ଚା ବିକ୍ରେତାଙ୍କ ଝିଅ ଉଡାଇବେ ଫାଇଟର ପ୍ଳେନ, ସିଏମ ଜଣାଇଲେ ଅଭିନନ୍ଦନ

କୁହାଯାଏ କି ଚେଷ୍ଟା କରୁଥିବା ଲୋକର କେବେ ହାର ହୋଇ ନଥାଏ, ସେମାନେ ନିଜର ଲକ୍ଷକୁ ହାସଲ କରିବା ପାଇଁ ଆଜି ନହେଲେ କାଲି ନିହାତି ହାସଲ କରିଥାନ୍ତି । ମଧ୍ୟପ୍ରଦେଶର ନିମଚରେ ଚା ବିକୁଥିବା ସୁରେଶ ଗଙ୍ଗବାଲଙ୍କ ଝିଅ ଆଞ୍ଚଲ ଗାଙ୍ଗବାଲ ଇତିହାସ ରଚାଇଛନ୍ତି । ଆଞ୍ଚଲ କେବଳ ନିଜର ପଢା, ପରିଶ୍ରମ ଏବଂ ଲଗାତାର ଚେଷ୍ଟା ବଳରେ ବାୟୁସେନା ପର୍ଯ୍ୟନ୍ତ ଯାତ୍ରା ପୁରା କରି ନେଇଛନ୍ତି । ଆଞ୍ଚଲ ବାୟୁସେନାରେ ଯୁଦ୍ଧ ବିମାନ ଉଡାଇବେ । ଆଞ୍ଚଲଙ୍କର ଏହି ବଡ ସଫଳତାରେ ସୁବେର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ପ୍ରଭାବିତ ହୋଇଛନ୍ତି ଏବଂ ସେ ଟୁଇଟ କରି ଆଞ୍ଚଲଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ସିଏମ ଶିବରାଜ ସିଂହ ଚୌହାନ ଦେଲେ ଅଭିନନ୍ଦନ

ସିଏମ ଶିବରାଜ ନିଜର ଟୁଇଟରେ ଲେଖିଛନ୍ତି ନୀଚମରେ ଚା ଦୋକାନ କରିଥିବା ସୁରେଶ ଗଙ୍ଗବାଲଙ୍କ ଝିଅ ଆଞ୍ଚଲ ବର୍ତ୍ତମାନ ବାୟୁସେନାରେ ଯୁଦ୍ଧ ବିମାନ ଉଡାଇବେ । ମଧ୍ୟପ୍ରଦେଶକୁ ଗର୍ବିତ କରିଥିବା ଝିଅ ଆଞ୍ଚଲ ବର୍ତ୍ତମାନ ଦେଶର ଗୌରବ ଏବଂ ସଂମ୍ମାନର ରକ୍ଷା ପାଇଁ ଅସିମ ଆକାଶର ଉଚ୍ଚତାରେ ଉଡିବେ । ଝିଅଟିକୁ ଅଭିନନ୍ଦନ, ଆଶୀର୍ବାଦ ଏବଂ ଶୁଭେଛା ।

ଏହା ପୂର୍ବରୁ ସିଏମ ଶିବରାଜ ଆଞ୍ଚଲଙ୍କୁ ତାଙ୍କ ସଫଳତା ପାଇଁ ଏକ କବିତା ମାଧ୍ୟମରେ ତାଙ୍କର ସାହସ ବଢାଇ ତାଙ୍କୁ ଶୁଭକାମନା ଦେଇଛନ୍ତି । ସିଏମ ଲେଖିଛନ୍ତି ପୃଥିବୀ ଉଜ୍ଵଳ ଥିଲା ତୁମ ସହିତ, ବର୍ତ୍ତମାନ ଆକାଶ ମଧ୍ୟ ଉଜ୍ଵଳ ହେବ । ଅନ୍ଧାରକୁ କାଟି ଏକ ଝିଅ ଆଞ୍ଚଲ ଉତିହାସ ରଚିଛନ୍ତି ଏମିତି ହିଁ ଝିଅମାନେ ଆଗକୁ ବଢୁଛନ୍ତି, ଏହା ତ ଆମ ସମସ୍ତଙ୍କ ପାଇଁ ଗୌରବ ଏବଂ ଗର୍ବ ମଧ୍ୟ ଅଟେ । ଆଞ୍ଚଲଙ୍କୁ ସ୍ନେହ ଏବଂ ଆଶୀର୍ବାଦ ସହିତ ତାଙ୍କ ବାପା ମାଆଙ୍କୁ ବହୁତ ଅଭିନନ୍ଦନ ।

