ବ୍ୟକ୍ତି ନ ହୋଇ କମ୍ ପରିଶ୍ରମରେ ପ୍ରଭାବଶାଳୀ କାର୍ଯ୍ୟ କରି ପାରୁଥିବା ବ୍ୟକ୍ତି ହୁଅନ୍ତୁ। ଯେପରି ଲୋକ ଆଶ୍ଚର୍ଯ୍ୟ ହେବେ ଆପଣ ଏତେ ବଡ କାମ ଏତେ ସହଜରେ କିପରି କରିଦେଲେ।

୩- ଚପଳତା କରନ୍ତୁ ନାହିଁ;- ଉଦାହରଣ ସ୍ୱରୂପ ଏହାର ଅର୍ଥ ହେଉଛି ନିଜ ଯୋଗଦାନକୁ କମ୍ ଗୁରୁତ୍ବ ଦିଅନ୍ତୁ ଯଦ୍ୱାରା ଆପଣଙ୍କ ଉଚାଦ୍ଧିକାରୀଙ୍କ ପଦ ଅଧିକ ଭଲ ଦେଖାଯିବ।

୪- ଲୋକଙ୍କ ଦୃଷ୍ଟିରେ ରହିବାକୁ ଚେଷ୍ଟା କରନ୍ତୁ;- ଯାହା ଦିଶେ ତାହା ହିଁ ବିକେ। ଯଦି ଆପଣ ନିଜ ଉଚାଦ୍ଧିକାରୀଙ୍କ ଦୃଷ୍ଟିରେ ରହୁ ନାହାନ୍ତି ତେବେ ଆପଣଙ୍କ ଉନ୍ନତିର ଯଥେଷ୍ଟ ସମ୍ଭାବନା ନାହିଁ। ସେଥିପାଇଁ ପ୍ରଥମେ ଦୃଷ୍ଟିରେ ଆସନ୍ତୁ ଏବଂ ପରେ ନିର୍ଦ୍ଧିଷ୍ଟ ସ୍ଥାନ ବନାନ୍ତୁ।

୫- ଲୋକଙ୍କ ମୁତାବକ ନିଜ ଷ୍ଟାଇଲ ଓ କଥାବାର୍ତ୍ତା ବଦଳାନ୍ତୁ;- ସମସ୍ତଙ୍କ ସହ ଏକ ସମାନ କଥାବାର୍ତ୍ତା ଓ ବ୍ୟବହାର କରିବା ଉଚିତ୍ ବୋଲି ଭାବିବା ଭୁଲ ଅଟେ। ଆପଣଙ୍କୁ ଲୋକଙ୍କ ମୁତାବକ କହିବା ଶିଖିବା ଉଚିତ୍ ଓ ନିଜ ଷ୍ଟାଇଲ ମଧ୍ୟ ବଦଳିବା ଉଚିତ୍।

୬- ଖରାପ ଖବର ଶୁଣାନ୍ତୁ ନାହିଁ;- ପୂର୍ବକାଳରେ ରାଜା ଖରାପ ବାର୍ତ୍ତା ଆଣୁଥିବା ବାର୍ତ୍ତାବାହକଙ୍କୁ ମାରି ଦେଉଥିଲେ। ସବୁବେଳେ ଚେଷ୍ଟା କରନ୍ତୁ ମିଛ କହିବାକୁ ପଡ଼ିଲେ ମଧ୍ୟ ଖରାପ ଖବର ଆପଣଙ୍କ ସହକର୍ମୀଙ୍କ ଦ୍ଵାରା ହିଁ ଶୁଣାନ୍ତୁ।

୭- ନିଜଠୁ ବଡ଼ ବ୍ୟକ୍ତିଙ୍କ ସିଧାସଳଖ ବଚସା କରନ୍ତୁ ନାହିଁ;- ଅନେକ ସମୟରେ ଆମଠୁ ବୟସରେ ବଡ଼ ବ୍ୟକ୍ତିଙ୍କୁ ତାଙ୍କ ଭୁଲ ଓ ଦୁର୍ବଳତା ଜଣାଇବା ଜରୁରୀ ହୋଇ ପଡେ। ଏପରି ପରିସ୍ଥିତିରେ ଚୁପ୍ ରହିବା ଠିକ୍ ଅଟେ। ନଚେତ୍ ଯେତେ ସମ୍ଭବ ନମ୍ର ଭାବେ ମଧ୍ୟ ବୁଝାଇ ଦେଇ ପାରିବେ।

