ପ୍ରତିଦିନ ଖାଆନ୍ତୁ ଏହି 4 ଟି ଜିନିଷ, ମାତ୍ର 4 ଥର ଖାଇବା ପରେ ହାତ ଗୋଡ ବିନ୍ଧା, ରକ୍ତ ର ଅଭାବ, କମଜୋରି ସବୁ ଗାୟବ ହୋଇଯିବ- Health Tips

ବନ୍ଧୁଗଣ ନମସ୍କାର ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ। ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ। ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି। ଏବଂ ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ। କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ । ଏବଂ ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖରାପ ତେଲ ଥାଏ।

ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀଡ଼ିତ ହୋଇଥାଉ। ଏବଂ ଆମ ରକ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ। ଯାହା ଦ୍ୱାରା ଆମ ପାଚନ ନଳୀ ମଧ୍ୟ ଖରାପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ। ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ।

 

ଆପଣ ଦୁର୍ବଳ ହୋଇ ଯାଆନ୍ତି। ଏବଂ ସ୍ୱାସ୍ଥ୍ୟ ଖରାପ ହେଲେ ମାନସିକ ସ୍ଥିତି ମଧ୍ୟ ଖରାପ ହୋଇ ଯାଏ। କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ। ତେବେ ଏହି ରୋଗରୁ ମୁକ୍ତି ପାଇଁ ଆମେ ଅନେକ ଔଷଧ ଖାଇଥାଉ। ଅଧିକ ଔଷଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ।

ତେଣୁ ଚାଲନ୍ତୁ ଜାଣିନେବା କିପରି ଏହି ରୋଗରୁ ମୁକ୍ତି ପାଇଁ ଆମେ ଘରୋଇ ଉପଚାର ବ୍ୟବହାର କରି ପାରିବା। ଆମେ ଆମ ସ୍ୱାସ୍ଥ୍ୟ କୁ ଭଲ କରିବା ପାଇଁ ବାହାରୁ ଔଷଧ ନ ଆଣି ନିଜେ ଘରୋଇ ଉପଚାର ରେ ହିଁ ସ୍ୱାସ୍ଥ୍ୟ ହୋଇ ପାରିବା। ଏବଂ ଘରୋଇ ଉପଚାର ପାଇଁ ଯେଉଁ ସବୁ ସାମଗ୍ରୀ ଆବଶ୍ୟକ ତାହା ଘରେ ଅତି ସହଜରେ ମିଳିଯାଏ।

ଆମକୁ ପ୍ରତିଦିନ ଖଜୁରୀ ଖାଇବା ଆବଶ୍ୟକ। ଖଜୁରୀ ର ମଞ୍ଜି କୁ ବାହାର କରି ସେଥିରେ ଘର ପ୍ରସ୍ତୁତି ଲହୁଣୀ କୁ ଭର୍ତ୍ତି କରି ଖାଇବା ଉଚିତ। ପ୍ରତିଦିନ ଆଠ ରୁ ନଅ ଟି ଖଜୁରୀ ଖାଇ ଏକ ଗ୍ଲାସ କ୍ଷୀର ପିଇବା ଉଚିତ ଏହା ଦ୍ୱାରା ଆମ ଶରୀରରେ ରକ୍ତ ଶୁଦ୍ଧ ହୁଏ ଏବଂ ବୃଦ୍ଧି ମଧ୍ୟ ହୋଇଥାଏ। ସ୍ୱାସ୍ଥ୍ୟ କୁ ସଠିକ ଏବଂ ତେଜ ରଖିବା ପାଇଁ ଗାଜର ହାଲୁକା କିମ୍ବା ଗାଜର ର ରସ ବା ଜୁସ କୁ ସେବନ କରିବା ଉଚିତ ଏହା ଦ୍ୱାରା ଆମ ଶରୀରରେ ଦୁର୍ବଳତା କୁ କମାଇ ଥାଏ। ଏବଂ ରକ୍ତ ବଢ଼ାଇ ଥାଏ।

ଏବଂ ଶରୀର ଦୁର୍ବଳ କୁ ଦୂର କରିବା ପାଇଁ ଆମ୍ବ ଖାଇବା ଉଚିତ। ପ୍ରତିଦିନ ଏକ ମିଠା ଆମ୍ବ ଖାଇବା ଦ୍ୱାରା ଆମ ଶରୀର ଦୁର୍ବଳ ରୁହେ ନାହିଁ।ଏବଂ ଏହା ସହ ସୁଣ୍ଠି ପକାଇ କ୍ଷୀର ପିଇବା ଉଚିତ ଏହାକୁ ସେବନ କରିବା ଦ୍ୱାରା ଆମ ଶରୀର ରେ ବହୁତ ବଳ ମିଳିଥାଏ।ଏବଂ ଦୁର୍ବଳ ଲାଗେ ନାହିଁ। ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି କ୍ଷୀର। କ୍ଷୀରରେ ସବୁ ପ୍ରକାରର ଭିଟାମିନ ଏବଂ ପ୍ରୋଟିନ ମିଳିଥାଏ। ଯାହାକୁ ସେବନ କରିବା ଦ୍ୱାରା ଆମକୁ ଭରପୂର ବଳ ମିଳିଥାଏ।

ତେଣୁ ପ୍ରତିଦିନ ଆମକୁ ଏକ ରୁ ଦୁଇ ଗ୍ଲାସ କ୍ଷୀର ପିଇବା ଉଚିତ ଏବଂ ଆବଶ୍ୟକ।ଏବଂ କ୍ଷୀର ଦ୍ଵାରା ଆମ ହାଡ଼ ମଧ୍ୟ ଶକ୍ତ ହୁଏ। ଏବଂ ଶରୀର ରେ ଶକ୍ତି ଆଣିବା ପାଇଁ ଆମକୁ କଦଳୀ ମଧ୍ୟ ଖାଇବା ଆବଶ୍ୟକ।

ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ଆମକୁ ବଳ ମିଳିଥାଏ।ଓଜନ ବଢେଇବାର ଥିଲେ ନିୟମିତ ୪ତା କଦଳୀ ଖାଅନ୍ତୁ ଏବଂ ତା ସହ କ୍ଷୀର ମଧ୍ୟ ପାନ କରିବା ଉଚିତ। ଟମାଟୋ ର ସୁପ ପିଇବା ଉଚିତ ଏହା ଦ୍ୱାରା ଆମ ରକ୍ତ ବୃଦ୍ଧି ହୋଇଥାଏ। ଏହି ସବୁ ଘରୋଇ ଖାଦ୍ୟ ଖାଅନ୍ତୁ ଏବଂ ନିଜ ଶରୀର କୁ ସୁସ୍ଥ ରଖନ୍ତୁ। ହୋଟେଲରେ ମିଳୁଥିବା ମସଲା ଖାଦ୍ୟ ଖାଇ ରୋଗରେ ପଡ଼ନ୍ତୁ ନାହିଁ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।