ଗୌରବର କଥା ଏହା କି ମଧ୍ୟପ୍ରଦେଶର ନିମଚେ ଜିଲ୍ଲାର ଜଣେ ଚା ବିକୁ ଥିବା ବ୍ୟକ୍ତିଙ୍କ ୨୪ବର୍ଷର ଝିଅ ଆଞ୍ଚଲ ଗଙ୍ଗବାଲ ବାୟୁସେନାରେ ଫ୍ଲାଇଙ୍ଗ ବ୍ରାଞ୍ଚରେ ଚୟନ ହୋଇଛନ୍ତି ବର୍ତ୍ତମାନ ଆଞ୍ଚଲ ବାୟୁସେନାର ଯୁଦ୍ଧ ବିମାନ ଉଡାଇବେ ।

ଆଞ୍ଚଲ କହିଛନ୍ତି ସଫଳତାର ୨ଟି ସୂତ୍ର

ଏହି ସଫଳତା ଉପରେ ଆଞ୍ଚଲ କହିଛନ୍ତି କି ମୁଁ ୫ଥର ଏହି ପରୀକ୍ଷାରେ ଫେଲ ହୋଇଛି କିନ୍ତୁ ମୁଁ ହାର ମାନି ନାହିଁ । ଶେଷରେ ମତେ ଷଷ୍ଠ ପରୀକ୍ଷାରେ ସଫଳତା ମିଳିଲା । ଆଞ୍ଚଲ କହିଛନ୍ତି କି କେବେ ହେଲେ ଜୀବନରେ ହାରିଯିବା ଉଚିତ ନୁହେଁ । ସବୁବେଳେ ଚେଷ୍ଟା କରିବା ଦରକାର କାରଣ ଚେଷ୍ଟା କରୁଥିବା ଲୋକଙ୍କୁ ସଫଳତା କେବେ ହେଲେ ବି ମିଳିପାରେ । ସେ କହିଛନ୍ତି କି ସଫଳତା କେବଳ ପରିଶ୍ରମ ଏବଂ ଦୃଢତା ଦ୍ଵାରା ହିଁ ମିଳିଥାଏ, ଯଦି ଏହି ୨ଟି ଭିତରୁ ଗୋଟିଏ ବି ଜିନିଷ ବାକି ରାହିଯାଇ ଥାଏ ତାହେଲେ ସଫଳତା ମିଳିନଥାଏ । ସବୁ ପ୍ରକାର ପ୍ରତିଯୋଗୀ ପରୀକ୍ଷା ପାଇଁ ଏହି ଦୁଇଟି ଜିନିଷ ନିହାତି ଦରକାର ।

ଆଞ୍ଚଲ କହିଛନ୍ତି କି ଯେତେବେଳେ ୨୦୧୩ ମସିହାରେ ଉତ୍ତରାଖଣ୍ଡରେ ବନ୍ୟା ଆସିଥିଲା ସେହି ସମୟରେ ବାୟୁସେନାର ଯବାନ ଯେଉଁଭଳି ଭାବରେ ଉଦ୍ଧାର ଏବଂ ରିଲିଫ କାମରେ ଜଡିତ ଥିଲେ ସେମାନଙ୍କୁ ଦେଖି ମୁଁ ଏହି ନିଷ୍ପତି ନେଇଥିଲି କି ମୁଁ ବାୟୁସେନାରେ ଯିବୀ । ସେ କହିଛନ୍ତି କି ସେହି ସମୟରେ ମୋ ପରିବାରର ଆର୍ଥିକ ପରିସ୍ଥିତି ଠିକ ନଥିଲା ଏଥିପାଇଁ ମୁଁ ଭାରତୀୟ ବାୟୁସେନାର ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିଲି ନାହିଁ, କିନ୍ତୁ ଭଗବାନ ସମସ୍ତଙ୍କୁ ସୁଯୋଗ ଦେଇଥାନ୍ତି ଏବଂ ମତେ ଯେମିତି ସୁଯୋଗ ମିଳିଲା ମୁଁ ପୁରା ଦୃଢ ଏବଂ ପରିଶ୍ରମର ସହିତ ପ୍ରସ୍ତୁତି କଲି । ଶେଷରେ ମୁଁ ସଫଳ ମଧ୍ୟ ହେଲି ଏଥିପାଇଁ ଆଜି ମୁଁ ବହୁତ ଖୁସି କି ମୋ ସ୍ଵପ୍ନ ପୁରା ହୋଇଛି ।

ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।