୮- ଉଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କ ଠୁ ସାହାଯ୍ୟ ନେବାକୁ ସାବଧାନ ରୁହନ୍ତୁ;- ମାଲିକଙ୍କୁ ସବୁଠୁ ଖରାପ ଲାଗେ ଯଦି କାହାର ଅନୁରୋଧ ରକ୍ଷା ନ କରି ପାରନ୍ତି। ସେଥିପାଇଁ କେତେବେଳେ ସାହାଯ୍ୟ ନେବେ ଓ କେତେବେଳେ ନେବେ ନାହିଁ ଏହା ଜାଣି ରଖନ୍ତୁ।

୯- କାହାରି ମଜା ଉଡାନ୍ତୁ ନାହିଁ;- ହସ ମଜାରେ ମାହୋଲ୍ ହାଲୁକା ହୋଇଥାଏ। କିନ୍ତୁ କାହାର ଚେହେରା ଓ ପସନ୍ଦ ବିଷୟରେ ମଜା କରିବାରୁ ବଞ୍ଚିତ ରୁହନ୍ତୁ।

୧୦- ଚୁଗୁଲିଖୋର ହୁଅନ୍ତୁ ନାହିଁ;- ସର୍ବଦା ଅନ୍ୟର ଭଲ କାର୍ଯ୍ୟର ପ୍ରଶଂସା କରନ୍ତୁ। ଅନ୍ୟକୁ ଖରାପ କହିବା ଦ୍ଵାରା ସେଥିରେ ଆପଣ ମଧ୍ୟ ଅଂଶୀ ହେବେ।

୧୧- ଆତ୍ମନିରିକ୍ଷଣ କରନ୍ତୁ;- ସବୁବେଳେ ନିଜକୁ ଅନ୍ୟର ନଜରରେ ଦେଖିବାକୁ ଚେଷ୍ଟା କରନ୍ତୁ। ନିଜକୁ ନିରୀକ୍ଷଣ କରୁଥିଲେ ଭୁଲ କରିବାରୁ ଆପଣ ବଞ୍ଚିତ ରହିବେ।

୧୨- ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ;- ଜଣେ ଭଲ ଅଭିନେତା ପରି ଆପଣଙ୍କୁ ଠିକ୍ ସମୟରେ ହସିବା ଓ କାନ୍ଦିବା ଶିଖିବା ଉଚିତ୍। ନିଜ ଅସନ୍ତୁଷ୍ଟ ଭାବ ଓ କ୍ରୋଧକୁ ମଧ୍ୟ ଲୁଚାଇବା ଶିଖିବା ଉଚିତ୍।

୧୩- ସମୟ ସହ ତାଳ ଦେଇ ଚାଲନ୍ତୁ;- କେବଳ ଆପଣଙ୍କ ପୋଷାକ ନୁହେଁ ମାତ୍ର ଆପଣଙ୍କ ବିଚାର ମଧ୍ୟ ସମୟ ଅନୁସାରେ ଚାଲିବା ଉଚିତ୍।

୧୪- ସର୍ବଦା ଖୁସି ରୁହନ୍ତୁ;- ଆକର୍ଷଣ ଓ ଆନନ୍ଦ ଆଡ଼କୁ ଟାଣି ହୋଇ ଆସିବା ହେଉଛି ମନୁଷ୍ୟ ସ୍ଵଭାବ। ନିଜ ଅପ୍ରିୟ ଗୁଣକୁ ଲୁଚାଇ ସର୍ବଦା ଆନନ୍ଦର ସ୍ରୋତ ହୋଇ ରହିବାକୁ ଚେଷ୍ଟା କରନ୍ତୁ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।