Varsha ଚାବି ଫେରାଇବା ପରେ ସକାଳୁ ଯାଇ ନିଜ ପୈତୃକ ଘରେ ପହଞ୍ଚିଲେ Anubhav Mohanty, ଘରକୁ ବାରମ୍ବାର ପ୍ରଣାମ କରିବା ସହ ଭୋ ଭୋ ହୋଇ କାନ୍ଦିଲେ, ଦେଖନ୍ତୁ video

ଯେଉଁ ଘରେ ଅନୁଭବଙ୍କ ପିଲାଦିନ କଟିଛି ସେହି ପୈତୃକ ଘରେ ପ୍ରବେଶ କରିବାକୁ ଅନୁଭବଙ୍କୁ ବାରଣ କରା ଯାଇଥିଲା । ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଯାଇ ଅନୁଭବଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ସହ ଘର ଚାବି ମଧ୍ୟ ମିଳିଛି । କାମରୁ ଫୁରସତ ମିଳିବା ପରେ ପିଲାଦିନର ସବୁ ସ୍ମୃତିକୁ ସାଉଁଟି ରଖିଥିବା ସେହି ଘରକୁ ପ୍ରବେଶ କରିଛନ୍ତି ଅନୁଭବ । ଘରର ତାଲା ଖୋଲୁ ଖୋଲୁ ସେ ବେଶ ଭାବବିହ୍ଵଳ ହୋଇ ପଡିଥିଲେ ।

ଦୁଆରବନ୍ଧ ମାଟି ନେଇ ମୁଣ୍ଡରେ ମାରିବା ସହ ମୁଖ୍ୟଦ୍ଵାରର ଉଭୟ ଡାହାଣ ଓ ବାମ ଦୁଆରବନ୍ଧକୁ ଛୁଇଁ ପ୍ରଣାମ କରିଛନ୍ତି । ଅନୁଭବଙ୍କ ଆଖି କହି ଦେଉଛି କି ସେହି ଘର ପ୍ରତି ତାଙ୍କର କେତେ ପ୍ରେମ ରହିଛି ଓ କେତେ ସ୍ମୃତି ସେହି ଘରେ ରହିଛି । ସେହି ଘରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଏକାକୀ ରହୁଥିଲେ । ପାରିବାରିକ ବିବାଦ ଯୋଗୁଁ ଅନୁଭବ ଗତ ଦୁଇ ବର୍ଷ ହେବ ପରିବାର ସହ ଭଡାଘରେ ଯାଇ ରହୁଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ଷା ଘର ଛାଡିବା ସହ ଚାବି ଫେରାଇଥିଲେ ।

ଆଉ ଚାବି ପାଇବା ପରେ କାମ ସାରି ଅନୁଭବ ପାହାନ୍ତାରୁ ସେହି ଘରକୁ ଯାଇଛନ୍ତି । ଯାହାର ଏକ ଭିଜୁଆଲ ଦେଖିବାକୁ ମିଳୁଛି । ଘରେ ପ୍ରବେଶ କରିବା ପରେ ଅନୁଭବ ବେଶ ଭାବବିହ୍ଵଳ ହୋଇ ପଡିଛନ୍ତି । କୋହ ସମ୍ଭାଳିବା ଏତେ କଷ୍ଟ ଥିଲା ଯେ ସେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ଅମାନିଆ ଲୁହ ସବୁ ଆଖି ବନ୍ଧ ଡେଇଁ ଗଡି ଆସିଥିଲେ ।

ଆଉ ଏସବୁ କ୍ୟାମେରା ଆଗରେ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ସବୁକିଛି ସଫା ସଫା ବାରି ହୋଇପଡୁଛି । ଗତ ନଭେମ୍ବର 2 ତାରିଖ ସୁଦ୍ଧା ଅନୁଭବଙ୍କ ଘରର ଚାବି ଫେରାଇବାକୁ ହାଇକୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ଷା ଚାବି ନେଇ କୋର୍ଟରେ ଜମା କରିଥିଲେ । ଆଉ କୋର୍ଟରୁ ନିଜ ଘର ଚାବି ପାଇବା ପରେ ଶୁଟିଙ୍ଗ ସେଟରୁ ଫେରି ସିଧା ନିଜ ଘରକୁ ଆସିଥିଲେ ଅନୁଭବ ।

ଅନୁଭବଙ୍କ ଭାବବେଗ ଦେଖି ପାଖରେ ଥିବା ତାଙ୍କ ସହକର୍ମୀ ମାନେ ମଧ୍ୟ ଭାବୁକ ହୋଇ ଯାଇଥିଲେ । ଜଣେ ସାଂସଦ ଓ ସୁପରଷ୍ଟାରଙ୍କ ହୃଦୟ ଯେ ଏତେ କୋମଳ ହୋଇପାରେ ଏହି ଦୃଶ୍ୟ ଦେଖିବା ପରେ ଆପଣ ବି ବାରି ପାରୁଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।